33.1 C
Bhubaneswar
Sunday, May 5, 2024
Homeଓଡିଶାପୂର୍ବଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ପୁରୀ : ପୁରୀର ବାସେଲି ସାହି ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏହି ଯୁବକଙ୍କୁ କେତେକ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ରରେ ହାଣିବା ପରେ ଘଟଣାସ୍ଥଳରେ ହିଁ ଏହି ଯୁବକଙ୍କ ମୃତ୍ୟୁ ହୋଇଛି । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଯୁବକଙ୍କ ନାମ ଜିତେନ୍ଦ୍ର ପୁରୋହିତ । ବାସେଲି ସାହି ଓଡ଼ିଆ ମଠ ନିକଟରେ ତାଙ୍କ ଘର । ସେ ଜଣେ ଶିଳ୍ପୀ କାରିଗର । ପୂର୍ବରୁ ମଧ୍ୟ ତାଙ୍କ ଘର ଉପରକୁ ବୋମାମାଡ ହୋଇଥିଲା ଓ ଉକ୍ତ ଘଟଣା ସମ୍ପର୍କରେ ବାସେଲି ସାହି ଥାନାରେ ଅଭିଯୋଗ ହୋଇଥିଲା । ବାସେଳୀ ସାହି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜିତେନ୍ଦ୍ରଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ ଜିତେନ୍ଦ୍ରଙ୍କ ପରିବାର ସହିତ ବାସେଳୀ ସାହିର କିଛି ଯୁବକଙ୍କ ସହିତ ପୂର୍ବରୁ ଗଣ୍ଡଗୋଳ ହୋଇଥିବା ବେଳେ ଥାନାରେ ଏନେଇ ମାମଲା ରୁଜୁ ହୋଇଥିଲା। ହତ୍ୟାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking