32.1 C
Bhubaneswar
Friday, April 26, 2024
Homeଓଡିଶାଓଡ଼ିଶା ନେତାଙ୍କୁ ରାହୁଲଙ୍କ କଡ଼ା ଚେତାବନୀ

ଓଡ଼ିଶା ନେତାଙ୍କୁ ରାହୁଲଙ୍କ କଡ଼ା ଚେତାବନୀ

ଭୁବନେଶ୍ୱର (ବିପିନ୍ ସିଂହ): ପିସିସି ସଭାପତି ପରିବର୍ତ୍ତନ ଓ ଦଳ ସଂଗଠନ ସମ୍ପର୍କରେ ଆଲୋଚନା କରିବା ପାଇଁ ଡ଼ାକରା ପାଇ ଦିଲ୍ଲୀ ଯାଇଥିବା ଓଡ଼ିଶା କଂଗ୍ରେସର ନେତାମାନଙ୍କୁ ରାହୁଲ ଗାନ୍ଧୀ କଡ଼ା ଚେତାବନୀ ଦେଇଥିବା ଦଳୀୟ ମହଲରେ ଆଲୋଚନା ହେଉଛି । ରାହୁଲ ଗାନ୍ଧୀ ଯାଇଥିବା ନେତାମାନଙ୍କୁ ବସି ଆଲୋଚନା କରିବାକୁ ସୁଯୋଗ ନଦେଇ ଠିଆ ଠିଆ ପଦେ ଦିପଦ କଥା ହୋଇ ବିଦା କରିବା ଘଟଣାକୁ ନେଇ ଅନେକ ବିଧାୟକ ଓ ନେତା ଅସନ୍ତୁଷ୍ଟ ହୋଇଛନ୍ତି । ଏହା ସୌଜନ୍ୟ ନୁହେଁ ବୋଲି କିଛି ବିଧାୟକ ଆଲୋଚନା ବେଳେ କହିଛନ୍ତି । ସେମାନଙ୍କୁ ଏଭଳି ବ୍ୟବହାର ଦେଖାଇବା ପଛରେ ନେତାମାନଙ୍କ ଉପରେ ରାହୁଲଙ୍କ ଅସନ୍ତୋଷ ମୁଖ୍ୟ କାରଣ ବୋଲି କୁହାଯାଉଛି ।
ସବୁ ନେତାମାନଙ୍କ ସହ ଆଲୋଚନା ସରିବା ପରେ ଫଟୋ ଉଠାଇବାକୁ ଏକାଠି ଆସିଲା ବେଳେ ରାହୁଲ ତାଙ୍କ ଅସନ୍ତୋଷ ପ୍ରକାଶ କରିଥିଲେ ।

ଏଥିରେ ସିଧାସଳଖ ସେ କହିଥିଲେ ଓଡ଼ିଶାର ନେତାମାନେ କଥା କଥାକେ ଗଣମାଧ୍ୟମକୁ ଯାଉଛନ୍ତି । ଦଳ ଓ ଦଳୀୟ ନେତାଙ୍କ ବିରୋଧରେ ମତ ରଖୁଛନ୍ତି । ଏହା ଦ୍ୱାରା ଦଳର ବହୁତ କ୍ଷତି ହେଉଛି । ନେତାମାନଙ୍କର ସମ୍ମାନ ମଧ୍ୟ ହାନି ହେଉଛି । ଏଣିକି ଏସବୁକ ଆଉ ବଦଦାସ୍ତ କରାଯିବ ନାହିଁ । ଗଣମାଧ୍ୟମକୁ ଯିଏ ଯାଇ ଦଳ ଓ ନେତାଙ୍କ ବିରୋଧରେ ମତ ରଖିବ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେ ଯେତେବଡ଼ ନେତା ହୁଅନ୍ତ୍‌ୁ ଓ ଯେଉଁ ପଦବୀରେ ଥାଆନ୍ତୁ ବିଂଶୃଙ୍ଖଳାକୁ ଆଉ ବର୍‌ଦାସ୍ତ କରାଯିବ ନାହିଁ । ରାହୁଲଙ୍କ ଏହି ମନ୍ତବ୍ୟ ବେଳେ କିଛି ନେତା କହିଥିଲେ ଯେ, ସବୁ ନେତା ଏପରି ନୁହଁନ୍ତି କିଛି ନେତା ଅଛନ୍ତି ଯେଉଁମାନେ ଗଣମାଧ୍ୟମରେ ଦଳ କି ନେତାଙ୍କ ସମ୍ପର୍କରେ କୌଣସି ମତ ରଖନ୍ତି ନାହିଁ । ଏକଥାକୁ ଅବସ୍ୟ ରାହୁଲ ଗ୍ରହଣ କରିଥିବା କଥା କିଛି ବିଧାୟକ ଆଲୋଚନା କରୁଛନ୍ତି ।

ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ୨୦୧୯ରୁ ଇସ୍ତଫା ଦେଇଛନ୍ତି । କିନ୍ତୁ ଏଆଇସିସି ପକ୍ଷରୁ ତାଙ୍କର ଇସ୍ତଫା ଏଯାଏଁ ଗ୍ରହଣ କରାଯାଇ ନାହିଁ । ଏହାକୁ ନେଇ ବିଭିନଗନ ସମୟରେ ବିଧାୟକ ଓ ନେତାମାନେ ତୁରନ୍ତ ସଭାପତି ପରିବର୍ତ୍ତନ ପାଇଁ ଗଣମାଧ୍ୟମରେ ମତ ଦେଇଥା’ନ୍ତି । ବେଳେ ବେଳେ ସଭାପତିଙ୍କ ବିରୋଧରେ ବି କହିଥା’ନ୍ତି । ଏବେ ନିକଟରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ବିରୋଧରେ କିଛି ବିଧାୟକ ମତ ଦେଇଥିଲେ । ତାଙ୍କୁ ବଦଳାଇବା ପାଇଁ ଗଣମାଧ୍ୟମରେ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଅଧିରାଜ ପାଣିଗ୍ରାହୀ ଦାବି କରିବା ପରେ ଏହାକୁ ନେଇ ବିବାଦ ଦେଖାଦେଲା ।

ଏହି ଘଟଣାକୁ କେନ୍ଦ୍ର କରି କୁହାଯାଉଛି ସ୍ୱାଭିବାନ ଓ ସମ୍ମାନ ଦୃଷ୍ଟିରୁ ଶ୍ରୀ ମିଶ୍ର ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ । କିନ୍ତୁ ଶ୍ରୀ ମିଶ୍ର ଇସ୍ତଫା ଦେବା କୌଣସି ମତ ରଖି ନଥିଲେ । ଏହି ଉଭୟ ଘଟଣାକୁ ନେଇ ଏଆଇସିସିରେ ଆଲୋଚନା ହୋଇଥିଲା । ଏହି ମସସ୍ତ ଘଟଣାକୁ ରାହୁଲ ଗାନ୍ଧୀ ଗୁରୁତର ସହ ନେଇଥିବା କଥା କିଛି ନେତା କହୁଛନ୍ତି । ଏଥିପାଇଁ ରାହୁଲ ଓଡ଼ିଶାରେ ବିଧାୟକ ଓ ନେତାମାନଙ୍କୁ ବସିବା ପାଇଁ ବି କହିଲେ ନାହିଁ ।

ରାହୁଲ ଏହି ଆଭିମୁଖ୍ୟ ଗ୍ରହଣ କରିବା ସହ ତାଙ୍କ ବ୍ୟବହାରରେ ନେତାମାନଙ୍କୁ ଜଣେଇଦେଇଥିବାରୁ ସଂପୃକ୍ତ ବିଧାୟକ ଓ ନେତାମନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କ’ଣ ନିଆଯାଉଛି ତା’ ଦେଖିବା କଥା । ଦଳକୁ ସୁଧାରିବା ଦିଗରେ ପଦକ୍ଷେପ ନେବାକୁ ବାସ୍ତବରେ ରାହୁଲ ଗାନ୍ଧୀ ଚାହୁଁଛନ୍ତି କି ନାହିଁ ତାହା ଏଥିରୁ ଜଣାପଡ଼ିବ ବୋଲି କୁହାଯାଉଛି ।

ଓଡ଼ିଶା ନେତାମାନଙ୍କୁ ଛିଡ଼ା ଛିଡ଼ା ବିଦାକଲେ ରାହୁଲ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking