30.1 C
Bhubaneswar
Wednesday, April 24, 2024
Homeଖେଳଓଏଫ୍‌ସି ବିପକ୍ଷରେ ମୁମ୍ବାଇର ପ୍ରଥମ ବିଜୟ

ଓଏଫ୍‌ସି ବିପକ୍ଷରେ ମୁମ୍ବାଇର ପ୍ରଥମ ବିଜୟ

ଗୋଆ : ଚଳିତ ଆଇଏସ୍‌ଏଲ୍‌ର ସପ୍ତମ ସଂସ୍କରଣରେ ରବିବାର ଅଷ୍ଟାଦଶ ମ୍ୟାଚ୍‌ଟି ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ଓ ମୁମ୍ବାଇ ସିଟି ଏଫ୍‌ସି ମଧ୍ୟରେ ଖେଳାଯାଇଥିଲା । ରବିବାରର ଏହି ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ୨-୦ ଗୋଲରେ ବିଜୟୀ ହୋଇ ପ୍ରତିଯୋଗିତାରେ ଓଏଫସି ବିପକ୍ଷରେ ତା’ର ପ୍ରଥମ ବିଜୟ ହାସଲ କରିଛି । ୩୦ତମ ମିନିଟ୍‌ରେ ବାଥୋଲୋମିଓ ଓଗବେଚେ ପେନାଲ୍‌ଟିରୁ ଗୋଲ୍ ଦେଇଥିବା ବେଳେ ୪୫ତମ ମିନିଟ୍‌ରେ ରୋଲିନ୍ ବୋର୍ଜେସ ହେଡର୍ ମାଧ୍ୟମରେ ଦ୍ୱିତୀୟ ଗୋଲ୍‌ଟି ସ୍କୋର୍ କରିଥିଲେ । ଏଥିସହ ମୁମ୍ବାଇ ପ୍ରତିଯୋଗିତାରେ ତା’ର ଚତୁର୍ଥ ମ୍ୟାଚ୍‌ରେ ତୃତୀୟ ବିଜୟ ହାସଲ କରି ସମୁଦାୟ ୯ ପଏଣ୍ଟ ସହ ପଏଣ୍ଟଟେବଲର ଶୀର୍ଷକୁ ଉନ୍ନୀତ ହୋଇଛି । ଅନ୍ୟପକ୍ଷରେ ଓଏଫସି ତା’ର ତୃତୀୟ ପରାଜୟ ବରଣ କରି ଟେବଲରେ ଦଶମ ସ୍ଥାନରେ ରହିଛି । ପ୍ରାରମ୍ଭରୁ ମୁମ୍ବାଇ ଅଧିକ ସମୟ ବଲ୍‌କୁ ନିଜ ନିୟନ୍ତ୍ରଣରେ ରଖିପାରିଥିଲା ।

କିନ୍ତୁ ଚତୁର୍ଥ ମିନିଟ୍‌ରେ ଡିଏଗୋ ମୋରିସିଓଙ୍କ ଫ୍ରିକିକ୍ ଗୋଲ୍ ଅଳ୍ପକେ କ୍ରସବାର୍ ସ୍ପର୍ଶ କରି ବାହାରକୁ ଚାଲିଯାଇଥିଲା । ସେହିପରି ଅଷ୍ଟାଦଶ ମିନିଟ୍‌ରେ ମୁମ୍ବାଇ ପକ୍ଷରୁ ଅହମ୍ମଦ ଜାହୋ ସାଥୀ ଖେଳାଳି ସି ଗୋଡାର୍ଡଙ୍କୁ ପାସ୍ ଦେଇଥିଲେ । ଏହି ପାସ୍‌କୁ ସଂଗ୍ରହ କରି ଗୋଡାର୍ଡ ଓଏଫସି ଗୋଲକିପର୍ କମଲଜିତ ସିଂଙ୍କୁ ଅତିକ୍ରମ କରିବାର ଥିଲେ ହେଁ ତାଙ୍କ ଶଟ୍‌ଟି ବାର୍ ଉପରେ ଚାଲିଯାଇଥିଲା । ୩୦ତମ ମିନିଟ୍‌ରେ ମୁମ୍ବାଇର ବିଘ୍ନେଶ ଦକ୍ଷିଣମୂର୍ତ୍ତିଙ୍କ ଏକ ଶଟ୍ ଓଏଫସିର ଓଡ଼ିଆ ଖେଳାଳି ଶୁଭମ୍‌ ଷଡ଼ଙ୍ଗୀଙ୍କ ହାତରେ ବାଜିବାରୁ ପେନାଲ୍‌ଟି ଦିଆଯାଇଥିଲା । ଏହାକୁ ସହଜରେ ଗୋଲ୍‌ରେ ପରିଣତ କରି ଓଗବେଚେ ମୁମ୍ବାଇକୁ ଆଗୁଆ କରାଇଥିଲେ । ପରେ ୪୫ତମ ମିନିଟ୍‌ରେ ବିପିନ ସିଂଙ୍କ ପାସ୍‌କୁ ବୋର୍ଜେସ୍ ଗ୍ରହଣ କରି ଗୋଲରେ ପରିଣତ କରିଥିଲେ । ଦ୍ୱିତୀୟାର୍ଦ୍ଧରେ କୌଣସି ଗୋଲ୍ ହୋଇ ନ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking