26.7 C
Bhubaneswar
Friday, April 19, 2024
Homeଓଡିଶାଲଘୁଚାପ ୱେଲମାର୍କଡରେ ପରିଣତ

ଲଘୁଚାପ ୱେଲମାର୍କଡରେ ପରିଣତ

ଭୁବନେଶ୍ୱର: ୱେଲମାର୍କଡରେ ପରିଣତ ହୋଇଛି ସୃଷ୍ଟି ହୋଇଥିବା ଲଘୁଚାପ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ୱେଲମାର୍କଡରେ ପରିଣତ ହୋଇଛି । ଆସନ୍ତା ୬ ଘଣ୍ଟାରେ ୱେଲମାର୍କଡ ଲୋ ପ୍ରେସର ଅବପାତ ରୂପ ନେବ । ଉତ୍ତର, ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୪ରେ ସାମୁଦ୍ରିକ ଝଡ ରୂପ ନେବ ।  ପରବର୍ତ୍ତୀ ୨୪ ଘଣ୍ଟାରେ ଅତି ଭୀଷଣ ବାତ୍ୟାରେ ପରିଣତ ହେବ ।

 

ଅନ୍ୟପଟେ , ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଲୋ ପ୍ରେସରରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅବପାତ ରୂପ ନେବାର ସମ୍ଭାବନା ରହିଛି । ଆସନ୍ତା କାଲି ଏହା ବାତ୍ୟାରେ ପରିଣତ ହେବ । ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟା ‘ୟାଶ’ ମୁକାବିଲା ପାଇଁ ଏନଡିଆରଏଫର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବାତ୍ୟା ଆଶଙ୍କା ଥିବା ଜିଲ୍ଲାଗୁଡ଼ିକୁ ଏନଡିଆରଏଫ୍ ଟିମକୁ ପଠାଯାଇଛି । କଟକ ମୁଣ୍ଡୁଳି ଏନଡିଆରଏଫର ୩ୟ ବାଟାଲିୟନରୁ ଟିମ୍ ପଠାଇବା କାର୍ଯ୍ୟ ଆରମ୍ଭ କରାଯାଇଛି । କେଉଁ ଜିଲ୍ଲାକୁ କେତେ ଏନଡିଆରଏଫ୍ ଟିମ ପଠାଯିବ ସେ ନେଇ ସୂଚନା ଜାରି କରାଯାଇଛି । ଆସନ୍ତାକାଲି ଅପରାହ୍ଣ ସୁଦ୍ଧା ସମସ୍ତେ କାର୍ଯ୍ୟସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ମୋଟି ୨୨ଟି ଟିମ ମଧ୍ୟରୁ ବାଲେଶ୍ୱରକୁ ୭ଟି, ଭଦ୍ରକକୁ ୪ଟି, କେନ୍ଦ୍ରାପଡ଼ାକୁ ୩ଟି, ଯାଜପୁରକୁ ୨ଟି, ଜଗତସିଂହପୁର ଓ ମୟୁରଭଞ୍ଜକୁ ଗୋଟିଏ ଲେଖାଏଁ ଟିମ୍ ପଠାଯିବାର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।

ସେପଟେ , ବାତ୍ୟା ମୁକାବିଲା ନେଇ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । କୋଭିଡ କେୟାର ସେଣ୍ଟର/ହସ୍ପିଟାଲ, ମେଡିକାଲକୁ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦିଆଯିବ । ବିଦ୍ୟୁତ କଟିବା ପାଇଁ ଷ୍ଟାଣ୍ଡବାଇ ବ୍ୟବସ୍ଥା କରାଯାଇଛି । ବାତ୍ୟା ମୁକାବିଲା ପାଇଁ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । ବାତ୍ୟା ପରେ ବିଦ୍ୟୁତ ପରିବହନ ସ୍ୱାଭାବିକ କରିବାକୁ ସ୍ୱତନ୍ତ୍ର ଟିମ ହୋଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking