26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶପିକ୍‌ଅପ୍‌ରେ ସର୍ଟସର୍କିଟ ଯୋଗୁଁ ୧୦ ଲୋକଙ୍କ ମୃତ୍ୟୁ, ୧୬ ଆହତ

ପିକ୍‌ଅପ୍‌ରେ ସର୍ଟସର୍କିଟ ଯୋଗୁଁ ୧୦ ଲୋକଙ୍କ ମୃତ୍ୟୁ, ୧୬ ଆହତ

କୋଲକାତା: ପଶ୍ଚିମବଙ୍ଗର କୁଚବିହାରରେ ରବିବାର ବିଳମ୍ବିତ ରାତିରେ ବଡ଼ଧରଣର ଦୁର୍ଘଟଣା ଘଟିଛି । ଏଠାରେ ଯାତ୍ରୀମାନଙ୍କୁ ନେଇ ଜଳପେଶ ଯାଉଥିବା ଏକ ପିକ୍‌ଅପ ଭ୍ୟାନ୍‌ରେ ସର୍ଟସର୍କିଟ ଯୋଗୁ ୧୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏଥିରେ ୧୬ ଜଣ ଲୋକ ଆହତ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ପିକ୍‌ଅପ୍‌ର ଡ୍ରାଇଭର ଫେରାର ହୋଇଯାଇଛି ।

ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ପିକ୍‌ଅପ୍‌ରେ ୨୭ ଜଣ ଲୋକ ଯାଉଥିଲେ । ଏଥିରୁ ଦୁର୍ଘଟଣାରେ ସମ୍ମୁଖୀନ ହୋଇ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୧୬ ଜଣଙ୍କୁ ଜଳପାଇଗୁଡ଼ିର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ କହିବା ଅନୁସାରେ ପିକ୍‌ଅପ୍ ଭ୍ୟାନରେ ଡିଜେ ସିଷ୍ଟମର ଜେନେରେଟରର ୱେରିଂ କାରଣରୁ ହୋଇପାରେ । ପୂରା ବାହନରେ କରେଣ୍ଟ ବ୍ୟାପିଥିଲା ।

ଏହି ଘଟଣା ମେଖଲୀଗଂଜ ଥାନା ଅନ୍ତର୍ଗତ ଧରଲା ବ୍ରିଜ ଉପରେ ଘଟିଥିଲା । ମାତାଭଙ୍ଗର ଅତିରିକ୍ତ ପୋଲିସ ଅଧୀକ୍ଷକ ଅମିତ ବର୍ମା କହିଛନ୍ତି ଯେ, ରବିବାର ରାତି ପାଖାପାଖି ୧୨ଟା ହେବ ପିକଅପ ଭ୍ୟାନରେ ସର୍ଟସର୍କିତ ହେବା ନେଇ ସୂଚନା ମିଳିଥିଲା । ଏହି ପିକଅପ ଭ୍ୟାନରେ ଜେନେରେଟର ଥିଲା । ତେଣୁ ଏଥିରେ ଥିବା ତାର ଯୋଗୁଁ ଏଭଳି ଅବସ୍ଥା ହୋଇଥାଇ ପାରେ । ଶ୍ରୀ ବର୍ମା କହିଛନ୍ତି ଯେ, ପିକ୍‌ଅପ୍‌କୁ ଜବତ କରାଯାଇ ଘଟଣାର ତଦନ୍ତ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking