30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଟେକ୍ ସିଟି’କୁ ଟ୍ୟାଙ୍କର ସିଟି’ରେ ପରିଣତ କରିଛି କଂଗ୍ରେସ : ମୋଦୀ

ଟେକ୍ ସିଟି’କୁ ଟ୍ୟାଙ୍କର ସିଟି’ରେ ପରିଣତ କରିଛି କଂଗ୍ରେସ : ମୋଦୀ

ବେଙ୍ଗାଲୁରୁ : ରବିବାର କର୍ଣ୍ଣାଟକର ବେଙ୍ଗାଲୁରୁ ପ୍ରାନ୍ତରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, କର୍ଣ୍ଣାଟକରେ ଏବେ କଂଗ୍ରେସ ସରକାର ରହିଥିବା ସତ୍ତ୍ୱେ ରାଜ୍ୟବାସୀ ଜଳ ସଂକଟ ଭଳି ସମସ୍ୟ।।ର ସମ୍ମୁଖୀନ ହେଉଛନ୍ତି । କଂଗ୍ରେସ, ଟେକ୍ ସିଟିକୁ ଟ୍ୟାଙ୍କର ସିଟିରେ ପରିଣତ କରିଦେଇଛି । ଏଭଳି ଦଳକୁ ଭୋଟ୍ ଦେଇ ନିର୍ବାଚିତ କରିବା ବୁଦ୍ଧିମତାର ପରିଚୟ ନୁହେଁ । କଂଗ୍ରେସ କେବଳ ଭୋଟ୍ ପାଇବା ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇଜାଣିଛି । କଂଗ୍ରେସ କେବଳ ଦୁର୍ନୀତି ଉପରେ ଫୋକସ୍ କରିଥାଏ । କୃଷି ଠାରୁ ଆରମ୍ଭ କରି ସହରାଞ୍ଚଳର ଭିତ୍ତିଭୂମି ସବୁ କ୍ଷେତ୍ରରେ ବଜେଟ୍‌କୁ ହ୍ରାସ କରି ଦେଇଛି କଂଗ୍ରେସ ।

ବାସ୍ତବ ସମସ୍ୟାର ସମାଧାନ ତଥା ନିରାକରଣ କରିବା କଂଗ୍ରେସର ଉଦ୍ଦେଶ୍ୟ ନୁହେଁ । ଏହି ପରିପ୍ରେକ୍ଷୀରେ ମୋଦୀ, ନିକଟରେ ବେଙ୍ଗାଲୁରୁ ସ୍ଥିତ ଏକ କାଫେରେ ହୋଇଥିବା ବିସ୍ଫୋରଣ, ହୁବୁଳି ପ୍ରାନ୍ତରେ ଜଣେ ରାଜନେତାଙ୍କ ଝିଅଙ୍କୁ ହତ୍ୟା କରାଯିବା, ଜୟ ଶ୍ରୀ ରାମ ନାରା ଦେଇଥିବା ୩ ଯୁବକଙ୍କୁ ନିର୍ମର୍ମ ମାଡ଼ ମରାଯିବା ଘଟଣାକୁ ସୃଷ୍ଟି ହୋଇଥିବା ଦଙ୍ଗା ଭଳି ଘଟଣା ଉଠାଇ କଂଗ୍ରେସ ସରକାରକୁ କଡା ଭର୍ତ୍ସନା କରିଛନ୍ତି । କର୍ଣ୍ଣାଟକାର କଂଗ୍ରେସ ସରକାରଙ୍କ ଚିନ୍ତାଧାରା ଭାରି ବିପଜ୍ଜନକ, ସୁତରାଂ ଏଭଳି ସରକାର ପ୍ରତି ସତର୍କ ରହିବାକୁ ବେଙ୍ଗାଲୁୂରୁବାସୀଙ୍କୁ ମୋଦୀ ଅନୁରୋଧ କରିଛନ୍ତି । ପ୍ରକାଶ, କିଛି ସପ୍ତାହ ତଳେ ‘କର୍ଣ୍ଣାଟକରେ ଉତ୍କଟ ଜଳ ସଙ୍କଟ’ ଜନିତ ରିପୋର୍ଟ ନିୟମିତ ଭାବେ ଦେଶର ପ୍ରାୟ ସମସ୍ତ ଗଣମାଧ୍ୟମରେ ମୁୂଖ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା । ବିଶେଷକରି ବେଙ୍ଗାଲୁରୁ ସହରରେ ବସବାସ କରୁଥିବା ଲୋକେ ବାଲ୍‌ଟି ଓ ଅନ୍ୟାନ୍ୟ ପାତ୍ର ଧରି ପାଣି ଟ୍ୟାଙ୍କର ପାଖରେ ଲମ୍ବା ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେଉଥିବାର ଦେଖିବାକୁ ମିଳିଥିଲା ।

ଆୟୋଜିତ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇ କହିଛନ୍ତି, ରାଜ୍ୟର ବିକାଶ ପାଇଁ ବିଜେପି, ଜେଡିଏସ୍ ସହ ହାତ ମିଳାଇଛି । ଉଭୟ ଦଳ ମିଳିତ ଭାବେ ରାଜ୍ୟକୁ ଗ୍ରୀନ୍ ଏନର୍ଜି ହବ୍‌, ଫାର୍ମା ହବ୍‌, ଇଲେକ୍ଟ୍ରୋନିକ୍ ବସ୍ ହବ୍‌, ଇଲେକ୍ଟ୍ରିକାଲ୍ ଭେଇକଲ ହବ୍‌, ସେମିକଣ୍ଡକ୍ଟର ହବ୍ ଓ ଗ୍ଲୋବାଲ୍ ଇନୋଭେସନ୍ ହବ୍ କରିବାକୁ ଚାହୁଁଛନ୍ତି । ଫଳରେ ଭାରତ ଗ୍ଲୋବାଲ୍ ଇକୋନୋମୀ ହବ୍‌ରେ ପରିଣତ ହୋଇପାରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ମୋଦୀ ଗ୍ୟାରେଣ୍ଟି ଯେ, ୫ଜି ପରେ ଏବେ ଦେଶରେ ୬ଜି ଆସିବାକୁ ଯାଉଛି । ସେହିପରି ଚନ୍ଦ୍ରଯାନ ପରେ ଗଗନାୟନ ପ୍ରୋଜେକ୍ଟ ଭାରତକୁ ଗୌରବାନ୍ୱିତ କରିବ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ମଧ୍ୟ ଭାରତକୁ ରୁଦ୍ଧିମନ୍ତ କରିବାକୁ ଯାଉଛି । ମିଶନ ୨୦୪୭ ପାଇଁ ସେ ଏବଂ ତାଙ୍କ ସରକାର ଦିନ ରାତି ୨୪ ଘଣ୍ଟା କାମ କରୁଛନ୍ତି ବୋଲି କହୁଛନ୍ତି । ଦେଶ ଏବଂ ଦେଶର ପ୍ରତ୍ୟେକ ରାଜ୍ୟର ବିକାଶ ପାଇଁ ତାଙ୍କ ଜୀବନ ସମର୍ପିତ ବୋଲି ମୋଦୀ କହିଛନ୍ତି । ଏହି ଅବସରରେ ମୋଦୀ, ତାଙ୍କ ୧୦ ବର୍ଷର ଶାସନକାଳ ମଧ୍ୟରେ କରାଯାଇଥିବା ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking