30.1 C
Bhubaneswar
Saturday, May 4, 2024
Homeଓଡିଶାନିର୍ବାଚନ ପାଇଁ ପୋଲିସର ଫ୍ଲାଗ ମାର୍ଚ୍ଚ

ନିର୍ବାଚନ ପାଇଁ ପୋଲିସର ଫ୍ଲାଗ ମାର୍ଚ୍ଚ

ମାଲକାନଗିରି : ମାଲକାନଗିରି ପୋଲିସ ର ଫ୍ଲାଗ ମାର୍ଚ୍ଚ ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ମାଲକାନଗିରି ପୋଲିସ ପକ୍ଷରୁ ସହରର ବିଭିନ୍ନ ଯାଗାରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳା ଭାବରେ ହେବ ସେ ନେଇ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଏହି ଅବସରରେ ବିଏସଏଫ ର ଗୋଟିଏ କମ୍ପାନୀ, ଓଡ଼ିଶା ପୋଲିସ ର ଗୋଟିଏ କମ୍ପାନୀ ସହିତ ଏସଓଜି, ଡିଭିଏଫ ବାହିନୀ ସାମିଲ ହୋଇଥିଲେ । ଶାନ୍ତି ଶୃଂଖଳାର ସହିତ ନିର୍ବାଚନ ଜିଲ୍ଲା ତଥା ସହରରେ ନିର୍ବାଚନ ସମାପନ ହୋଇପାରିବ ସେଥିପାଇଁ ପୋଲିସ ପକ୍ଷରୁ ଏହି ପ୍ରୟାସ କରାଯାଇଛି ମାଲକାନଗିରି ଏସପି ନିତେଶ ୱଦବାନି ଙ୍କ ନିର୍ଦେଶ କ୍ରମେ ସହରର ଡି.ଏନ.କେ ଛକ ଠାରୁ ଫ୍ଲାଗ ମାର୍ଚ୍ଚ ଆରମ୍ଭ କରାଯାଇ କଲେଜ ଛକ ହୋଇ ସିଡିଏମଓ ଅଫିସ ଛକ ବାହାରିଥିଲେ, ପରେ ପରେ ବାଲିମେଳା ଛକ ସହିତ ବସଷ୍ଟାଣ୍ଡ ଦେଇ ସହର ମଧ୍ୟରେ ଫ୍ଲାଗ ମାର୍ଚ୍ଚ କରିଛନ୍ତି ମାଲକାନଗିରି ପୋଲିସ । ଆସନ୍ତା ୧୩ ତାରିଖ ଦିନ ମାଲକାନଗିରି ଜିଲ୍ଲାରେ ସାଧାରଣ ନିର୍ବାଚନ ତଥା ମତଦାନ ହେବାକୁ ଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଲୋକଙ୍କ ମଧ୍ୟରେ ଆତ୍ମ ବିଶ୍ଵାସ ବୃଦ୍ଧି କରିବା ପାଇଁ ପୋଲିସ ର ଏହି ପ୍ରୟାସ କରାଯାଇଛି। ଏହି ଅବସରରେ ମାଲକାନଗିରି ଏସଡିପିଓ ସଚିନ୍ ପଟିଲ, ବିଏସଏଫ ର ବରିଷ୍ଠ ଅଧିକାରି ସହିତ ଜିଲ୍ଲା ପୋଲିସ ଓ ବିଏସଏଫ ସୁରକ୍ଷା ବାହିନୀ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking