27.1 C
Bhubaneswar
Tuesday, March 19, 2024
Homeଓଡିଶାପ୍ରେସ ଗ୍ୟାଲେରୀରେ ବସିପାରନ୍ତି ବିଧାୟକ

ପ୍ରେସ ଗ୍ୟାଲେରୀରେ ବସିପାରନ୍ତି ବିଧାୟକ

ଭୁବନେଶ୍ୱର : ବିଧାନସଭା ଅଧିବେସନ ନେଇ ବାଚସ୍ପତି ସୂର୍ଯ୍ୟ ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ଗତ ମାର୍ଚ୍ଚ ମାସରେ ବିଧାନସଭା ଅଧିବେସନ ହୋଇଥିଲା । ଆଇନ ଅନୁଯାୟୀ , ପୁଣି ୬ ମାସରେ ବସିବା କଥା । ଆସନ୍ତା ସେପ୍ଟେମ୍ବରକୁ ୬ ମାସ ହେଉଛି । ଆଉ ସେପ୍ଟେମ୍ବରରେ ଅଧିବେସନ ବସିବା ଜରୁରୀ ଅଟେ । ଏନେଇ ଲୋକସଭା ବାଚସ୍ପତିଙ୍କ ସହ ଯୋଗାଯୋଗ କରିଛି । ସଂସଦ ନିୟମାନୁଯାୟୀ ପ୍ରତ୍ୟେକ ସଦସ୍ୟଙ୍କ ଭିତରେ ୧୦ ଫୁଟ ଦୂର ରହିବା ଜରୁରୀ ଅଟେ । ତେଣୁ ବିଧାନସଭା ଭିତର ସହ ପ୍ରେସ୍ ଓ ଦର୍ଶକ ଗ୍ୟାଲେରୀରେ ମଧ୍ୟ ଦୂରତ୍ୱ ରହିପାରିବ । କିନ୍ତୁ ଏପରି ହେଲେ ଗଣମାଧ୍ୟମ ଓ ଦର୍ଶକ ବିଧାନସଭା ଭିତରକୁ ଯାଇ ପାରିବେ ନାହିଁ । ଏନେଇ ଆମେ ଲୋକସଭା ବାଚସ୍ପତି , ରାଜ୍ୟପାଳ , ମୁଖ୍ୟମନ୍ତ୍ରୀଙ୍କ ସହ ପରାମର୍ଶ କରିବୁ । ପରାମର୍ଶ ଅନୁସାରେ ଯାହା ନିଷ୍ପତ୍ତି ହେବ , ତଦାନୁଯାୟୀ ଅଧିବେସନ ଅନୁଷ୍ଠିତ ହେବ । ଆଜି
ବିଧାନସଭା ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି । ସମସ୍ତଙ୍କ ରିପୋର୍ଟ ନେଗେଟିଭ ଥିବା ନେଇ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର ସୂଚନା ଦେଇଛନ୍ତି । ଜୁଲାଇ ୨ ତାରିଖ ବୈଠକରେ ନୀଳଗିରି ଓ ସାଲେପୁର ବିଧାୟକ ଥିଲେ । ପରେ ୨ ବିଧାୟକ ସଂକ୍ରମିତ ବୋଲି ଜଣାପଡିବାରୁ ସ୍ୱାବ ନିଆଯାଇଥିଲା । ରିପୋର୍ଟ ନେଗେଟିଭ ଆସିବା ପରେ ଭାଗ ନେଇଥିବା ବିଧାୟକମାନେ ଆଶ୍ୱସ୍ତ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking