26.1 C
Bhubaneswar
Wednesday, May 8, 2024
Homeଓଡିଶାସମସ୍ୟା ଘେରରେ ଦଧିସିଙ୍ଗା ଅଙ୍ଗନୱାଡି କେନ୍ଦ୍ର

ସମସ୍ୟା ଘେରରେ ଦଧିସିଙ୍ଗା ଅଙ୍ଗନୱାଡି କେନ୍ଦ୍ର

ଢେଙ୍କାନାଳ  : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ବାଲିବୋ ପଂଚାୟତରେ ଅଧିନରେ ଥିବା ଦଧିସିଙ୍ଗା ଅଙ୍ଗନୱାଡି କେନ୍ଦ୍ର ବିଭିନ୍ନ ସମସ୍ୟା ଭିତରେ ଗତି କରୁଛି । ଯାହା ଫଳରେ କୁନି କୁନି ପିଲା ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମିଳିଥିବା ସୁଚନାରୁ, ଭୁବନ ବ୍ଲକ୍ ବାଲିବୋ ପଂଚାୟତ ଦଧିସିଙ୍ଗା ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରଟି ଖାଲ୍ରୁଆ ଜିମିରେ ନିର୍ମାଣ କରାଯାଇଛି । ଫଳରେ ବର୍ଷା ଦିନେ କେନ୍ଦ୍ର ପରିସରରେ ପାଣି ଜମି ରହୁଛି । ବର୍ଷା ଦିନେ ଅନେକ ସମୟରେ କେନ୍ଦ୍ରଟି ବନ୍ଦ ରହୁଛି ।

ପାଚେରୀ ନଥିବାରୁ ଦିନ ସମୟରେ ଗାଈଗୋରୁ ବୁଲିଥିବା ଯୋଗୁଁ ପଢୁଥିବା ପିଲାମାନେ ବିପଦ ଭିତରେ ଯାତାୟତ କରୁଛନ୍ତି । ନିର୍ମାଣ ହୋଇଥିବା ଅଙ୍ଗନୱାଡି କେନ୍ଦ୍ରର କାନ୍ଥ ମଧ୍ୟ ଫାଟିଗଲାଣି । ଚାଷ ଜମି ମଝିରେ କେନ୍ଦ୍ର ନିର୍ମାଣ କରାଯାଇଥିବା ହେତୁ ପିଲାମାନେ ଯିବା ଆସିବାରେ ବିଭିନ୍ନ ଅସୁବିଧା ହେଉଛି । ପିଲା ମାନଙ୍କ ପାଇଁ ଏଠାରେ ପିଇବା ପାଣିର ବ୍ୟବସ୍ଥା ନଥିବାରୁ ଅନେକ ସମୟରେ ଜଳ ସଂକଟ ଦେଖାଦେଉଛି । ମହାମାରୀ କରୋନା ପାଇଁ କେନ୍ଦ୍ର ଛୁଟି ରହିଛି । ତେବେ ଛୁଟି ଖୋଲିବା ଭିତରେ ଯଥା ସମ୍ଭବ କେନ୍ଦ୍ରର ସମସ୍ୟା ସମାଧାନ କରିବାକୁ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking