33.1 C
Bhubaneswar
Saturday, April 27, 2024
Homeଓଡିଶାମୁମ୍ବାଇ ଗଲେ ପ୍ରକୃତି

ମୁମ୍ବାଇ ଗଲେ ପ୍ରକୃତି

ଭୁବନେଶ୍ୱର : ଭୁବନେଶ୍ୱର ରୁ ମୁମ୍ବାଇ ଗଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ବିବାଦର ଦଶ ଦିନ ପରେ ମାଆ କ୍ରିଷ୍ଟା ମିଶ୍ରାଙ୍କ ସହ ମୁମ୍ବାଇ ଗଲେ । ପ୍ରକୃତି ମୁମ୍ବାଇ ଯିବା ନେଇ ମନ୍ମଥ ମିଶ୍ରଙ୍କ ସୂଚନା । ମନ୍ମଥ ମିଶ୍ର କହିଛନ୍ତି , କର୍ମକ୍ଷେତ୍ରରେ ଯୋଗ ଦେବାକୁ ମୁମ୍ବାଇ ଗଲା ପ୍ରକୃତି । ପ୍ରକୃତି ନିଜ ସ୍ୱପ୍ନ କ୍ଷେତ୍ରରେ ଫେରିଥିବାରୁ ମୁଁ ବହୁତ ଖୁସି ।
ସେପଟେ ଷ୍ଟାର କଳି ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ମଥ ମିଶ୍ର । ଏ ବିବାଦ ହେବାର ନ ଥିଲା । ଘର ଭିତରେ ସମାଧାନ ହେବା କଥା । ପୂର୍ବରୁ ବାବୁସାନଙ୍କ ପରିବାର ମୋ ଘରକୁ ଆସିଥିଲେ , ମୁଁ ପ୍ରତିଶ୍ରୁତି ଦେଇଥିଲି ।ପ୍ରକୃତି କୁ ସଚେତନ କରାଇଥିଲି , ବାବୁସାନ ସହ କଥା ହୋଇଥିଲି ।ରାସ୍ତା ରେ ଏଭଳି ଘଟିବାର ନ ଥିଲା , ଘଟଣା ପୂର୍ବରୁ ମୋତେ କଲ କରିବା କଥା । ଏହା ସହ ତୃପ୍ତିଙ୍କ ପ୍ରତି ସମବେଦନା ରହିଥିବା କହିଛନ୍ତି ମନ୍ମଥ ମିଶ୍ର । ସେମାନେ ମାମଲା ପ୍ରତ୍ୟାହାର କଲେ ଆମେ ବି ପ୍ରତ୍ୟାହାର କରିବୁ ।ଝଡ ପରେ ଶାନ୍ତି ଫେରେ , ଏବେ ଶାନ୍ତି ଫେରିବ କହିଲେ ମନ୍ମଥ ମିଶ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking