27.1 C
Bhubaneswar
Friday, March 29, 2024
Homeଓଡିଶାକମୁନି ଦ୍ୱିତୀୟ ଲହର କୋପ, ପାର୍ବଣରେ ଗହଳି ଜମାଇବାରୁ ବଢ଼ିଛି ସଂକ୍ରମଣ : କର୍ତ୍ତୃପକ୍ଷ

କମୁନି ଦ୍ୱିତୀୟ ଲହର କୋପ, ପାର୍ବଣରେ ଗହଳି ଜମାଇବାରୁ ବଢ଼ିଛି ସଂକ୍ରମଣ : କର୍ତ୍ତୃପକ୍ଷ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କମୁନି ଦ୍ୱିତୀୟ ଲହର କୋପ । ସମୟାନୁକ୍ରମେ ରାଜଧାନୀରେ ପୁଣି କାୟା ମେଲାଉଛି କରୋନା । ଅକ୍ଟୋବର ପହିଲାରୁ ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ସଂକ୍ରମଣ ସ୍ଥିର ଥିବାବେଳେ ନିକଟରେ ଏହା ଉପରମୁହାଁ ହୋଇଛି । ଗତ ପହିଲାରୁ ଏବେ ସୁଦ୍ଧା ଭୁବନେଶ୍ୱରରୁ ମୋଟ ୩,୮୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ୩,୮୭୯ ଜଣ ସୁସ୍ଥ ହୋଇଛନ୍ତି ଓ ୨୭ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ବିଶେଷ କରି ପାର୍ବଣରେ ଲୋକ ଭିଡ଼ ଜମାଇଥିବାରୁ ସଂକ୍ରମଣ ସାମାନ୍ୟ ବୃଦ୍ଧିପାଇଛି ।

ହେଲେ ସ୍ଥିତି ଏବେ ମଧ୍ୟ ନିୟନ୍ତ୍ରଣ ବାହାରକୁ ଯାଇନି । ଏବେ ସହରରେ ନମୁନା ପରୀକ୍ଷଣ ବୃଦ୍ଧି କରାଯାଇଛି । ବିଶେଷ କରି ବସ୍ତି ଅଞ୍ଚଳରେ ଏବେ ସାର୍ଭେଲାନ୍ସକୁ ବ୍ୟାପକ କରାଯାଇଛି । ଆଗକୁ ସ୍ଥିତି ସୁଧୁରିବା ନେଇ ଆଶଙ୍କା କରାଯାଉଥିବା ବିଏମ୍‌ସି ବିଭାଗୀୟ ଅଧିକାରୀଙ୍କଠାରୁ ପ୍ରକାଶ ପାଇଛି ।  ଭୁବନେଶ୍ୱରରେ ସଂକ୍ରମଣ ହାର ଜମା ବି ଖସି ନଥିବା ନଜରକୁ ଆସିଛି । ଏପରିସ୍ଥିତିରେ ମଧ୍ୟ ଭୁବନେଶ୍ୱରରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇନାହିଁ ବୋଲି ବିଏମ୍‌ସି ଅଧିକାରୀ ସଫେଇ ଦେଉଛନ୍ତି ।

ଯାହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କରୋନା କଟକଣା କୋହଳ ହୋଇଥିଲେ ବି ଭୁବନେଶ୍ୱରରେ ଏବେ କରୋନା ମିଟର ସ୍ଥିର ରହିଛି । ପ୍ରତିଦିନ ୩୦୦ତଳକୁ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଏଯାବତ୍ ଭୁବନେଶ୍ୱରରୁ ୧ଲକ୍ଷ ୧୬ହଜାର ୬୮୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏଥିରୁ ୧ଲକ୍ଷ ୧୨ହଜାର ୪୮ ଜଣ ସୁସ୍ଥ ହୋଇଛନ୍ତି । ମୋଟ ୧୦୪୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ମଧ୍ୟ ବିଭିନ୍ନ କୋଭିଡ୍ ହସ୍ପିଟାଲ ସମେତ ଘରୋଇ ସଙ୍ଗରୋଧରେ ୩ହଜାର ୫୭୫ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking