32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶସୁରଜପୁରରେ ଡିଏମଙ୍କ ଦବଙ୍ଗଗିରି

ସୁରଜପୁରରେ ଡିଏମଙ୍କ ଦବଙ୍ଗଗିରି

ରାୟପୁର: ଛତିଶଗଡ ସୁରଜପୁର ଡିଏମ ଥିବା ରଣବୀର ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ତାଙ୍କ ପଦରୁ ହଟାଇବା ପାଇଁ ଆଦେଶ ଦେଇଛନ୍ତି । ସୁରଜପୁରରେ ଲକଡାଉନ ନିୟମ ଉଲ୍ଲଂଘନ ନେଇ ଯେଉଁଭଳି ଡିଏମ ଜଣେ ଯୁବକଙ୍କୁ ଥାପଡ ମାରିଛନ୍ତି , ତାର ଭିଡିଓ ଏବେ ଭାଇରାଲ ହେଉଛି । ତେବେ ରଣବୀର ଶର୍ମା ନିଜର କାର୍ଯ୍ୟ କଳାପ ପାଇଁ ଅନେକ ସମୟରେ ବିବାଦରେ ରହିଆସିଛନ୍ତି । ବର୍ତମାନ ତାଙ୍କ ଉପରେ ଲୋକଙ୍କୁ ଚାପୁଡା ମାରିବା ଏବଂ ପୁଲିସ ଲାଠି ଚାଳନା କରିଥିବା ମାମଲା ସାମ୍ନାକୁ ଆସିଛି । ହେଲେ ଏ ସବୁ ପୂର୍ବରୁ ସେ ଭାଲୁଙ୍କ ଉପରେ ଗୁଳି ଚାଳନା ବି କରିସାରିଛନ୍ତି । ଡିଏମ ରଣବୀର ଶର୍ମା ୨୦୧୪ରେ ଏକ ଭାଲୁ ଉପରେ ଗୁଳି ଚାଳନା କରିବା ପାଇଁ ପୁଲିସକୁ ଆଦେଶ ଦେଇଥିଲେ । ଭାରତୀୟ ବନ୍ୟ ଜୀବ ସଂରକ୍ଷଣ ଅଧିନିୟମ ଅନୁସାରେ, ଭାଲୁ ବିଶେଷ ଅନୁସୂଚୀରେ ରହିଛି । ଭାଲୁ ଏବଂ ବାଘ ଭଳି ପଶୁଙ୍କ ପ୍ରଜାତିଙ୍କ ବିପଦକୁ ଦୃଷ୍ଟିରେ ରଖି ସେମାନଙ୍କୁ ସୁଟ୍ କରାଯାଇପାରିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking