28.1 C
Bhubaneswar
Saturday, April 27, 2024
Homeଓଡିଶାପ୍ରଶଂସିତ ସାଇ ସଂପନ୍ନା

ପ୍ରଶଂସିତ ସାଇ ସଂପନ୍ନା

ଢେଙ୍କାନାଳ : ତୁଳସି ଦୁଇ ପତରୁ ବାସି ଥାଏ । ମାତ୍ର ଅଢେଇ ବର୍ଷର କୁନି ଝିଅ ନିଜର ପ୍ରତିଭାର ପ୍ରଦର୍ଶନ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ପକ୍ଷରୁ ପ୍ରଶଂସା ପତ୍ର ସହିତ ପରଷ୍କୃତ କରାଯାଇଛି । ମିଳିଥିବା ସୁଚନାରୁ, ଢେଙ୍କାନାଳ ଜିଲ୍ଲା ସଦର ମହକୁମାର ବାଜିଚୈାକ ଅଚଂଳର ବ୍ୟବସାୟୀ ନୃସିଂହ ପୃଷ୍ଟି ଓ ସ୍ୱର୍ଣ୍ଣଲକ୍ଷ୍ମୀ ସାହୁଙ୍କ ଏକ ମାତ୍ର ଝିଅ ସାଇ ସଂପନ୍ନା ପୃଷ୍ଟି । ସେ ଅନୁଷ୍ଠିତ ପ୍ରତିଯୋଗିତାରେ ୧୦ ଟି ପ୍ରାଣି ଓ ରଙ୍ଗର ନାମ କହିବା ସହିତ ସେଗୁଡିକୁ ଚିହ୍ନଟ କରିପାରୁଛନ୍ତି । ସେହିପରି ୧୦ ଟି ଫଳର ନାମ ସହ ଚିହ୍ନଟ, ୫ଟି ଇଂଲିଶ ରାଇମ୍ସ, ଇଲିଂଶ ବର୍ଣ୍ଣମାଳାର ୨୬ ଟି ଅକ୍ଷର, ଏବଂ ଶବ୍ଦ, ୨ଟି ଶ୍ଲୋକ ସ୍ପଷ୍ଟ ଭାବେ ଉଚାରଣ କରିପାରୁଛନ୍ତି । ଏହାକୁ ନେଇ ସାଇ ସଂପନ୍ନାଙ୍କ ମାତା ପିତା ବେଶ୍ ଖୁସି ଥିବା ଜଣାପଡିଛି । ପରିବାର ସଦସ୍ୟଙ୍କ ପ୍ରେରଣା ଓ ଉତ୍ସାହ ଯୋଗୁଁ ସେ ନିଜ ପ୍ରତିଭା ଦେଖାଇ ପାରିଥିବା ସାଇ ସଂପନ୍ନାଙ୍କ ମାତାପିତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking