38.1 C
Bhubaneswar
Friday, April 26, 2024
Homeଓଡିଶାଭାରତୀୟ ଚିକିତ୍ସକ ସଂଘ ଯାଜପୁର ରୋଡସଖା ପକ୍ଷରୁ ବିରୋଧ

ଭାରତୀୟ ଚିକିତ୍ସକ ସଂଘ ଯାଜପୁର ରୋଡସଖା ପକ୍ଷରୁ ବିରୋଧ

ଯାଜପୁର : ଭାରତୀୟ ଚିକିତ୍ସକ ସଂଘ ଯାଜପୁର ରୋଡ଼ ଶାଖା ଭାରତୀୟ ଚିକିତ୍ସା କେନ୍ଦ୍ରୀୟ ପରିଷଦ ଓ କେନ୍ଦ୍ରୀୟ ନୀତି ଆୟୋଗ ଦ୍ଵାରାଗ୍ଦ ନଭେମ୍ବର ୧୯ ତାରିଖ ଦିନ ଜାରି କରାଯାଇଥିବା ବିଜ୍ଞପ୍ତିକୁ ସମ୍ପୂର୍ଣ୍ଣ ବିରୋଧ କରୁଅଛି । ଏହି ବିଜ୍ଞପ୍ତି ‌ବଳରେ ଜଣେ ଆୟୁର୍ବେଦ ଚିକିତ୍ସକ ମାତ୍ର ୨ ବର୍ଷର ଖେଚୁଡ଼ି ଶଲ୍ୟ ଚିକିତ୍ସା ପ୍ରଶିକ୍ଷଣ ଲାଭ କରି ଆୟୁର୍ବେଦ ସ୍ନାତକୋତ୍ତର ଶଲ୍ୟତନ୍ତ୍ର ଓ ଶାଲକ୍ୟତନ୍ତ୍ର ଉପାଧି ହାସଲ କରିପାରିବେ। ଏ‌ଇ ଚିକିତ୍ସକ ଗଣ ୩୮ ପ୍ରକାର ଶଲ୍ୟ ଅପରେସନ,କାନ,ନାକ,ଗଳା ଅପରେସନ, ପେଟ ଅପରେସନ, ମୂତ୍ର ଶଲ୍ୟ ଅପରେସନ ଆଦି ସାଧାରଣ ଓ ସୁପର ସ୍ପେସାଲିଷ୍ଟ ଅପରେସନ କରିବାକୁ ଆଇନତଃ ହକଦାର ହେବେ।ଏଇ ପରିପ୍ରେକ୍ଷୀରେ ନିମ୍ନ ଲିଖିତ କେତେକ ପ୍ରଶ୍ନ ସ୍ବତଃ ଜାଗ୍ରତ ହେଉଛି ଯାହାର ଉତ୍ତର ସର୍ବସାଧାରଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ଏଇ ଖେଚୁଡ଼ି ଶଲ୍ୟ ଚିକିତ୍ସକଙ୍କ କର୍ତ୍ତୁକ ଭବିଷ୍ୟତରେ ଯେଉଁ ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ତାର କୁପରିଣାମ ସର୍ବସାଧାରଣଙ୍କୁ ଭୋଗିବାକୁ ପଡ଼ିବ ଓ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇବ।
୧. ସର୍ବସାଧାରଣଙ୍କ ସ୍ବାସ୍ଥ୍ୟ ସେବା ଏପରି ପ୍ରଶିକ୍ଷଣ ପ୍ରାପ୍ତ ବୈଦ୍ୟଙ୍କ ହାତରେ ସୁରକ୍ଷିତ କି?
୨. ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଚିକିତ୍ସା ଏପରି ନିମ୍ନ ଶିକ୍ଷାଗତ ଯୋଗ୍ୟତା ପ୍ରାପ୍ତ ଚିକିତ୍ସକଙ୍କ ଦ୍ଵାରା ହେବା ଉଚିତ କି? ସମସ୍ତ ନାଗରିକଙ୍କ ପାଇଁ ସମାନ ଚିକିତ୍ସା ବ୍ୟବସ୍ଥା ଯୋଗାଇବା ସରକାରଙ୍କ କର୍ତ୍ତବ୍ୟ ନୁହେଁ କି?
୩. ସୁପର ସ୍ପେସାଲିଷ୍ଟ ଯୋଗ୍ୟତା ନିମନ୍ତେ ଏମ୍ ବି ବି ଏସ୍ ଶିକ୍ଷା ୬ ବର୍ଷ ପରେ ସ୍ନାତକୋତ୍ତର ଶିକ୍ଷା ୩ ବର୍ଷ ଓ ଉଚ୍ଚ ସ୍ନାତକୋତ୍ତର ଶିକ୍ଷା ୩ବର୍ଷ ଏପରି ୬ବର୍ଷର ଅବଧି ଜରୁରୀ ଥିବାବେଳେ ଏବଂ ଏପରି ଶିକ୍ଷା ସତ୍ତ୍ୱେ ପ୍ରବୀଣ ଶଲ୍ୟ ଚିକିତ୍ସକ ଗଣ ଅସ୍ତ୍ରୋପଚାର ସମୟରେ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହୁଅନ୍ତି। ମାତ୍ର ୨ବର୍ଷର ଖେଚୁଡ଼ି ଶଲ୍ୟ ଚିକିତ୍ସା ପ୍ରଶିକ୍ଷଣ ପ୍ରାପ୍ତ ଏଇ ଶଙ୍କର ଜାତୀୟ ସ୍ନାତକୋତ୍ତର ଶଲ୍ୟତନ୍ତ୍ର ବୈଦ୍ୟ ଶଲ୍ୟ ଚିକିତ୍ସା ଦାୟିତ୍ଵ ସୁଚାରୁ ରୂପେ ସମ୍ପାଦନ କରିପାରିବେ କି?
୪. ଭାରତୀୟ ପୁରାତନ ଚିକିତ୍ସା ପଦ୍ଧତି ଆଧୁନିକ ଚିକିତ୍ସା ପଦ୍ଧତି ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିବା ସତ୍ତ୍ବେ ଏହି ୨ଟି ପଦ୍ଧତିକୁ ମିଶ୍ରଣ କରି ଏକ ଖେଚୁଡ଼ି ଚିକିତ୍ସା ବ୍ୟବସ୍ଥା ସୃଷ୍ଟି କରିବା ଓ ଉଭୟ ପଦ୍ଧତିକୁ ନଷ୍ଟ କରିବା କେତେଦୂର ଯୁକ୍ତିଯୁକ୍ତ?
୫. ଆମ ଭାରତୀୟ ପୁରାତନ ସଂସ୍କୃତିର ଚିକିତ୍ସା କ୍ଷେତ୍ରରେ ମାଇଲଖୁଣ୍ଟ ବୋଲି ବିବେଚିତ ନିରୋଳା ଆୟୁର୍ବେଦ ଚିକିତ୍ସା ପଦ୍ଧତି ସମ୍ପୂର୍ଣ୍ଣ ବିଲୁପ୍ତ ହେବା ସଠିକ୍ ପଦକ୍ଷେପ କି?
ଏଇ ବିଜ୍ଞପ୍ତିକୁ ବିରୋଧ କରି ଭାରତୀୟ ଚିକିତ୍ସକ ସଂଘ ଯାଜପୁର ରୋଡ଼ ଶାଖା ଆସନ୍ତା ୮ତାରିଖ ମଙ୍ଗଳବାର ଦିନ ବ୍ୟାସନଗର ସହରର ବିଭିନ୍ନ ସ୍ଥାନରେ ସମସ୍ତ କରୋନା ପ୍ରତିଷେଧକ ବ୍ୟବସ୍ଥା ଆପଣାଇ ପ୍ରତିବାଦ ପ୍ରଦର୍ଶନ କରିବ । ଏଥିରେ ସରକାର ନ ଚେତିଲେ ଆସନ୍ତା ୧୧ ତାରିଖ ଶୁକ୍ରବାର ସକାଳ ୬ ଘଟିକା ଠାରୁ ୨୪ ଘଣ୍ଟା ପର‌୍ୟ୍ୟନ୍ତ ସମସ୍ତ ବେସରକାରୀ ଚିକିତ୍ସାଳୟ ବନ୍ଦ ରହିବ ଏବଂ କୌଣସି ଅସୁବିଧା ପାଇଁ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ । ବୋଲି ଯାଜପୁର ରୋଡ ସଖାର ସଭାପତି ଡାକ୍ତର ହେମନ୍ତ କିଶୋର ସାହୁ, ସାମ୍ପଦକ ଡାକ୍ତର ଗୌରୀ ଶଙ୍କର ଷଡ଼ଙ୍ଗୀ, ଭାରତୀୟ ଚିକିତ୍ସକ ସଂଘଯାଜପୁର ରୋଡ ସଖା ପକ୍ଷରୁ ପ୍ରେସ ବିଂଜ୍ଞପ୍ତି ରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking