37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଖୁବ ଶୀଘ୍ର ଅପକମିଂ ଫିଲ୍ମର ସୁଟିଂ ଆରମ୍ଭ କରିବେ

ଖୁବ ଶୀଘ୍ର ଅପକମିଂ ଫିଲ୍ମର ସୁଟିଂ ଆରମ୍ଭ କରିବେ

ନୂଆଦିଲ୍ଲୀ : ସାଉଥ ଅଭିନେତ୍ରୀ ସାମନ୍ଥା କିଛି ଦିନ ହେବ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହି ଅସୁଛନ୍ତି । ନିକଟରେ ସାମନ୍ଥା ଏବଂ ନାଗା ଚୈତନ୍ୟ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହେବା ତଥା ଛାଡପତ୍ର ର ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ଏବେ ପୁଣି ସାମନ୍ଥା ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଖୁସୀ ଖବର ସେୟାର କରିଛନ୍ତି ।

ବାସ୍ତବରେ ସାମନ୍ଥା ଖୁବ୍ ଶୀଘ୍ର ତାଙ୍କର ଅପକମିଂ ଫିଲ୍ମର ସୁଟିଂ ଆରମ୍ଭ କରିବେ । ପ୍ରଡକ୍ସନ ହାଉସ ଡ୍ରିମ ଭାରିୟର ପିକଚର୍ସ ତାର ଆଗାମୀ ପ୍ରୋଜେକ୍ଟ ଘୋଷଣା କରିଛି । ଏଥିରେ ମୁଖ୍ୟ ଭୂମିକାର ସାଉଥ ଅଭିନେତ୍ରୀ ସାମନ୍ଥା ରହିଛନ୍ତି । ଫିଲ୍ମଟି ତେଲୁଗୁ ଏବଂ ତାମିଲ ଭାଷାରେ କରାଯିବ । ଏହି ଫିଲ୍ମର ନିର୍ମାତା ଫିଲ୍ମଟିକୁ ଘୋଷଣା କରିବା ସହିତ ସାମନ୍ଥାଙ୍କ ଏକ ପୋଷ୍ଟର ମଧ୍ୟ ରିଲିଜ୍ କରିଛନ୍ତି ।

ଫିଲ୍ମରେ ସାମନ୍ଥାଙ୍କ ବ୍ୟତିତ ଅନ୍ୟ କଳାକାରଙ୍କ ବିଷୟରେ ସ୍ପଷ୍ଟିକରଣ ହୋଇନାହିଁ । ଖବରମୁତାବକ, ଏହି ଫିଲ୍ମଟିର ପ୍ରଯୋଜନା ଏସଆର ପ୍ରକାଶ ବାବୁ ଏବଂ ଏସଆର ପ୍ରଭୁ କରିବେ । ଅନ୍ୟ କାଷ୍ଟ ଏବଂ କ୍ରୁ ବିଷୟରେ ବହୁତ ଶୀଘ୍ର ଖୁଲାସା କରାଯିବ । ସେହିପରି ଫିଲ୍ମର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ କରିବେ ସାମନ୍ଥା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking