28.1 C
Bhubaneswar
Saturday, April 27, 2024
Homeଓଡିଶାପ୍ରଦୀପ, ପ୍ରଫୁଲ୍ଲ ବରିଷ୍ଠ ସାଧାରଣ ସଂପାଦକ

ପ୍ରଦୀପ, ପ୍ରଫୁଲ୍ଲ ବରିଷ୍ଠ ସାଧାରଣ ସଂପାଦକ

ଭୁବନେଶ୍ୱର: କଂଗ୍ରେସ ଛାଡି ବିଜେଡିକୁ ଆସିଥିବା ୪ ନେତାଙ୍କୁ ମିଳିଛି ଦଳୀୟ ଦାୟିତ୍ୱ । ପ୍ରଦୀପ ମାଝି ଓ ପ୍ରଫୁଲ୍ଲ ମାଝୀ ବିଜେଡିର ବରିଷ୍ଠ ସାଧାରଣ ସଂପାଦକ ହୋଇଛନ୍ତି । ଚନ୍ଦ୍ରଶେଖର ମାଝୀ ଓ କୈଳାସ କୁଲେସିକା ସାଧାରଣ ସଂପାଦକ ହୋଇଛନ୍ତି । ଅରିନ୍ଦମ ରାୟ ସାଧାରଣ ସଂପାଦକ ଓ ବିଶ୍ୱ ମଲ୍ଲିକ, ମହେଶ ହେମ୍ବ୍ରମ ସଂପାଦକ ହୋଇଛନ୍ତି ।

ନବରଙ୍ଗପୁରରେ ଆୟୋଜିତ ଏକ ସ୍ୱତନ୍ତ୍ର ମିଶ୍ରଣ ପର୍ବରେ ନିଜ ସମର୍ଥକମାନଙ୍କୁ ଧରି ବିଜେଡିରେ ସାମିଲ ହୋଇଥିଲେ ପ୍ରଦୀପ । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ରମେଶ ମାଝି, ବିଜେଡିର ନବରଙ୍ଗପୁର ଜିଲ୍ଲା ପ୍ରଭାରୀ ତଥା କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କ ଉପସ୍ଥିତିରେ ପ୍ରଦୀପ ମାଝି ବିଜେଡିରେ ସାମିଲ ହୋଇଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସର ଜଣେ ହେଭିଓ୍ଵେଟ୍ ନେତା ଥିଲେ ପ୍ରଦୀପ ମାଝି। ୨୦୦୯ରେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ନବରଙ୍ଗପୁର ଆସନରୁ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଜାତୀୟ ରାଜନୀତିରେ ମଧ୍ୟ ପ୍ରଦୀପଙ୍କ ବେଶ୍ ଦବ୍‌ଦବା ରହିଥିଲା। ଗୋଟିଏ ସମୟରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବହୁ ନିକଟତର ହୋଇପାରିଥିଲେ। ସେହିପରି ରାଜ୍ୟ କଂଗ୍ରେସରେ ପ୍ରଦୀପଙ୍କୁ ବହୁ ବଡ଼ ପଦବୀ ମିଳିଥିଲା। କଂଗ୍ରେସରୁ ଇସ୍ତଫା ଦେବ ବେଳକୁ ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଥିଲେ।

ସେହିପରି  କଂଗ୍ରେସର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝି ମଧ୍ୟ ବିଜେଡିରେ ଯୋଗ ଦେଇଥିଲେ । ବିଜେଡି ସାଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରତାପ ଦେବ, ବିଧାୟକ ପ୍ରତିରଂଜନ ଘୋଡ଼େଇଙ୍କ ଉପସ୍ଥିତରେ ଦଳରେ ସାମିଲ ହୋଇଥିଲେ ପ୍ରଫୁଲ୍ଲ ମାଝି । ସାଙ୍ଗଠନ ସମ୍ପାଦକ ତାଙ୍କୁ ଦଳରେ ସ୍ୱାଗତ କରିବା ସହ ଦଳ ପଞ୍ଚାୟତ ନିର୍ବାଚନରେ କିଭଳି ଭଲ ପ୍ରଦର୍ଶନ କରିବ ସେନେଇ ସମସ୍ତେ ମିଳିମିଶି କାମ କରିବାକୁ ଆହ୍ୱାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking