32.1 C
Bhubaneswar
Friday, April 26, 2024
Homeଓଡିଶାପ୍ରଦୀପ ବେହେରା ସ୍ମାରକି କ୍ରିକେଟ ପ୍ରତିଯୋଗୀତା ଉଦଯାପିତ

ପ୍ରଦୀପ ବେହେରା ସ୍ମାରକି କ୍ରିକେଟ ପ୍ରତିଯୋଗୀତା ଉଦଯାପିତ

ଯାଜପୁର : ଯାଜପୁର ଜିଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଜୟନ୍ତରା ଗ୍ରାମର ବାଣପୁର ପଡିଆରେ ପ୍ରଦୀପ ବେହେରା ସ୍କାରକୀ ଦିବାରାତ୍ର କ୍ରିକେଟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି କ୍ରିକେଟ ପ୍ରତିଯୋଗୀତାରେ ଜିଲାର ବିଭିନ୍ନ ଅଂଚଳର ୧୦ ରୁ ଉର୍ଦ୍ଧ ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ଯାଜପୁର ୱାରିୟର୍ସ ଦଳ ବାଣପୁରର ମା ବିଣାପାଣି କ୍ରିକେଟ ଟିମକୁ ପରାସ୍ତ କରି ଚାମ୍ପିଆନ ହୋଇଛି । ଏହି ଅବସରରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ସଂଗୀତ ନିର୍ଦ୍ଧେଶକ ସରୋଜ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଭୟ ଚାମ୍ପିଆନ ଓ ରନର୍ସ ଅପ ଦଳକୁ ପୁରସ୍କତ କରିଥିଲେ । ପ୍ରଦୀପ ବେହେରା ସ୍ଥାନୀୟ ଅଞ୍ଚଳରେ ଜଣେ କ୍ରିକେଟ ପ୍ରେମୀ ଭାବେ ବେଶ ଜଣା ଶୁଣା ଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କରି ସ୍ମୃତି କୁ ମନେ ରଖିବା ପାଇଁ ଚଳିତ ବର୍ଷ ରୁ ଆୟୋଜିତ ହୋଇଛି ଏହି କ୍ରିକେଟ ପ୍ରତିଯୋଗିତା । ଆଖ ପାଖ ଅଞ୍ଚଳ ସହିତ ସୁ ସମ୍ପର୍କ ରଖିବା ଓ ଭାଇଚାରା ବଜାୟ ରଖିବା ପାଇଁ ଏଭଳି କ୍ରିକେଟ ଟୁର୍ଣ୍ଣାମେଂଟ ଆୟୋଜନ କରାଯାଇଛି ବୋଲି ଆୟୋଜକ ଷ୍ଟାଲିନ ଦାସ ସୂଚନା ଦେଇଛନ୍ତି । ଫାଇନାଲ ମ୍ୟାଚରେ ରଶ୍ମିରଂଜନଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା ।
https://onakhabar.com/2020/03/11/four-cows-were-burned/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking