28.1 C
Bhubaneswar
Thursday, March 28, 2024
Homeଓଡିଶାଆଜିଠୁ ଆରମ୍ଭ ହେଲା ଏକକ ପିଜି ପ୍ରବେଶିକା, ସେପ୍ଟେମ୍ବର ୫ରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ...

ଆଜିଠୁ ଆରମ୍ଭ ହେଲା ଏକକ ପିଜି ପ୍ରବେଶିକା, ସେପ୍ଟେମ୍ବର ୫ରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେରେ ନାମ ଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି) ଆଜିଠୁ ଆରମ୍ଭ ହୋଇଯାଇଛି । ଏହି  ପ୍ରବେଶିକା ପରୀକ୍ଷା ଅଗଷ୍ଟ ୧୩ ତାରିଖରେ ଶେଷ ହେବ। ପ୍ରତି ଦିନ ତିନୋଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ସିଫ୍ଟ ସକାଳ ୧୦ ରୁ ୧୧.୩୦ ଦ୍ୱିତୀୟ ସିଫ୍ଟ ମଧ୍‍ୟାହ୍ନ ୧୨.୩୦ ରୁ ୨ଟା ଓ ତୃତୀୟ ସିଫ୍ଟ ଅପରାହ୍ଣ ୩ ରୁ ୪.୩୦ ଯାଏଁ ଅନୁଷ୍ଠିତ ହେବ।

୧ ତାରିଖରେ ଆର୍ଥାତ ଆଜି ଛାତ୍ରଛାତ୍ରୀ ଆନ୍ଥ୍ରୋପୋଲଜି, ଭୂଗୋଳ ଓ ଏମବିଏ ନାମଲେଖା ପାଇଁ ପ୍ରବେଶିକା ଦେବାକୁ ଥିବାବେଳେ ୨ ତାରିଖରେ ଫିଜିକ୍ସ, ଏଲଏଲଏମ ଓ ବାଣିଜ୍ୟ ବିଷୟ ପାଇଁ ପ୍ରବେଶିକା ଦେବେ। ସେହିପରି ୩ରେ ମାଇକ୍ରୋବାୟୋଲଜି, ଜୋଲୋଜୀ ଓ ପଏମଆଇଆର ପାଇଁ ପ୍ରବେଶିକା ଦେବାକୁ ଥିବାବେଳେ ପରୀକ୍ଷା ୧୩ ତାରିଖ ଯାଏଁ ଚାଲିବ।

ସେହିପରି ଅଗଷ୍ଟ ୨୫ ତାରିଖରେ ପରୀକ୍ଷା ଫଳ ଆଧରରେ ମେଧା ତାଲିକା ପ୍ରକାଶ ପାଇବ। ୨୫ରୁ ୩୦ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ନାମଲେଖା ପାଇଁ ଶିକ୍ଷାନୁଷ୍ଠାନ ଚୟନ(ଚଏସ ଫିଲିଂ) କରିବେ। ସେପ୍ଟେମ୍ବର ୫ ତାରିଖ ଅପରାହ୍ଣ ୫ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୬ରୁ ୭ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପିଲାଙ୍କ ନାମଲେଖା ଅନୁଷ୍ଠିତ ହେବ। ତେବେ ପ୍ରଥମ ପର୍ଯ୍ୟାୟ ନାମଲେଖା ସମ୍ପର୍କିତ ତଥ୍ୟ ୮ ତାରିଖ ସଂଧ୍ୟା ୭ଟାରେ ସାମ୍ସ ଇ-ସ୍ପେସ୍‍ରେ ଅପଲୋଡ ହେବାକୁ ଥିବାବେଳେ ୧୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ସେପ୍ଟେମ୍ବର ୧୪ ଓ ୧୫ ରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବାକୁ ଥିବାବେଳେ ୧୬ ତାରିଖରେ ନାମଲେଖା ନେଇ ଚୂଡ଼ାନ୍ତ ତଥ୍ୟ ଇ-ସ୍ପେସରେ ଅପଲୋଡ ହେବ। ତେବେ ଛାତ୍ରଛାତ୍ରୀ ପରୀକ୍ଷା ସୂଚୀ ସମ୍ପର୍କିତ ସମସ୍ତ ତଥ୍ୟ www.samsodisha.gov.inରୁ ପାଇ ପାରିବେ ବୋଲି ବିଭାଗ ଦର୍ଶାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking