30.1 C
Bhubaneswar
Monday, May 6, 2024
Homeଦେଶ ବିଦେଶ୨୦୨୪ ଲୋକସଭା ନିର୍ବାଚନରେ ଦେଶର ସବୁଠୁ ଧନୀ ପ୍ରାର୍ଥୀ; ଟିଡ଼ିପି ନେତାଙ୍କ ସମ୍ପତ୍ତି ମୂଲ୍ୟ ୫,୭୮୫...

୨୦୨୪ ଲୋକସଭା ନିର୍ବାଚନରେ ଦେଶର ସବୁଠୁ ଧନୀ ପ୍ରାର୍ଥୀ; ଟିଡ଼ିପି ନେତାଙ୍କ ସମ୍ପତ୍ତି ମୂଲ୍ୟ ୫,୭୮୫ କୋଟି ଟଙ୍କା

ଅମରାବତୀ: ୨୦୨୪ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ସାଜିଥିବା ବ୍ୟକ୍ତିଙ୍କ ମଧ୍ୟରେ କିଏ ସବୁଠୁ ଅଧିକ ଧନୀ, ସେସମ୍ପର୍କରେ ଏକ ରିପୋର୍ଟ ସାମ୍ନାକୁ ଆସିଛି । ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ôଥପତ୍ର ଦାଖଲ ସମୟରେ ଉପସ୍ଥାପନ କରିବାକୁ ପଡୁଥିବା ସତ୍ୟପାଠ ଆଧାରରେ ମୁଖ୍ୟତଃ ପ୍ରାର୍ଥୀମାନଙ୍କ ସମ୍ପତ୍ତି ପରିମାଣ ଜଣାପଡିଥାଏ । ତେବେ ଏହି ଆଧାରରେ ପି. ଚନ୍ଦ୍ରଶେଖର ନାମକ ଜଣେ ବ୍ୟକ୍ତି ଯିଏକି ଚଳିତ ଲୋକସଭା ନିର୍ବାଚନ ପାଇଁ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଆସନରୁ ତେଲଗୁ ଦେଶମ୍ ପାର୍ଟି (ଟିଡିପି) ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି, ସେ ନିଜର ସମସ୍ତ ସ୍ଥାବର ତଥା ଅସ୍ଥାବନର ।ସମ୍ପତ୍ତି ପରିମାଣ ୫୭୮୫ କୋଟି ଟଙ୍କା ବୋଲି ଦର୍ଶାଇଛନ୍ତି । ପି.ଚନ୍ଦ୍ରଶେଖରଙ୍କ ବିପକ୍ଷରେ ୱାଇଏସ୍‌ଆର୍ କଂଗ୍ରେସ ପକ୍ଷରୁ କେ.ଭେଙ୍କଟ ରୋଷେୟାହଙ୍କୁ ପ୍ରାର୍ଥୀ କରାଯାଇଛି ।
ପି.ଚନ୍ଦ୍ରଶେଖର ନିଜ ପ୍ରାର୍ôଥପତ୍ର ସହ ଦାଖଲ କରିଥିବା ସତ୍ୟପାଠରେ ନିଜ ନାମରେ ଥିବା ସମ୍ପତ୍ତିର ମୂଲ୍ୟ ୨୪୪୮.୭୨ କୋଟି ହେବ ବୋଲି ଉଲ୍ଲେଖ କରିଥିବା ବେଳେ ତାଙ୍କ ପତ୍ନୀ ଶ୍ରୀରତ୍ନା କୋନେରୁଙ୍କ ନାମରେ ୨୩୪୩.୭୮ କୋଟି ଟଙ୍କା ଏବଂ ପିଲାମାନଙ୍କ ନାମରେ ପ୍ରାୟ ୧୦୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଥିବା ଦର୍ଶାଇଛନ୍ତି । ସୁତରାଂ ୫୭୮୫ କୋଟି ଟଙ୍କାର ସମ୍ପତ୍ତି ଥିବା ଟିଡିପିର ଏହି ପ୍ରାର୍ଥୀଜଣକ ଏବେ ଦେଶର ସର୍ବାଧିକ ଧନୀ ପ୍ରାର୍ଥୀ ବୋଲି ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟ, ଟିଡିପି ସହ ୨୦୧୦ରୁ ଯୋଡି ହୋଇଥିବା ପି.ଚନ୍ଦ୍ରଶେଖର ଯଦିଓ ୨୦୧୪ରେ ନାରାସାରାଓପେଟ୍ ଆସନରୁ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ, କିନ୍ତୁ ଟିଡିପି ତାଙ୍କୁ ଟିକଟ ନଦେଇ ତାଙ୍କ ବଦଳରେ ଆର୍ ସମ୍ବାସିବା ରାଓଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଥିଲା । ପ୍ରକାଶ ନିକଟରେ ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର) ପକ୍ଷରୁ ଜାରି ଏକ ପ୍ରେସ୍ ରିଲିଜ୍ ଅନୁସାରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥଙ୍କ ପୁଅ ନକୁଲ ନାଥ ଗତ ୧୯ ତାରିଖରେ ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟାରେ ସାମିଲ ସମସ୍ତ ପ୍ରାର୍ଥୀଙ୍କ ତୁଳନାରେ ସର୍ବାଧିକ ଧନୀ (୭୧୭ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି) ବୋଲି ଦର୍ଶାଇଥିଲା ।
ପ୍ରକାଶ, ପି ଚନ୍ଦ୍ରଶେଖର ପେଶାରେ ଜଣେ ଡାକ୍ତର । ତେବେ ବର୍ତ୍ତମାନ ସମୟରେ ସେ ଡାକ୍ତରୀ ସେବା ସହ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ବେଶ୍ ସକ୍ରିୟ ରହିଛନ୍ତି । ତାଙ୍କ ପତ୍ନୀ ଓ ପିଲାମାନେ ମଧ୍ୟ ବଡ଼ ବଡ଼ ବ୍ୟବସାୟରେ ସମ୍ପୃକ୍ତ ଅଛନ୍ତି । ସେ ନିଜ ସତ୍ୟପାଠରେ ଉଲ୍ଲେଖ କରିଥିବା ତଥ୍ୟ ଅନୁସାରେ ୨୦୨୨-୨୩ ବର୍ଷରେ ବ୍ୟବସାୟ କ୍ଷେତ୍ରରେ ତାଙ୍କ ପରିବାର ୩,୬୮,୮୪୦ ଟଙ୍କା ଆୟ କରିଥିବା ବେଳେ ଏହି ସମୟରେ ତାଙ୍କ ପତ୍ନୀ ୧,୪୭,୬୮୦ ଟଙ୍କା ରୋଜଗାର କରିଥିଲେ । ବର୍ତ୍ତମାନ ତାଙ୍କ ପାଖରେ ୨,୩୧୬ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି, ଯେଉଁଥିରେ ଫିକ୍ସଡ୍ ଡିପୋଜିଟ୍‌, ଟର୍ମ ଡିପୋଜିଟ୍ ଏବଂ ଅନ୍ୟାନ୍ୟ ବିନିଯୋଗ (ଇନଭେଷ୍ଟମେଣ୍ଟ) ଆଦି ସାମିଲ୍ ରହିଛି । ସେମାନଙ୍କ ମୁଖ୍ୟ ଆୟର ଉତ୍ସ ସେୟାର ମାର୍କେଟ୍‌ରେ ପୁଞ୍ଜିନିବେଶ । ବିଶ୍ୱର ପ୍ରାୟ ୧୦୧ଟି କମ୍ପାନୀରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ସେୟାର ରହିଛି । ମୁଖ୍ୟତଃ ଆମେରିକା ସ୍ଥିତ କମ୍ପାନୀ ଓ ଫାର୍ମାଗୁଡ଼ିକରେ ସେ ପୁଞ୍ଜିନିବେଶ କରିଥାନ୍ତି । ରୋଲ୍ସ ରୟସ୍ ଘୋଷ୍ଟ, ମର୍ସିଡିଜ୍ ବେଞ୍ଜ୍ ଏବଂ ଟେସ୍‌ଲା ଭଳି ଦାମୀ ତଥା କୋଟି କୋଟି ଟଙ୍କା ମୂଲ୍ୟର କାରର ଏକ ବଡ଼ କଲେକ୍‌ସନ୍‌କୁ ନିଜ ପାଖରେ ରଖଥିବା ପି. ଚନ୍ଦ୍ରଶେଖରଙ୍କ ଆମେରିକା ସମେତ ଅନ୍ୟ କେତେକ ଦେଶରେ ନିଜସ୍ୱ ଘର ମଧ୍ୟ ରହିଥିବା ଜଣାପଡିଛି । ଏଥିସହ ତାଙ୍କ ପରିବାର ଆମେରିକାର ଜେପି ମୋର୍ଗାନ୍ ବ୍ୟାଙ୍କ୍ ପକ୍ଷରୁ ମୋଟ୍ ୧୧୩୮ କୋଟି ଟଙ୍କା ପରିମାଣ ଋଣଗ୍ରସ୍ତ ଥିବା ମଧ୍ୟ ପି. ଚନ୍ଦ୍ରଶେଖର ନିଜ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking