39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶସାଢେ ୩ବର୍ଷରେ ୧୦୦% ବିଦ୍ୟୁତକରଣ

ସାଢେ ୩ବର୍ଷରେ ୧୦୦% ବିଦ୍ୟୁତକରଣ

ନୂଆଦିଲ୍ଲୀ : ଆସନ୍ତା ସାଢେ ୩ ବର୍ଷରେ ଶତ ପ୍ରତିଶତ ରେଳୱେ ବିଦ୍ୟୁତକରଣ କାର୍ଯ୍ୟ ସମାପ୍ତ ହେବ । ଏନେଇ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ସୂଚନା ଦେଇଛନ୍ତି । ସିଆଇଆଇ ର ଏକ କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନସିଂ ଜରିଆରେ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ୨୦୩୦ ମସିହା ସୁଦ୍ଧା ‘ଗ୍ରୀନ ରେଳୱେ’ ନେଇ ଅନେକ ପଦକ୍ଷେପ ନେଇଛି ମନ୍ତ୍ରାଳୟ । ବିଦ୍ୟୁତକରଣ , ଶକ୍ତି ସଂଚୟକାରୀ ଇଜିଂନ ଆଦି ବିଭିନ୍ନ ପଦକ୍ଷେପ ନିଆଯାଇଛି ।
ଆସନ୍ତା ସାଢେ ୩ବର୍ଷରେ ସଂପୂର୍ଣ୍ଣ ବିଦ୍ୟୁତକରଣ ପାଇର୍ ପଦକ୍ଷେପ ନିଆଯାଇଛି । ଏପର୍ଯ୍ୟନ୍ତ ଭାରତୀୟ ରେଳୱେ ୪୦ ହଜାର କିମି ବିଦ୍ୟୁତକରଣ କାର୍ଯ୍ୟ ଶେଷ ହୋଇଛି । କେବଳ ୨୦୧୪ରୁ ୨୦୨୦ ମଧ୍ୟରେ ୧୮,୬୦୧ କିମି ବିଦ୍ୟୁତକରଣ ହୋଇଛି ।ଏଥିସହ ସେ କହିଛନ୍ତି ଯେ , ଭାରତ ଅକ୍ଷୟ ଉର୍ଜା କ୍ଷେତ୍ରରେ ଆଗକୁ ବଢି ସାରିଛି । ଅନ୍ତଃରାଷ୍ଟ୍ରୀୟ ସୌର ଗ୍ରୀଡ଼ରେ ପରିବର୍ତ୍ତନ ଆଣିବା ପାଇଁ ଏବେ ସରକାର କାର୍ଯ୍ୟ କରୁଛନ୍ତି । ୨୦୩୦ ସୁଦ୍ଧା ଦେଶର ପ୍ରତ୍ୟେକ ନାଗରିକ ଦେଶ ପାଇଁ ନିଜକୁ ଗର୍ବିତ ଭାବିବେ । କାରଣ ଭାରତୀୟ ରେଳ ପୃଥିବୀରେ ସବୁଠାରୁ ବଡ଼ ସ୍ୱଚ୍ଛ ରେଳୱେ ଭାବରେ ପରିଚିତ ହେବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking