29.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଧୂମ୍ରପାନ କରୁନଥିବା ବ୍ୟକ୍ତି ବି ହେଉଛନ୍ତି କ୍ୟାନସରରେ ଆକ୍ରାନ୍ତ, କାରଣ ଜାଣନ୍ତୁ....

ଧୂମ୍ରପାନ କରୁନଥିବା ବ୍ୟକ୍ତି ବି ହେଉଛନ୍ତି କ୍ୟାନସରରେ ଆକ୍ରାନ୍ତ, କାରଣ ଜାଣନ୍ତୁ….

ହାଇଦ୍ରାବାଦ: ଏକ ରିସର୍ଚ୍ଚ ଅନୁସାରେ, ଧୂମ୍ରପାନ କରୁନଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ମଧ୍ୟ ଫୁସଫୁସ ଜନିତ ସମସ୍ୟା ବୃଦ୍ଧି ପାଉଛି । ଅଧ୍ୟୟନରୁ ଜଣାପଡ଼ିଛି ଯେ, ପାଖାପାଖି କ୍ୟାନସରରେ ପୀଡିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ପ୍ରାୟ ୧୫-୨୦ ପ୍ରତିଶତ ଲୋକ ଧୂମ୍ରପାନ କରନ୍ତି ନାହିଁ । ସାଧାରଣତଃ ଫୁସଫୁସ କର୍କଟ ଧୂମ୍ରପାନ ଜନିତ ରୋଗ ବୋଲି ବିବେଚନା କରାଯାଏ । ହେଲେ ଏକ ଅଧ୍ୟୟନ ଅନୁଯାୟୀ, ଧୂମ୍ରପାନ କରୁନଥିବା ଲୋକଙ୍କ ମଧ୍ୟରେ ଏହି ରୋଗ ସାଂଘାତିକ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଯାହାର କାରଣ ହେଉଛି ରାଡନ ଗ୍ୟାସ ।

ଏହି ଗ୍ୟାସ୍ ରଙ୍ଗହୀନ ଏବଂ ଗନ୍ଧହୀନ ହୋଇଥିବାବେଳେ ଏହା ଭୂତଳରୁ ମିଳୁଥିବା ପ୍ରାକୃତିକ ବା ରେଡିଓ ଆକ୍ଟିଭ୍ ପଦାର୍ଥକୁ ଭାଙ୍ଗିବା ଦ୍ୱାରା ନିର୍ଗତ ହୁଏ । ଏହି ଗ୍ୟାସ ସହଜରେ ଲୋକଙ୍କ ଫୁସଫୁସରେ ଜମା ହୋଇପାରେ । ଏହାର କୌଣସି ଲକ୍ଷଣ ନଥିବାରୁ ସ୍ୱାସ୍ଥ୍ୟ ପରୀକ୍ଷା ନହେବା ପର୍ଯ୍ୟନ୍ତ ଚିହ୍ନଟ ହୋଇପାରିନଥାଏ । ଅଧ୍ୟୟନରୁ ଜଣାପଡ଼ିଛି ଯେ, ଫୁସଫୁସ କର୍କଟ ଜନିତ ରୋଗରେ ପୀଡ଼ିତଙ୍କ ମଧ୍ୟରୁ ପ୍ରାୟ ୧୫-୨୦ ପ୍ରତିଶତ ଲୋକ ଧୂମ୍ରପାନ କରନ୍ତି ନାହିଁ । ଏହାକୁ ନେଇ କେତେକ ବିଶେଷଜ୍ଞ ମତ ରଖିଛନ୍ତି ଯେ, ଯେକୌଣସି ବ୍ୟକ୍ତିଙ୍କୁ ଫୁସଫୁସ କର୍କଟ ହୋଇପାରେ । ଅପରପକ୍ଷେ, ଆଉ କେତେକଙ୍କ କହିବା କଥା ରାଡନ ଗ୍ୟାସ ସମ୍ପର୍କରେ ଆସିବାରୁ ଫୁସଫୁସ ଜନିତ ସମସ୍ୟା ବା ଫୁସଫୁସ କର୍କଟରେ ପୀଡ଼ିତ ହୋଇଥାନ୍ତି ସମ୍ପୃକ୍ତ ବ୍ୟକ୍ତି ।

ଆମେରିକାର ଓହିୟୋ ଷ୍ଟେଟ ୟୁନିଭର୍ସିଟିର ଥୋରେସିକ ମେଡିକାଲ ଅନକୋଲୋଜିଷ୍ଟ ଡେବିଡ କାର୍ବୋନ କହିଛନ୍ତି, ଏଥିପାଇଁ ସରଳ ପରୀକ୍ଷଣ କରାଯାଇପାରିବ, ଯାହାଦ୍ୱାରା ରାଡନର ମାତ୍ରା ମପାଯାଇପାରିବ । ବ୍ୟବସାୟୀକ କ୍ଷେତ୍ରରେ ବିକ୍ରି କରାଯାଉଛି ଅନେକ ସାମଗ୍ରୀ । ସେସବୁରେ କେତେ ପରିମାଣରେ ର‌୍ୟାଡନ ଗ୍ୟାସ ରହିଛି ତାହାର ପରିମାଣକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ଏକ ଆଇନ ପ୍ରଚଳନ ହେବାର ଆବଶ୍ୟକତା ରହିଛି । ଆପଣଙ୍କ ପିଲା ଯେତେବେଳେ ସ୍କୁଲ ଯାଉଛନ୍ତି କିମ୍ବା ବେସମେଣ୍ଟରେ ଖେଳୁଛନ୍ତି ହୁଏତ ସେ ସମୟରେ ସେ ରାଡନ ଗ୍ୟାସ ସମ୍ପର୍କରେ ଆସୁଥାଇପାରନ୍ତି । ଫଳରେ ୧୦,୨୦ କିମ୍ବା ୩୦ ବର୍ଷ ପରେ ସେମାନେ ଫୁସଫୁସ ଜନିତ କର୍କଟରେ ପୀଡିତ ହେବାର ଆଶଙ୍କା ରହିଛି । କାରଣ ଏହି ଗ୍ୟାସ ରଙ୍ଗହୀନ, ସ୍ୱାଦହୀନ ହୋଇଥିବାବେଳେ ଏହାର ଉପସ୍ଥିତି ସମ୍ପର୍କରେ ଜାଣିବା ସମ୍ଭବପର ହୁଏ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking