28.1 C
Bhubaneswar
Friday, March 29, 2024
Homeଅପରାଧଘରେ ଛାଡ଼ି ଦେବ କହି ଟ୍ୟାକ୍ସି ଚାଳକ କଲା ଏଭଳି କାମ ,ଜାଣିଲେ ଆସିବ ଲଜ୍ୟା

ଘରେ ଛାଡ଼ି ଦେବ କହି ଟ୍ୟାକ୍ସି ଚାଳକ କଲା ଏଭଳି କାମ ,ଜାଣିଲେ ଆସିବ ଲଜ୍ୟା

ହାଇଦ୍ରାବାଦ: ରଙ୍ଗରାଡେ ଜିଲ୍ଲାର ଚନ୍ଦନଭେଲି ଗ୍ରାମରେ କାର ଭିତରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଶନିବାର ପୁଲିସ ୩୨ବର୍ଷୀୟ ଟ୍ୟାକ୍ସି ଚାଳକକୁ ଗିରଫ କରିଛି।  ଅଭିଯୁକ୍ତ ଓ ପୀଡିତା ସମାନ ଗାଁର ବାସିନ୍ଦା ବୋଲି ଜଣା ପଡ଼ିଛି। ଅଭିଯୁକ୍ତଜଣକ ସେହି ମହିଳାଙ୍କୁ ତାଙ୍କ ଘରେ ଛାଡ଼ି ଦେବାକୁ କହି ଦୁଷ୍କର୍ମ କରିଥିଲେ।
ସୂଚନା ଅନୁସାରେ , ଶୁକ୍ରବାର ସନ୍ଧ୍ୟାରେ ୨୩ବର୍ଷୀୟ ପୀଡ଼ିତା ହାୟାଥାବାଦ ଗାଁର ଏକ ମୋବାଇଲ୍ ଦୋକାନକୁ ସିମ୍ କାର୍ଡ କିଣିବାକୁ ଯାଇଥିଲେ, ଯେଉଁଠାରେ ଅଭିଯୁକ୍ତ ଟ୍ୟାକ୍ସି ଡ୍ରାଇଭର ପୂର୍ବରୁ ସେହି ଜାଗାରେ ଥିଲେ ଏବଂ ତାଙ୍କ ମୋବାଇଲ୍ ଚାର୍ଜ କରୁଥିଲେ। ମହିଳାଙ୍କୁ ଦେଖି ଅଭିଯୁକ୍ତ ଡ୍ରାଇଭର ତାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିବା ସହ ତାଙ୍କୁ ନିଜ କାରରେ ଘରେ ଛାଡ଼ିଦେବାକୁ କହିଥିଲେ। ଅଭିଯୁକ୍ତର ମନ ଭିତର କଥା ପୀଡ଼ିତା ଜାଣି ନପାରି ତାଙ୍କ ସହ ଯିବା ପାଇଁ ରାଜି ହୋଇଯାଇଥିଲେ। ଗାଁ ଆଡ଼କୁ ପ୍ରାୟ ତିନି କିଲୋମିଟର ଯିବା ପରେ ଅଭିଯୁକ୍ତ ଏକ ନିଛାଟିଆ ସ୍ଥାନରେ କାରକୁ ଅଟକାଇ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତା। ଏହା ସହ ପୀଡ଼ିତା ଏଭଳି ଅପରାଧକୁ ବିିରୋଧ କରିବାରୁ ଅଭିଯୁକ୍ତ ତାଙ୍କୁ ଏକାଧିକ ଥର ଚାପୁଡ଼ା ମାରିଥିଲେ ବୋଲି ସେ କହିଛନ୍ତି। ତେବେ ଅନେକ ଚେଷ୍ଟା ପରେ ପୀଡ଼ିତା ଅଭିଯୁକ୍ତ କବଳରୁ ଖସି ଆଜି ପୁଲିସ‌ରେ ଅଭିଯୋଗ କରିଥିଲେ। ଏବେ ଅଭିଯୁକ୍ତ କ୍ୟାବ ଚାଳକକୁ ପୁଲିସ ଗିିରଫ କରିବା ସହ ପୀଡ଼ିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଇଛି।
https://onakhabar.com/2020/03/11/cleaning-workers-strike/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking