28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଭାରତରେ ମଙ୍କିପକ୍ସ ନେଲା ପ୍ରଥମ ଜୀବନ: ୟୁଏଇରୁ କେରଳ ଆସିଥିଲେ ଯୁବକ

ଭାରତରେ ମଙ୍କିପକ୍ସ ନେଲା ପ୍ରଥମ ଜୀବନ: ୟୁଏଇରୁ କେରଳ ଆସିଥିଲେ ଯୁବକ

ନୂଆଦିଲ୍ଲୀ: କରୋନା ମହାମାରୀ ପରେ ଦେଶରେ ମଙ୍କିପକ୍ସ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ମଙ୍କିପକ୍ସ ଯୋଗୁଁ ଦେଶରେ ପ୍ରଥମ ମୃତ୍ୟୁ ହୋଇଛି । କେରଳରେ ମଙ୍କିପକ୍ସରେ ସଂକ୍ରମିତ ଥିବା ୨୨ ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଛି । ଏହାକୁ ମଙ୍କିପକ୍ସରୁ ସଂକ୍ରମିତ ଦେଶର ପ୍ରଥମ ମୃତ୍ୟୁ ବୋଲି କୁହାଯାଉଛି ।

ତେବେ ମୃତ ଯୁବକ ଜଣକ ୟୁଏଇରୁ ଫେରିଥିେଲେ । ରିପୋର୍ଟ ଅନୁସାରେ, ୟୁଏଇରେ ହିଁ ଯୁବକଙ୍କ ରିପୋର୍ଟ ମଙ୍କିପକ୍ସ ପଜିଟିଭ ଆସିଥିଲା । ଅନ୍ୟପଟେ କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ଯୁବକଙ୍କ ମୃତ୍ୟୁର କାରଣ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ନମୁନାର ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ ।

ସୂଚନା ଅନୁସାରେ, କେରଳର ତ୍ରିଶୂର ଜିଲ୍ଲାର ୨୨ ବର୍ଷୀୟ ଯୁବକଙ୍କର ଶନିବାର ଦିନ ମୃତ୍ୟୁ ହୋଇଛି । ଉକ୍ତ ବ୍ୟକ୍ତି ଜଣଙ୍କ ନିକଟରୁ ୟୁଏଇରୁ ଭାରତ ଆସିଥିଲେ । ତାଙ୍କ ଠାରେ ମଙ୍କିପକ୍ସର କିଛିଟା ଲକ୍ଷଣ ଦେଖାଯାଇଥିଲା । ଗତ ୨୭ ତାରିଖରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଚିକିିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଭାରତରେ ଏବେ ସୁଦ୍ଧା ୪ ଜଣ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ବିଶ୍ୱରେ ପ୍ରାୟ ୮୦ ଦେଶରେ ୨୨,୦୦୦ରୁ ଅଧିକ ମଙ୍କିପକ୍ସ ମାମଲା ସାମ୍ନାକୁ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking