35.1 C
Bhubaneswar
Wednesday, May 8, 2024
Homeଓଡିଶାପୁଲିସ ଓ ଗଞ୍ଜେଇ ଚାଷୀ ମୁହାଁ ମୁହିଁ 

ପୁଲିସ ଓ ଗଞ୍ଜେଇ ଚାଷୀ ମୁହାଁ ମୁହିଁ 

ରାୟଗଡା : ନୀଳ ଜହରର ବିଷ ବଳୟରେ ରାୟଗଡା ଜିଲ୍ଲା । ପୁଲିସ୍ , ଅବକାରି ଓ ବନବିଭାଗ ମିଳିତ ଭାବରେ ଅପରେସନ ଗ୍ରୀନ ଡାଇମଣ୍ଡ ଚାଲୁ ରହିଥିବା ବେଳେ ରାୟଗଡ଼ା ଜିଲ୍ଲାରୁ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ପାଇିଁ ଲକ୍ଷ୍ୟ ରଖିଛି ପ୍ରଶାସନ । ରାୟଗଡ଼ା ଜିଲ୍ଲାର ପଦ୍ମପୁର, ଗୁଡାରି, ଚନ୍ଦ୍ରପୁର ବ୍ଲକ୍‌ର ଅନେକ ଦୁର୍ଗମ ଅଞ୍ଚଳରେ କୋଟି କୋଟି ଟଙ୍କାର ଶହଶହ ଏକର ଗଞ୍ଜେଇ ଚାଷ ଇତି ମଧ୍ୟରେ ନଷ୍ଟ କରାଯାଇଛି । ଚଳିତ ବର୍ଷ ୧୦୦୦ ଏକରରୁ ଊର୍ଦ୍ଧ୍ୱ ଗଞ୍ଜେଇ ଚାଷ ନଷ୍ଟ କରିବା ନେଇ ଲକ୍ଷ୍ୟ ରଖିଛି ପୁଲିସ୍ ଓ ଅବକାରି ବିଭାଗ । ଗଞ୍ଜେଇ ପ୍ରତ୍ୟେକ ବର୍ଷ ନଷ୍ଟ ହେଉଛି ସତ କିନ୍ତୁ  ଗଞ୍ଜେଇ ମାଫିଆଙ୍କ ଚୋରାଚାଲାଣ ଥମିବାର ନା ନେଉନି । ପ୍ରତି  ମାସରେ ଜିଲ୍ଲାରେ ଛୋଟ ବଡ଼ କରି ୪ ରୁ୫ ଟି ଗଞ୍ଜେଇ ମାମଲା ବିଭିନ୍ନ ଥାନା ଗୁଡ଼ିକରେ ହେଉଛି ।

ଏତେ କିଛି ସତ୍ୱେ  ଗଞ୍ଜେଇ ଚାଷ ପଛରେ ମୁଖ୍ୟ କର୍ପଟଦାରଙ୍କୁ ଚିହ୍ନଟ କରାଯାଇ ପାରୁନଥିବାରୁ ଦୁର୍ଗମ ଅଞ୍ଚଳରେ ନୀରିହ ଆଦିବାସୀଙ୍କୁ ଢାଲ କରି ଗଞ୍ଜେଇ ଚାଷ ହେଉଥିବା ଅଭିଯୋଗ ହେଉଛି । ଏହାର ସୁଯୋଗ ନେଇ ବାହାର ରାଜ୍ୟର ଗଞ୍ଜେଇ ମାଫିଆମାନେ ଏହି ଲୋକଙ୍କ ପାଖରେ ପହଞ୍ଚି ଅଧିକା ଟଙ୍କାର ପ୍ରଲୋଭନ ଦେଖାଇ ସେମାନଙ୍କ ଦ୍ୱାରା ବେଆଇନ ଗଞ୍ଜେଇ ଚାଷ କରନ୍ତି । ସେପଟେ ଆଦିବାସୀଙ୍କୁ ଉସୁକାଇ ଗଞ୍ଜେଇ ଚାଷ କରାଉଥିବା ମାଫିଆ ଖସିଯିବାରେ ସକ୍ଷମ ହୁଅନ୍ତି । ଏ ଯାଏ ପୁଲିସ୍ ବି କିଙ୍ଗ୍ ପିନ୍‌କୁ ଧରିବାରେ ସକ୍ଷମ ହୋଇନି । ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଥାନା ଅନ୍ତର୍ଗତ ସାର୍କୀମା ପଞ୍ଚାୟତର ଦୁର୍ଗମ ଅଞ୍ଚଳ ତୋଗାପାଙ୍ଗା ଗ୍ରାମରେ । ନଷ୍ଟ କରିବା ସମୟରେ ଗଞ୍ଜେଇ ଚାଷ କରୁଥିବା ଗ୍ରାମବାସୀଙ୍କ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା ଏହି ଟିମକୁ। ଏପରିକି କିଛି ଗ୍ରାମବାସୀ ଓ ପୁଲିସ୍ ମଧ୍ୟରେ ଧସ୍ତାଧସ୍ତି ହେବାର ଦେଖିବାକୁ ମିଳିଛି । ତେବେବି ପୁଲିସ୍ ଗଞ୍ଜେଇ ଗଛ ନଷ୍ଟ କରିଥିଲେ । ଏହି ଘଟଣାକୁ ନେଇ ପୁଲିସ୍ ଚନ୍ଦ୍ରପୁର ଥାନାରେ ଗଞ୍ଜେଇ ଚାଷକୁ ନେଇ ଏକ ମାମଲା ରୁଜୁ କରିଥିବା ବେଳେ ପୁଲିସ କାହାକୁ ଗିରଫ କରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking