28.1 C
Bhubaneswar
Saturday, April 27, 2024
Homeଏକ୍ସକ୍ଲୁସିଭ୍କରୋନା ବିପତ୍ତିରେ ତାମିଲନାଡୁ ସରକାରଙ୍କ ମାର୍ଗଦର୍ଶକ ସାଜିଲେ କାଶୀପୁର ପୁଅ ସନ୍ତୋଷ

କରୋନା ବିପତ୍ତିରେ ତାମିଲନାଡୁ ସରକାରଙ୍କ ମାର୍ଗଦର୍ଶକ ସାଜିଲେ କାଶୀପୁର ପୁଅ ସନ୍ତୋଷ

ରାୟଗଡା: ଭାରତୀୟ ପ୍ରୟୋଗିକ ଅନୁଷ୍ଟାନ ମାଡ୍ରାସରେ କାର୍ଯ୍ୟରତ୍ତ କାଶୀପୁର ପୁଅ ଚର୍ଚ୍ଚାରେ । କୋଭିଡ-୧୯ ମହାମାରୀରେ ସାରା ଭାରତବର୍ଷର ଆର୍ଥକ ମାନଦଣ୍ଡ ଭାଙ୍ଗିପଡିଥିବା ବେଳେ ଏମଏସଏମଇ ଜରିଆରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭକରି ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପର ପୁନରଗଠନ ଦିଗରେ ତାମିଲନାଡୁ ସରକାରଙ୍କ ମାର୍ଗଦର୍ଶିକା ସାଜିଛନ୍ତି । ପାହାଡ ପର୍ବତ ଘେରା କାଶୀପୁର ଏହି ପୁଅ ସନ୍ତୋଷ କୁମାର ସାହୁ କରୋନା ବିପତ୍ତି ବେଳେ କିଭଳି ଅର୍ଥନୌତିକ ସ୍ଥିତିରେ ସୁଧାର ଆଣାଯାଇପାରିବ ଏକ ବିସୃତ ରିପୋଟ ପ୍ରସ୍ତୁତ କରି ତାମିଲନାଡୁ ସରକାରଙ୍କୁ ପ୍ରଦାନ କରିଛନ୍ତି ଏହି ଓଡିଶାର ଏହି ଓଡିଆ ପୁଅ ।
ଆଇଆଇଟି(ଏମ)ରେ ଏହି ଓଡିଆ ପୁଅ ଡକ୍ତର ସନ୍ତୋଷ କୁମାର ଅର୍ଥନୌତିକ ମାନବସମ୍ବଳ ଏବଂ ସାମାଜିକ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର କାର୍ଯ୍ୟ କରିଆସୁଛନ୍ତି । ସେହିପରି ମାନବସମ୍ବଳ ଏବଂ ସାମାଜିକ ବିଜ୍ଞାନ ବିଭାଗର ଆସୋସିଏଟ ପ୍ରଫେସର ସୁବାଷ ଶଶିଧରନ ଏବଂ କାସିନୋ ଟ୍ରୀ ଅନୁଷ୍ଠାନର ନିର୍ବାହ ନିର୍ଦ୍ଦେଶକ ଆରକେ ଜୟବଳନ ତିନିହେଁ ମିଳିତ ରୂପେ ଏକ ତାମିଲନାଡୁରେ ବସବାସ କରୁଥଇବା ବିଭିନ୍ନ ବର୍ଗର ବ୍ୟକ୍ତି ଏବଂ ଉଦ୍ୟେଗ ସକାଶେ ଏକ ରିପୋଟ ପ୍ରସ୍ତୁତ କରି ଭିଡିଓ କନଫ୍ରେନ୍ସ ଜରିଆରେ ତାମିଲନାଡୁ ସରକାର ନିକଟରେ ଉପସ୍ଥାପନା କରିଛନ୍ତି । କୋଭିଡ-୧୯ । ଚାରିପଟେ ଜୀବନ ମରଣ ପାଇଁ ଚାଲିଛି ସଙ୍ଘର୍ଷ । ତାମିଲନାଡୁ ମଧ୍ୟ ବାଦ ପଡିନାହିଁ । ରାଜ୍ୟଟା ସାରା ଲୋକେ ଲକଡାଉନରେ ଛନ୍ଦି ହୋଇପଡିଛନ୍ତି । ଆଉ ଏଭଳି ସ୍ଥିତିରେ ବିଭିନ୍ନ ବର୍ଗର ଲୋକଙ୍କ ଆର୍ଥିକ ସ୍ଥିତିକୁ ନଜରରେ ରଖି ଏମଏସଏମଇ ଜରିଆରେ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବା ଉଦ୍ଦ୍ୟେଶରେ ତାମିଲନାଡୁ ସରକାରଙ୍କ ନିକଟରେ ନିଜ ରିପୋଟ ଉପସ୍ଥାପନ କରିଛନ୍ତି । ତାମିଲନାଡୁ ଶିଳ୍ପମନ୍ତ୍ରୀ, ଶିଳ୍ପ ମନ୍ତ୍ରଣାଳୟ ଏବଂ ସରକାରଙ୍କ ଉପସ୍ଥି୍‍ତିରେ ଏକ ଭିଡିଓ କନଫ୍ରେନ୍ସ ଜରି÷ଆରେ ୧୨୦୦ରୁ ଉର୍ଦ୍ଧ୍ୱ ଏମଏସଏମଇକୁ ନେଇ କରାଯାଇଥିବା ସର୍ଭେ ରିପୋଟ ଅନୁଯାଇ କରୋନା କଟକଣା ଏବଂ ଲକଡାଉନ ଫଳରେ ରାଜ୍ୟର ଅର୍ଥନୌତିକ ସ୍ଥିତିରେ ବ୍ୟାପକ ଅବନତି ଘଟିଥିବା ସେମାନେ ଦର୍ଶାଇଛନ୍ତି । ତାମିଲ ଏବଂ ଇଂରାଜୀ ଭାଷାରେ ୧୦ପୃଷ୍ଟାର ରିପୋଟରେ ବତ୍ତର୍ମାନର ସ୍ଥିତି ଏବଂ ପ୍ରତିକାର ସମ୍ପର୍କରେ ଲେଖିଛନ୍ତି ଯେ ୭୦ପ୍ରତିଶତ ରୋଜଗାର ପନ୍ଥା ବର୍ତ୍ତମାନ ସଟଡାଉନ ଦ୍ୱାରା ପ୍ରଭାବିତ । ଅଣୁ ଏବଂ କ୍ଷୁଦ୍ର ପ୍ରତିଷ୍ଟାନ ଜରିଆରେ ଲୋକଙ୍କ ଉପାର୍ଜନ ବ୍ୟବସ୍ଥା ଭୂଷୁଡିଯାଇଛି । ତେଣୁ ଏଭଳି ଉଦ୍ୟଗୋପତିଙ୍କ ନିକଟରେ କମ ସୁଦ୍ଧରେ ଅଧିକରୁ ଅଧିକ ଋଣ ଯୋଗାଇ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ପ୍ରତିଷ୍ଟାନ ଗୁଡିକୁ ପ୍ରତ୍ସାହନ ଯୋଗାଇବା ଜରୁରୀ ବୋଲି ନିଜ ରିପୋଟରେ ଉଲ୍ଲେଖ କରିଛନ୍ତି । କ୍ଷୁଦ୍ର ଏବଂ ଅଣୁ ଶିଳ୍ପକୁ ସୁଦୃଢ଼ କରିବା ପାଇଁ ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା, ରଜ୍ୟ ଉଦ୍ଦ୍ୟୋଗ ପାଣ୍ଠିର ପରିକଳ୍ପନା, ଏପରିକ ଏମଏସଏମଇ ପାଇଁ ବିମା ଯେଜାନା ଭଳି ଯେଜାନା ସମ୍ପର୍କରେ ଏକ ବିସୃତ ବିବରଣୀ ପ୍ରଦାନ କରିଛନ୍ତି । ଏହି ରିପୋଟ ଜରିଆରେ ଉଦ୍ୟୋଗପତିଙ୍କ ନିକଟରେ ଆର୍ଥିକ ପ୍ରତ୍ସହନ ପହଞ୍ଚାଇବା, ବ୍ୟବସାୟୀକ ଖର୍ଚ୍ଚକୁ ହ୍ରାସ କରିବା ପାଇଁ ସୁବିଧା ସୁଯେଗା ଯୋଗାଇବା, ମାନବ ସମ୍ବଳ ଏବଂ ଦକ୍ଷ କର୍ମଚାରୀ ଓ କାରିଗର ତିଆରି ଦିଗରେ ଦୃଷ୍ଟି ଦେବା ସହ ଦୀର୍ଘ ମିଆଦି ଯେଜାନା ଭଳି ଦିଗ ମାନଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରିପୋଟକୁ ସରକାରଙ୍କ ନିକଟରେ ଭିଡିଓ କନଫ୍ରେନ୍ସ ଜରିଆରେ ୁ୍ରସରକାରଙ୍କ ନିକଟରେ ରଖାଯାଇଥିଲା । ତାମିଲନାଡୁ ରାଜ୍ୟରେ ଦେଶର ସବୁଠାରୁ ଅଧିକ ଛୋଟବଡ ଶିଳ୍ପଉଦ୍ୟେଗ ରହିଥିବା ବେଳେ ଯୁଦ୍ଧକାଳୀନ ଭିତିରେ ଏହାକୁ କାର୍ଯ୍ୟକାରୀ କରାଗଲେ ବେରୋଜଗାର ଦୂର ହୋଇପାରିବ । ଫଳରେ ଧିରେଧିରେ ସାଧାରଣରୁ ଅତି ସାଧାରଣ ଲୋକଙ୍କ ଏବଂ ଉଦ୍ୟେଗପତିଙ୍କ ଆର୍ଥକ ମାନଦଣ୍ଡ ସୁଦୃଢ଼ ହୋଇପାରିବ ବୋଲି ସରକାରଙ୍କ ନିକଟରେ ଭିଡିଓ କନଫ୍ରେନ୍ସ ଜରିଆରେ ଏହି ରିପୋଟ ଉପସ୍ଥାପନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking