23.1 C
Bhubaneswar
Monday, May 13, 2024
Homeଓଡିଶାଓଡ଼ିଆ ଅସ୍ମିତା ସଂକଟରେ ଅଛି : ମୋଦୀ

ଓଡ଼ିଆ ଅସ୍ମିତା ସଂକଟରେ ଅଛି : ମୋଦୀ

ନୂଆଦିଲ୍ଲୀ : ଓଡ଼ିଶା ପ୍ରସଙ୍ଗରେ ବଡ଼ ମନ୍ତବ୍ୟ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲ୍‌କୁ ସାକ୍ଷାତକାର ଅବସରେ ଏଭଳି ମନ୍ତବ୍ୟ ଦେଇଛନ୍ତି । ଓଡ଼ିଆ ଅସ୍ମିତା, ଓଡ଼ିଆ ଭାଷା ଏବେ ସଂକଟରେ ଅଛି ବୋଲି ମୋଦୀ କହିଛନ୍ତି । ବିଜୁ ଜନତା ଦଳ ଆମକୁ ମୁଦ୍ଦା ଅନୁଯାୟୀ ସମର୍ଥନ ଦେଉଥିଲା । ଏଭଳି ଅନେକ ଦଳ ଆମକୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ କରନ୍ତି ।

ବିଜେଡି ସହ ଆମର ସମ୍ପର୍କ ରାଜ୍ୟରେ ପୂରା ଅଲଗା । ଓଡ଼ିଶାରେ ପୂରା ଅସ୍ମିତା ଏବେ ଖତମ ହେବାକୁ ବସିଛି । ଓଡ଼ିଆ ଭାଷା, ଅସ୍ମିତା ଏବେ ସଂକଟରେ ରହିଛି । ଓଡ଼ିଶାବାସୀ ଏହାକୁ ଆଉ ବରଦାସ୍ତ କରିବେ ବୋଲି ଭାବୁନି । ପ୍ରାକୃତିକ ସଂପଦରେ ଭରପୂର ରହିଛି ଓଡ଼ିଶା । ଏତେ ସଂପଦରେ ପରିପୂର୍ଣ୍ଣ ଓଡ଼ିଶା ୧ ନମ୍ବର ଧନୀ ରାଜ୍ୟ ହେବା କଥା । କିନ୍ତୁ ଓଡ଼ିଶାର ସ୍ଥିତି ଏବେ କ’ଣ ଆପଣ ଦେଖୁଥିବେ ବୋଲି ମୋଦୀ କହିଛନ୍ତି । ଏଭଳି ସ୍ଥତିରେ ଆମକୁ ଓଡ଼ିଶାର ସେବା ପାଇଁ ସୁଯୋଗ ମିଳିବା ଦରକାର । ଆମକୁ ସୁଯୋଗ ମିଳିଲେ , ଆମେ ଓଡ଼ିଶାକୁ ନୂଆ ଶିଖରକୁ ନେବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking