28.1 C
Bhubaneswar
Saturday, April 27, 2024
Homeଓଡିଶାବିଧବା ବୋହୂକୁ ଶ୍ୱଶୂରର ପ୍ରେମ ନିବେଦନ 

ବିଧବା ବୋହୂକୁ ଶ୍ୱଶୂରର ପ୍ରେମ ନିବେଦନ 

ଭଦ୍ରକ : ଭଣ୍ଡାରିପୋଖରୀ ଥାନା ବାଲିପୋଖରୀ ପଞ୍ଚାୟତ ମାନ୍ତପୁର ଗ୍ରାମରେ ବିଧବା ବୋହୂକୁ ଶ୍ୱଶୂରର ପ୍ରେମ ନିବେଦନ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ, ଗ୍ରାମର ସ୍ୱର୍ଗତ ଟୁକୁନା ଚନ୍ଦଙ୍କ ବିଧବା ପତ୍ନୀ ରଶ୍ମିତା ୮ବର୍ଷର ପୁଅକୁ ନେଇ ଏକାକୀ ବସବାସ କରନ୍ତି । ରଶ୍ମିତାଙ୍କ ପୁଅଟି ମଧ୍ୟ ହୃଦ୍‌ରୋଗରେ ପୀଡ଼ିତ ଥିବାବେଳେ ଆର୍ଥିକ ସ୍ଥିତି ସେତେଟା ଭଲ ନାହିଁ । ମାଆ ଓ ପୁଅଙ୍କ ଏଭଳି ଦାରୁଣ ଦୁଃଖ ସମୟରେ ଘରର ସାନ ଶ୍ୱଶୂର ବିଧବା ବୋହୂ ଉପରେ ଖରାପ ନଜର ରଖିବା ଲଜ୍ୟାଜନକ ଘଟଣା । ରଶ୍ମିତାଙ୍କ ଅଭିଯୋଗ ଅନୁଯାୟୀ ୮ମାସ ହେବ ଶ୍ୱଶୂର ପବିତ୍ର ଚନ୍ଦ ତାଙ୍କ ଉପରେ ଖରାପ ନଜର ରଖି ବିଭିନ୍ନ ସମୟରେ ହଇରାଣ ହରକତ କରୁଛନ୍ତି । ଗତ ୨୬ତାରିଖ ଦିନ ରଶ୍ମିତା ପୁଅକୁ ନେଇ ଗାଧୋଇବା ପାଇଁ ଯାଇଥିବାବେଳେ ଶ୍ୱଶୂର ପବିତ୍ର ତାଙ୍କୁ ପ୍ରେମ ନିବେଦନ କରି ଟଣାଓଟରା କରିଥିଲା । ରଶ୍ମିତା ଏହାର ପ୍ରତିବାଦ କରିବାରୁ ଶ୍ୱଶୂର ଏକ ବାଡି ସାହାଯ୍ୟରେ ପିଟି ଆହତ କରିଥିଲେ । ଏପରିକି ଶାଶୂ ମଧ୍ୟ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଶାଶୂ ଓ ଶ୍ୱଶୁର ଦୁହେଁ ଧମକ ଦେଇଥିବା ରଶ୍ମିତା ପୁଲିସ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜ୍ଜୁ କରିଥିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।  

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking