30.1 C
Bhubaneswar
Thursday, April 25, 2024
Homeଓଡିଶାରାଜ୍‌ କୁନ୍ଦ୍ରାଙ୍କ ପର୍ଣ୍ଣ ଫିଲ୍ମରେ ଓଡ଼ିଆ ପୁଅକୁ ନେଇ ଚର୍ଚ୍ଚା

ରାଜ୍‌ କୁନ୍ଦ୍ରାଙ୍କ ପର୍ଣ୍ଣ ଫିଲ୍ମରେ ଓଡ଼ିଆ ପୁଅକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର : ଅଶ୍ଳୀଳ ସିନେମା ପ୍ରସ୍ତୁତ କରିବା ଅଭିଯୋଗ ଆସିବା ପରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇ ଥିଲା । ଜାତୀୟ ଗଣମାଧ୍ୟମରେ ଏହି ଖବର ବେଶ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ଏହାର ଓଡିଶା କନେକ୍ସନକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜ୍‌ କୁନ୍ଦ୍ରାଙ୍କ ଫିଲ୍ମରେ ଓଡ଼ିଆ ପୁଅ ସେକ୍ସପିୟର ତ୍ରିପାଠୀ କାମ କରିଥିବା ଜଣାପଡ଼ିଛି। ଲୋକପ୍ରିୟ ଓଟିଟି ପ୍ଳାଟଫର୍ମ ହଟ୍‌ସଟ୍‌ରେ ପ୍ରସାରିତ ହେଉଥିବା ଦୁଇଟି ମୁଭିରେ ଅଭିନୟ କରିଛନ୍ତି ଏହି ଓଡିଆ ହିରୋ । ଏହି ୨ ଫିଲ୍ମର ନାମ ପେଜ୍‌ ଥ୍ରୀ ଓ ସୁର୍ତ୍ତାଲ । ପେଜ୍‌ ଥ୍ରୀ ଏକ ରୋମାଣ୍ଟିକ୍‌ ଫିଲ୍ମ ହୋଇଥିବା ବେଳେ, ସୁରତାଲରେ ଏକ ନୃତ୍ୟ ପ୍ରଶିକ୍ଷକ ଭାବରେ ଅଭିନୟ କରିଛନ୍ତି ସେକ୍ସପିୟର । ଏହି ଦୁଇଟି ଯାକ ଫିଲ୍ମରେ କୌଣସି ଅଶ୍ଳୀଳ ଦୃଶ୍ୟ ନଥିଲା ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking