29.4 C
Bhubaneswar
Saturday, May 4, 2024
Homeଦେଶ ବିଦେଶପୃଥକ୍ ଦୁର୍ଘଟଣାରେ ୧୪ ମୃତ

ପୃଥକ୍ ଦୁର୍ଘଟଣାରେ ୧୪ ମୃତ

ଜୟପୁର: ରବିବାର ୨ଟି ରାଜ୍ୟରେ ପୃଥକ୍ ପୃଥକ୍ ସଡକ ଦୁର୍ଘଟଣାରେ ମୋଟ୍ ୧୪ଜଣ ପ୍ରାଣ ହରାଇଥିବା ନେଇ ସୂଚନା ମିଳିଛି । ରିପୋର୍ଟ ଅନୁସାରେ ରାଜସ୍ଥାନର ଝାଲାୱାଡ଼ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉତ୍ତରପ୍ରଦେଶର ଆଗ୍ରାସ୍ଥିତ କୁବେରପୁର କଟ ନିକଟରେ ଏକ୍ସପ୍ରେସୱେରେ ଘଟିଥିବା ସଡ଼କ ଦୁର୍ଘଟଣାରେ ୫ଜଣ ପ୍ରାଣ ହରାଇଛନ୍ତି । ରାଜସ୍ଥାନର ଝାଲାୱାଡ଼ ଜିଲ୍ଲା ଆକ୍ଲେରା ପୁଲିସ ଷ୍ଟେସନ ଅଞ୍ଚଳରେ ଏକ ବରଯାତ୍ରୀ ଭ୍ୟାନ୍ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରଲର ସହ ଜୋରଦାର ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୯ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଭ୍ୟାନ୍ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏନ୍‌ଏଚ୍‌-୫୨ରେ ପାଚୋଲା ନିକଟରେ ଘଟିଥିବା ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଧକ୍କା ହେବା ପରେ ଭ୍ୟାନଟି ଖଣ୍ଡ ଖଣ୍ଡ ହୋଇଯାଇଛି । ସେହିପରି ଉତ୍ତରପ୍ରଦେଶର ଆଗ୍ରାସ୍ଥିତ କୁବେରପୁର କଟ ନିକଟରେ ଏକ୍ସପ୍ରେସୱେରେ ଏକ ଦ୍ରୁତ ଗତିରେ ଆସୁଥିବା କାର୍‌ର ଟାୟାର ଫାଟିଯିବାରୁ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏବଂ ଏଥିରେ ଥିବା ୫ ଯୁବକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମାନେ ସମସ୍ତେ ଗ୍ରେଟର ନୋଏଡା ଠାରୁ ଦେଓରିଆକୁ ବିବାହ ଶୋଭାଯାତ୍ରାରେ ଯାଉଥିବା ବେଳେ ଏପରି ଘଟିଛି । ମୃତକଙ୍କ ମଧ୍ୟରେ ନୋଏଡାର ଚନ୍ଦନ କୁମାର (୩୨), ବିହାରର ସୁଦେଶ କୁମାର (୨୮), ସଞ୍ଜୀବ ଶର୍ମା (୩୦), ପ୍ରବୀଣ (୩୦) ଏବଂ ପାଟଣାର ଗୌତମ କୁମାର (୨୫) ଅଛନ୍ତି । ନୋଏଡାର ରାହୁଲ ଯାଦବ ଏବଂ କୁଲଦୀପ ଯାଦବ ଏବଂ ଗାଜିଆବାଦର ଅଜୟ କୁମାରଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking