33.1 C
Bhubaneswar
Friday, May 3, 2024
Homeଦେଶ ବିଦେଶଆସନ୍ତାକାଲି ମଣିପୁରର ୧୧ ବୁଥରେ ସାନି ମତଦାନ

ଆସନ୍ତାକାଲି ମଣିପୁରର ୧୧ ବୁଥରେ ସାନି ମତଦାନ

ଇମ୍ଫାଲ: ପ୍ରଥମ ପର୍ଯ୍ୟାୟରେ ମଣିପୁରରେ ଗୋଟିଏ ସଂସଦୀୟ ଆସନରେ ମତଦାନ ହୋଇଥିବା ବେଳେ ବିଷ୍ଣୁପୁର ସମେତ ଅନ୍ୟ କିଛି ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା । ହିଂସା ପ୍ରଭାବିତ ୧୧ ମତଦାନ କେନ୍ଦ୍ରରେ ପୁଣିଥରେ ସାନି ମତଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । ଆସନ୍ତାକାଲି ଭୋଟିଂ ପ୍ରଭାବିତ ହୋଇଥିବା ଏହି କେନ୍ଦ୍ରଗୁଡିକରେ କଡା ସୁରକ୍ଷା ମଧ୍ୟରେ ଭୋଟଗ୍ରହଣ ହେବ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ବିଜ୍ଞପ୍ତି ଜାରି କରିଛନ୍ତି ।

ଉତ୍ତର-ପୂର୍ବ କ୍ଷୁଦ୍ର ରାଜ୍ୟ ମଣିପୁରରେ ମୋଟ ଦୁଇଟି ଲୋକସଭା କ୍ଷେତ୍ର ରହିଛି । ସେଥିମଧ୍ୟରୁ ‘ମଣିପୁର-ଆଭ୍ୟନ୍ତରୀଣ’ ଆସନରେ ପ୍ରଥମ ପର୍ଯ୍ୟାୟ ରେ ଭୋଟ ଗ୍ରହଣ ହୋଇଥିଲା । ପ୍ରାୟ ଏକ ବର୍ଷ ଧରି ଭୀଷଣ ଜାତିଗତ ହିଂସାରେ ପ୍ରଭାବିତ ହୋଇଥିବା ମଣିପୁରରେ କଡା ସୁରକ୍ଷା ବ୍ୟବସ୍ଥାରେ ଭୋଟିଂ ହୋଇଥିଲା । ରେକର୍ଡ ସଂଖ୍ୟକ ୬୯.୧୮ ପ୍ରତିଶତ ଭୋଟିଂ ହୋଇଥିଲେ ସୁଦ୍ଧା ବିଷ୍ଣୁପୁରରେ ସୁରକ୍ଷାକର୍ମୀ ଓ ଉଗ୍ରବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।

ରାଜ୍ୟର ଅନ୍ୟ କିଛି ସମ୍ବେଦନଶୀଳ ସ୍ଥାନରେ ମଧ୍ୟ ହିଂସା ଘଟିବାରୁ ଭୋଟିଂ ପ୍ରକ୍ରିୟା ପ୍ରଭାବିତ ହୋଇଥିଲା । ନିର୍ବାଚନ କମିଶନ ଆଜି ସାନି ଭୋଟିଂ ପାଇଁ ତାରିଖ ଘୋଷଣା କରିଛନ୍ତି । ଆସନ୍ତାକାଲି ସକାଳୁ ୧୧ଟି କେନ୍ଦ୍ରରେ ଭୋଟରମାନେ ମତ ସାବ୍ୟସ୍ତ କରିବେ । ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ସହ ଏହି ଭୋଟିଂ ପ୍ରକ୍ରିୟା ଶେଷ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking