30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗସାମୟିକ ଭାବେ ବନ୍ଦ ହେଲା କଟକ ସନ ହସ୍ପିଟାଲ

ସାମୟିକ ଭାବେ ବନ୍ଦ ହେଲା କଟକ ସନ ହସ୍ପିଟାଲ

କଟକ : ଘରୋଇ ହସ୍ପିଟାଲ ସନ ହସ୍ପିଟାଲ ସାମୟିକ ଭାବେ ବନ୍ଦ ହୋଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସାମୟିକ ଭାବେ ଏହି ହସ୍ପିଟାଲକୁ ବନ୍ଦ କରାଯାଇଛି । ଅଗ୍ନିକାଣ୍ଡ ପରେ ହସ୍ପିଟାଲ କର୍ତ୍ତୁପକ୍ଷଙ୍କୁ ସୋ କଜ ନୋଟିସ ଜାରି ହୋଇଥିଲା । ତେବେ କର୍ତ୍ତୁୁର୍ପକ୍ଷଙ୍କ ତରଫରୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ବନ୍ଦ କରିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ଏହା ନେଇ କଟକ ଜିଲ୍ଲାପାଳ ଭାବାନୀ ଶଙ୍କର ଚଇନୀ ସୂଚନା ଦେଇଛନ୍ତି ।

ସୁଚନାଯୋଗ୍ୟଯେ , ଅଗ୍ନିକାଣ୍ଡ ପରେ ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ ଦିଆଯାଇଥିଲା । ଏହାର ଉ୍‌ତ୍ତର ସେପରି ସନ୍ତୋଷ ଜନକ ରହିନଥିବାରୁ ଏହି ରିପୋର୍ଟକୁ ଆଧାର କରି ଜିଲ୍ଲାପାଳ ଏଭଳି ନିଷ୍ପତି ଗ୍ରହଣ କରିଛନ୍ତି । ହସ୍ପିଟାଲ ତରଫରୁ ଅଗ୍ନି ନିରାପତ୍ତା ସାଟିଫିକେର୍ଟ ଓ ବିଲ୍ଡିଂ ସାର୍ଟିଫିକେଟ ଦେଇସାରିବା ପରେ ହିଁ ସନ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ । ସେହି ସମୟ ପର୍ଯ୍ୟନ୍ତ ହସ୍ପିଟାଲରେ କ୍ଲିନିକାଲ ଟେଷ୍ଟିଂ ଓ ଚିକିତ୍ସା ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking