35.1 C
Bhubaneswar
Wednesday, May 8, 2024
Homeଓଡିଶାଅଭାବ ଅନାଟନରେ ଦିନ କାଟୁଛନ୍ତି ରବିଙ୍କ ପରିବାର

ଅଭାବ ଅନାଟନରେ ଦିନ କାଟୁଛନ୍ତି ରବିଙ୍କ ପରିବାର

ଢେଙ୍କାନାଳ : କାମାକ୍ଷାନଗର ଅଚଂଳରେ ଦିନକୁ ଦିନ କିଡିନ୍ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ବ୍ଲକ୍‌ର ଘରେ ଘରେ ମାଡି ଚାଲିଛି କିଡିନ୍ ରୋଗୀ । ଅନେକ ସମୟରେ ପରିବାରକୁ ଛାର୍‌ଖାର କରିଦେଇଥିବା ବେଳେ ଅନେକ ଲୋକ ଜୀବନ ମରଣ ସହିତ ସଂଗ୍ରାମ କରୁଛନ୍ତି । ଏହି ରୋଗର ଚିକିତ୍ସା ପାଇଁ ଘରର ସମସ୍ତ ଧନସମ୍ପତି ବିକ୍ରି କରି ସର୍ବଶ୍ୱାନ୍ତ ହୋଇ ଗଲେଣି । ଦିନକୁ ଦି ଓଳି ପେଟପୁରା ଖାଇବାକୁ ନପାଇ ଅଭାବ ଅନାଟନରେ କାଳାତିପାତ କରୁଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଂଟାପାଳ ପଂଚାୟତର ରଙ୍ଗମାଟିଆ ଗ୍ରାମରେ । ମିଳିଥିବା ସୁଚନାରୁ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ କଂଟାପାଳ ପଂଚାୟତର ରଙ୍ଗମାଟିଆ ଗ୍ରାମର ରବି ମହନ୍ତ । ସେ ରୋଗଗ୍ରସ୍ଥ ହେବା ପୁର୍ବରୁ ମୁଲମଜୁରି କରି ପରିବାର ଚଳାଉଥିଲେ ।

ଦୁଇ ଝିଅ ଓ ସ୍ତ୍ରୀଙ୍କୁ ନେଇ ତାଙ୍କ ପରିବାର । ଦିର୍ଘ ୪ ବର୍ଷ ହେଲା କିଡିନ୍ ରୋଗରେ ପିଡିତ ହୋଇ ଚିକିତ୍ସିତ ହେଉଛନ୍ତି ରବି । ଇତି ମଧ୍ୟରେ ଚିକିତ୍ସା ବାବଦରେ ଅନେକ ଅର୍ଥ ଖର୍ଚ୍ଚ କରି ସାରିଲେଣି । ଧାର, କରଜ ଜମିବାଡି ବିକ୍ରି କରି ସର୍ବସ୍ୱାନ୍ତ ହୋଇଗଲେଣି । ଘରଡିହ ଖଣ୍ଡକ ଛାଡି ଦେଲେ ପାଖରେ ଆଉ କିଛି ନାହିଁ । ଅର୍ଥାଭାବରୁ ଚିକିତ୍ସାଭାବରୁ ଚିକିତ୍ସା ପାଇଁ ଯାଇ ନପାରିବାରୁ ଘରେ ପଡିରହିଛନ୍ତି । ଦିନକୁ ଦିନ ରୋଗ ଯନ୍ତ୍ରଣା ବଢିବାରେ ଲାଗିଛି । ସ୍ତ୍ରୀ କୁନି ମୁଲ ମଜୁରି କେବେ ମିଳିଲେ ଯାହା ରୋଜଗାର କରିଥାନ୍ତି ସେଥିରେ ୪ ପ୍ରାଣି ଖାଇଥାନ୍ତି । ଦିନକୁ ଦି ମୁଠା ଖାଇବା ପାଇଁ ସଂଘର୍ଷ କରିବାକୁ ପଡୁଛି । ଅଭାବ ଅନାଟନରେ ଦିନ କାଟିବାକୁ ପଡୁଛି ପରିବାରକୁ । ଅର୍ଥାଭାବରୁ ଦୁଇ ଝିଅଙ୍କ ପାଠପଢାରେ ଡୋରି ବନ୍ଧା ହୋଇଗଲାଣି । ରବିଙ୍କ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ, ପିଲାଙ୍କ ପାଠପଢା ପାଇଁ ସରକାରୀ ସ୍ଥରରେ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking