28.1 C
Bhubaneswar
Friday, April 26, 2024
Homeଓଡିଶାଓଡ଼ିଶା ନେତାମାନଙ୍କୁ ଛିଡ଼ା ଛିଡ଼ା ବିଦାକଲେ ରାହୁଲ

ଓଡ଼ିଶା ନେତାମାନଙ୍କୁ ଛିଡ଼ା ଛିଡ଼ା ବିଦାକଲେ ରାହୁଲ

କେବଳ ନରସିହଂଙ୍କ ସହ ବସି ହେଲେ କଥା

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଓ ପିସିସିର ସଭାପତି ପରିବର୍ତ୍ତନ ଏବଂ ବିଧାୟକ ଦଳର ନେତା ପଦବୀକୁ ନେଇ ଦେଖାଦେଇଥିବା ବିବାଦ ଉପରେ ଆଲୋଚନା ପାଇଁ ଦିଲ୍ଲୀ ଯାଇଥିବା ରାଜ୍ୟ କଂଗ୍ରେସର ବିଧାୟକ, ପିସିସି ସଭାପତି ଓ ପୂର୍ବତନ ସଭାପତି ଓ କିଛି ବରିଷ୍ଠ ନେତା ଦିଲ୍ଲୀ ଯାଇଥିଲେ । ଏଆଇସିସି ନେତା ରାହୁଲ ଗାନ୍ଧୀ ଆଲୋଚନା ପାଇଁ ଓଡ଼ିଶା ନେତାମାନଙ୍କୁ ଡ଼ାକିଥିଲେ, ହେଲେ ଓଡ଼ିଶା ନେତାମାନଙ୍କୁ ରାହୁଲ ଗୁରୁତ୍ୱ ଦେଇନଥିବା ଜଣାପଡ଼ିଛି । ଏପରିକି ସୌଜନ୍ୟମୂଳକ ଭାବେ କାହାରି ସହ ବସିକି ଆଲୋଚନା କରିନଥିବା କୁହାଯାଉଛି । କେବଳ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କୁ ଛାଡ଼ିଦେଲେ ଅନ୍ୟ କାହା ସହିତ ବସିକି ଆଲୋଚନା କରିନଥିବା ବିଧାୟକ ଓ ଅନ୍ୟ ନେତାମାନେ କହିଛନ୍ତି ।

ଓଡ଼ିଶାର ନେତାମାନଙ୍କୁ ରାହୁଲ ଗୁରୁତ୍ୱ ନଦେବା ଘଟଣା ବେଶ୍ ଚର୍ଚ୍ଚା ହେଉଛି । ନେତାମାନେ ପରସ୍ପର ବିରୋଧରେ ମତ ରଖୁଥିବା ନେଇ ରାହୁଲ ଅସନ୍ତୁଷ୍ଟ ଥିବା କଥା କୁହାଯାଉଛି । ଯାହା ଫଳରେ କି ଓଡ଼ିଶାର ନେତାମାନଙ୍କ ପ୍ରତି ଏଭଳି ଅସୌଜନ୍ୟ ବ୍ୟବହାର କରିଥିବା କୁହାଯାଉଛି ।
ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ୨୦୧୯ରୁ ଇସ୍ତଫା ଦେଇସାରିଛନ୍ତି । ତାଙ୍କ ବଦଳରେ ନୂଆ ସଭାପତି କରିବା ପାଇଁ ବିଧାୟକ ଓ ଅନ୍ୟ ନେତାମାନେ ଦାବି ଉଠାଇଥିଲେ । ଏହି ସମୟରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଗଣମାଧ୍ୟମରେ ରଖିଥିବା ମନ୍ତବ୍ୟକୁ ଆଧାର କରି ବିଧାୟକ ଦଳ ନେତା ପଦରୁ ନରସିଂହ ମିଶ୍ର ଇସ୍ତଫା ଦେଇଥିବା କୁହାଯାଉଛି । ସେ ସିଧାସଳଖ ସୋନିଆ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିବା ମଧ୍ୟ ଗଣମାଧ୍ୟମରେ ଆଲୋଚନା ହୋଇଥିଲା । ଏ ସମ୍ପର୍କରେ ଆଲୋଚନା କରି ବିଧାୟକ ନେତାମାନଙ୍କ ମତାମତ ନେବା ପାଇଁ ଓଡ଼ିଶା ପ୍ରଭାରୀ ଦାୟୀତ୍ୱରେ ଥିବା ଚେଲ୍ଲା କୁମାର ଆସିଥିଲେ । ଏଠାରେ ୨ ଦିନ ରହି ମତାମତ ସଂଗ୍ରହ କରିଥିଲେ ।

ଏପରିକି ଦଳ ବାହାରର ନେତା ଓ କିଛି ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା କରି ମତ ନେଇଥିଲେ । ସେ ତାଙ୍କ ରିପୋର୍ଟ ରାହୁଲ ଗାନ୍ଧୀଙ୍କୁ ଦେଇଥିଲେ। ରିପୋର୍ଟ ପାଇଲା ପରେ ରାହୁଲ ଗାନ୍ଧୀ ପ୍ରତ୍ୟକ୍ଷ ଭାବେ ଆଲୋଚନା କରିବା ପାଇଁ ବିଧାୟକ, ପିସିସି ସଭାପତି ଓ ପୂର୍ବତନ ପିସିସି ସଭାପତିଙ୍କୁ ଦିଲ୍ଲୀ ଡାକିଥିଲେ । ରାହୁଲଙ୍କ ଡାକରା ପାଇ ନେତାମାନେ ଦିଲ୍ଲୀ ଯାଇଥିଲେ । ଆଜି ସନ୍ଧ୍ୟା ସାଢେ ୬ ଟାରେ ଆଲୋଚନା ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ନେତାମାନେ ବହୁ ଖୁସିରେ ଆଲୋଚନା କରିବାକୁ ଯାଇଥିଲେ । ହେଲେ ସେଠାରେ ପହଞ୍ଚିବା ପରେ ସ୍ଥିତି ଭିନ୍ନ ରହିଲା । ରାହୁଲ ଗାନ୍ଧୀ କୌଣସି ବିଧାୟକ କିମ୍ବା ନେତାଙ୍କୁ ୨ ମିନିଟରୁ ଅଧିକ ସମୟ ରହିବା ପାଇଁ ସୁଯୋଗ ଦେଲେ ନାହିଁ । ପିସିସି ସଭାପତି କାହାକୁ କରିବାକୁ ଚାହୁଁଛନ୍ତି ଉପରେ ୨ ପଦ କଥା ପଚାରି ସେହି ଛିଡ଼ା ଛିଡ଼ା କଥା ହୋଇ ବିଦା କରିଦେଇଥିଲେ ।

କିନ୍ତୁ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ସହ ପାଖାପାଖି ୧୫ ମିନିଟ୍ ଆଲୋଚନା କରିଥିଲେ । କିନ୍ତୁ ତାଙ୍କ ସହ ବସି କଥା ହୋଇଥିଲେ । ବିଧାୟକ ଦଳ ନେତା ପଦରୁ ସେ ଇସ୍ତଫା ଦେଇଥିବାରୁ ତାଙ୍କ ସହ ସୌଜନ୍ୟମୂଳକ ଭାବରେ ଦୀର୍ଘ ସମୟ ଆଲୋଚନା କରିଥିଲେ । କୁହାଯାଉଛି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ୩ ରୁ ୪ ମିନିଟ ଆଲୋଚନା କରିଥିଲେ । କିନ୍ତୁ ତାଙ୍କୁ ବସିବା ପାଇଁ ସୁଯୋଗ ଦେଇନଥିଲେ । ତାଙ୍କ ସହ ଛଡ଼ା ହୋଇ କଥା ହୋଇଥିଲେ । ଏଥିରୁ ଆଲୋଚନା ହେଉଛି ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ନରସିଂହ ମିଶ୍ରଙ୍କୁ ଗୁରୁତ୍ୱ ଦେଉଛନ୍ତି, ଓଡ଼ିଶାର ଅନ୍ୟ କୌଣସି ନେତାମାନଙ୍କୁ ଗୁରୁତ୍ୱ ଦେଉନାହାନ୍ତି ।

ସାଂସଦ ସପ୍ତଗିରି ଉଲ୍ଲାକା, ଦଳର ୯ଜଣ ବିଧାୟକ, କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ, ପିସିସି ସଭାପତିଙ୍କ ସହ ପୂର୍ବତନ ସଭାପତି ଜୟଦ୍ଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ବରିଷ୍ଠ ନେତା ଶରତ ରାଉତ, ରାମଚନ୍ଦ୍ର ଖୁଣ୍ଟିଆ ଯାଇଥିଲେ । ସଭାପତି ଦୌଡରେ ଭକ୍ତ ଚରଣ ଦାସ, ବିଧାୟକ ମହମ୍ମଦ ମୋକିମ, ଶରତ ପଟ୍ଟନାୟକ, ଜୟଦ୍ଦେବ ଜେନା ପ୍ରମୁଖ ଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking