32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଘରେ କେହି ନଥିବା ସୁଯୋଗ ନେଇ ନାବାଳିକାକୁ ଗଣଦୁଷ୍କର୍ମ

ଘରେ କେହି ନଥିବା ସୁଯୋଗ ନେଇ ନାବାଳିକାକୁ ଗଣଦୁଷ୍କର୍ମ

ଭୁବନେଶ୍ୱର: ୧୦ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଫଳରେ ଏହି ମାମଲାରେ ୩ ନାବାଳକ ଅଟକ ରହିଛନ୍ତି । ବ୍ରହ୍ମପୁର ସଦର ଥାନା ଅଂଚଳରେ ସୋମବାର ରାତିରେ ଗଣଦୁଷ୍କର୍ମ ହୋଇଥିବା ସୂଚନା ମିଳିଛି । ଅଭିଯୋଗ ମୁତାବକ, ଘରେ କେହି ନଥିବା ସୁଯୋଗରେ ଉଠାଇ ନେଇଥିଲେ ୩ ନାବାଳକ । ଥାନାରେ ଏତଲା ପରେ ୩ ନାବାଳକଙ୍କୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ତେବେ ବାରମ୍ବାର ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଉଥିବା ଖବର ସାମ୍ନାକୁ ଆସୁଛି । ଏଥିରେ ରୋକ୍ ଲଗାଇବା ପାଇଁ ଯେତେ ପ୍ରକାର ଚେଷ୍ଟା କରାଗଲେ ବି ମାନସିକତାରେ ପରିବର୍ତନ ଆସୁନାହିଁ । ତେବେ ଏଭଳି ଅମାନୁଷିକ କାର୍ଯ୍ୟ କରୁଥିବା ଅପରାଧୀଙ୍କ ପ୍ରତି କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଦିନକୁ ଦିନ ଆମ ଦେଶରେ ନାବାଳିକା ଗଣଦୁଷ୍କର୍ମ ବଢି ବଢି ଚାଲିଛି । ସେଥିପାଇଁ ଏହା ଉପରେ ପ୍ରତିବନ୍ଧକ ଲାଗିବା ଉଚିତ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking