32.1 C
Bhubaneswar
Sunday, April 28, 2024
Homeଓଡିଶାଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୋଭିଡ଼ ସଚେତନତା କର୍ମଶାଳା

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୋଭିଡ଼ ସଚେତନତା କର୍ମଶାଳା

ରାଉରକେଲା: ଆଜି ସେକ୍ଟର-୪ ସ୍ଥିତ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସମସ୍ତ ନବାଗତ ଏକାଦଶ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ସହ କୋଭିଡ଼ ସମ୍ପର୍କିତ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ରାଉରକେଲା ଉଚ୍ଚ ମାଧ୍ୟମିକ
ବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସର୍ବପ୍ରଥମେ ଛାତ୍ରଛାତ୍ରୀ ମାନଙ୍କୁ ଫୁଲ, ଚନ୍ଦନ ଦେଇ ସ୍ୱାଗତମ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ କ୍ୟାରିୟର ଉପରେ ସବିଶେଷ ଭାବରେ ଆଲୋଚନା କରାଯାଇ  ବିସୃତ ସୂଚନା
ପ୍ରଦାନ କରାଯାଇଥିଲା । ସମସ୍ତ ଛାତ୍ରଛାତ୍ରୀ କୋଭିଡ଼ କଟକଣା ମାନି ମାସ୍କ ପରିଧାନ କରିବା ସହ ନିୟମିତ ଭାବେ ହାତ ଧୋଇବା ଓ ସାମାଜିକ ଦୂରତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଥିଲା ।

ସେହିପରି ସିଏଚ୍‌ଏସଇ ପାଠ୍ୟକ୍ରମ, ୟୁଟ୍ୟୁବ କ୍ଲାସ,ଦଶମ ଶ୍ରେଣୀର ଲିଙ୍କିଙ୍ଗ କନସେପ୍ଟ, ଅଭିଭାବକ-ଶିକ୍ଷକ ଆଲୋଚନା, ନୂତନ ପରୀକ୍ଷା ପଦ୍ଧତି, ର‌୍ୟାଗିଙ୍ଗ ମୁକ୍ତ କ୍ୟାମ୍ପସ ଉପରେ ବିସୃତ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଇଂରାଜୀ ଅଧ୍ୟାପକ ରଶ୍ମୀରଂଜନ ରାଉତ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ମଧ୍ୟରେ ଡ. ରବିନ୍ଦ୍ର କୁମାର ଜେନା, ମନୋଜ ଦଳେଇ, କରୁଣାକର ପାଟ୍ଟଶାଣୀ, ରଶ୍ମୀପ୍ରଭା ମାଥାନ, ବନବିହାରୀ କିସାନ, ତରଣୀ ନାୟକ, ଅଜିତ ଏକ୍କା, ଅନୁପ ଏକ୍କା, ବନ୍ଦନା ସୋରେଙ୍ଗ, ତପସ୍ୱିନୀ ମିଶ୍ର, ଭାରତୀ ବରୁଆ, ବୈଜନ୍ତି ବାରିକ, ଛାତ୍ରଛାତ୍ରୀ  ଓ ଅଅଭିଭାବକ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ରେଡ଼କ୍ରସ ଓ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ମାନେ ସକ୍ରୀୟ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପିକା ବୈଜନ୍ତି ବାରିକ ଧନ୍ୟବାଦ ଅର୍ପଣ କରିଥିଲୋ ସେହିପରି ସେକ୍ଟର-୭ ସ୍ଥିତ ବିଜ୍ଞାନ ବ୍ଳକରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ବରିଷ୍ଠ ନାଗରିକ ସେବା ମଂଚ ଗଠିତ
ରାଉରକେଲା:  ନବକୃଷ୍ଣନଗର ଠାରେ ନୂତନ ଭାବେ ବରିଷ୍ଠ ନାଗରିକ ମଂଚ ଗଠିତ ହୋଇଛି । ଏନେଇ ମଂଚ ତରଫରୁ ଭଗବାନ ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ଆୟୋଜନ କରାଯାଇଥିଲା । ଉକ୍ତ ବୈଠକରେ ଯଦୁମଣି ମହାପାତ୍ର ସଭାପତିତ୍ୱ କରିଥିଲେ । ନୂତନ ଭାବେ ଗଠିତ ହୋଇଥିବା ମଂଚର ଉପଦେଷ୍ଟା ମଣ୍ଡଳୀରେ ୩ ଜଣ ସଦସ୍ୟ ବଲେନ୍ଦ୍ର କୁମାର ସିଂ, ଜଳଧର ମଲ୍ଲ, ପିତବାସ ମଲ୍ଲିକଙ୍କୁ ମନୋନୀତ କରାଯାଇଥିଲା ।

ମଂଚର ସଭାପତି ଭାବେ ବୃଷକେତୁ ସ୍ୱାଇଁ, ଉପସଭାପତି ଅସାଧୁ ସାହୁ, ସାଧାରଣ ସମ୍ପାଦକ ଯଦୁମଣି ମହାପାତ୍ର, ସହସମ୍ପାଦକ ମୁରଲୀଧର ଦାଶଙ୍କୁ ମନୋନୀତ କରାଯାଇଥିଲା । ସେହିପରି ସଙ୍ଗଠକ ସମ୍ପାଦକ ଭାବେ ଭଗବାନ ଜେନା, କୈଳାସ ଚନ୍ଦ୍ର ମଲ୍ଲିକ, କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହାଙ୍କୁ ଚୟନ କରାଯାଇଥିଲା । କାର୍ଯ୍ୟ ନିର୍ବାହୀ ମଣ୍ଡଳୀ ସଦସ୍ୟ ଭାବେ ଗଣେଷ ଖମାରି, ସୁବୋଧ ସାହୁ, ବସନ୍ତ କୁମାର ଦାସ, ଦ୍ୟୁତୀକୃଷ୍ଣ ଦାଶ, ରାମକୃଷ୍ଣ ଗଉଡ଼, ଭରତ କୁମାର ନାୟକଙ୍କୁ ମନୋନୀତ କରାଯାଇଛି । ଆୟୋଜିତ ବୈଠକରେ କମିଟିର ପ୍ରସ୍ଥାବିତ ନାମକୁ ସର୍ବସମ୍ମତି କ୍ରମେ ଅନୁମୋଦନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking