28.1 C
Bhubaneswar
Sunday, April 28, 2024
Homeଓଡିଶାରାଉରକେଲାରେ ହେଲାନି ରାବଣ ପୋଡ଼ି, ବହୁ ଶ୍ରଦ୍ଧାଳୁ ନିରାଶ

ରାଉରକେଲାରେ ହେଲାନି ରାବଣ ପୋଡ଼ି, ବହୁ ଶ୍ରଦ୍ଧାଳୁ ନିରାଶ

ରାଉରକେଲା: ପୁରାଣ ବର୍ଣ୍ଣିତ ଅନୁଯାୟୀ, ବିଜୟା ଦଶମୀ ଦିନ ମର୍ଯ୍ୟାଦା ପୁରୁଷ ପ୍ରଭୁ

ଶ୍ରୀରାମ ଲଙ୍କାପତି ରାବଣକୁ ଯୁଦ୍ଧରେ ପରାସ୍ତ କରିଥିଲେ । ମହାପରାକ୍ରମୀ ରାବଣ,ଶ୍ରୀରାମଙ୍କ ଦ୍ୱାରା ନିହତ ହୋଇ ମୋକ୍ଷପ୍ରାପ୍ତି ଲାଭ କରିଥିଲା । ଏହି ସ୍ମୃତିକୁବ ଜାୟ ରଖିବା ପାଇଁ ପାଇଁ ରାବଣ ପୋଡ଼ି ଉତ୍ସବ ସାରା ଭାରତରେ ଆୟୋଜନ କରାଯାଇଥାଏ ।

ମିନି ଇଣ୍ଡିଆ ଭାବେ ପରିଚିତ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ବିଜୟା ଦଶମୀ

ଅର୍ଥାତ ଦଶହରା ଦିନ ରାବଣ ପୋଡ଼ି ଉତ୍ସବର ଆୟୋଜନ କରାଯାଇଥାଏ, ମାତ୍ର କୋଭିଡ଼ କଟକଣା

ଯୋଗୁ ଗତ ୨୦୨୦ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଉରକେଲାରେ ରାବଣ ପୋଡ଼ିର ଆୟୋଜନ

କରାଯାଇ ପାରି ନଥିଲା । ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ରାବଣ ପୋଡ଼ି ଉତ୍ସବକୁ

ସ୍ଥଗିତ ରଖାଯାଇଥିଲା । ପ୍ରତିବର୍ଷ ସେକ୍ଟର-୧୩ର ମେଲଣ ପଡ଼ିଆ, ଦକ୍ଷିଣ ରାଉରକେଲାର

ଦେଓଗାଁ, ବାଲିଯୋଡ଼ି ତଥା ଜଲଦା ‘ବି’ ବ୍ଲକରେ ପ୍ରତିବର୍ଷ ରାବଣ ପୋଡ଼ିର ଆୟୋଜନ

କରାଯାଇଥାଏ । ରାବଣ ପୋଡ଼ି ଉତ୍ସବ ପାର୍ବଣ ରୁତୁ ଦୁର୍ଗାପୂଜାର ଶେଷଦିନର ଏକ ସିଂହଭାଗ

କାର୍ଯ୍ୟକ୍ରମ ହୋଇଥିବାରୁ ଏହାକୁ ଦେଖିବାକୁ ସାତରୁ ସତୁରୀ ଶ୍ରଦ୍ଧାଳୁଙ୍କ ମଧ୍ୟରେ

ଉତ୍ସାହ ଦେଖିବାକୁ ମିଳେ । ମାତ୍ର ଚଳିତବର୍ଷ କୋଭିଡ଼ କଟକଣା ଯୋଗୁ ରାବଣ ପୋଡ଼ି

ଉତ୍ସବ ମଧ୍ୟ ଫିକା ପଡ଼ି ଯାଇଛି ! ରାବଣ ପୋଡ଼ି ଉତ୍ସବର ପରମ୍ପରା ଉପରେ ଲାଗିଛି

କାଳରୁପୀ କରୋନାର କଳା ନଜର! ରାବଣ ପୋଡ଼ି ନହେବା ଯୋଗୁ ଏହା ବହୁ ଶ୍ରଦ୍ଧାଳୁଙ୍କ ମନ ଓ

ହୃଦୟକୁ ଏକ ଶକ୍ତ ଆଘାତ ଦେଇଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking