37.1 C
Bhubaneswar
Thursday, March 28, 2024
Homeଓଡିଶାଭୁବନେଶ୍ୱରବେଆଇନ ଖନନକୁ ନେଇ ସରକାରଙ୍କୁ ଟାର୍ଗେଟ କଲେ ଅପରାଜିତା

ବେଆଇନ ଖନନକୁ ନେଇ ସରକାରଙ୍କୁ ଟାର୍ଗେଟ କଲେ ଅପରାଜିତା

ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ହାଇକୋର୍ଟରେ ଏଏସଆଇ ସତ୍ୟପାଠ ଦାଖଲ କରିଛି । ସତ୍ୟପାଠ ଦାଖଲ ପରେ ଏବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ରାଜ୍ୟ ସରକାର ଶ୍ରୀମନ୍ଦିରକୁ ବିପଦରେ ପକାଇବାକୁ ଚାହୁଁଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜେ ନିଜକୁ ଓ ଶ୍ରୀମନ୍ଦିରକୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି ।

ଏନେଇ ଅପରାଜିତା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ମହାପ୍ରଭୁ ଏବେ କଳାପାହାଡର ସରକାରଠୁ ନିଜ ବଡ଼ଦେଉଳକୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି । ଐତିହାସିକ କୀର୍ତିରାଜିର ଅପୂରଣୀୟ କ୍ଷତି ଏଏସ୍ଆଇ ରିପୋର୍ଟରେ ରହିଛି । କୀର୍ତିରାଜି ଉପରେ ପ୍ରଭାବ ପଡ଼ିବ ନା ନାହିଁ ଅନୁଧ୍ୟାନ ହୋଇନଥିବା ଦର୍ଶାଯାଇଛି । ଏହା ସହ କୌଣସି ଭୂତଳସ୍ତରୀୟ ଅନୁଧ୍ୟାନ ହୋଇନି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ବଡ଼ ବଡ଼ ଗର୍ତ୍ତ କରି ବିନା ଅନୁମତିରେ ବେଆଇନ କାର୍ଯ୍ୟ ଚଳାଇଛନ୍ତି । ସାଧାରଣ ଜନତାଙ୍କ ଅର୍ଥକୁ ମହାପ୍ରଭୁଙ୍କ ନାଁରେ ହରିଲୁଟ କରୁଛନ୍ତି ସରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking