29.1 C
Bhubaneswar
Wednesday, May 8, 2024
Homeଓଡିଶାଚୋରି ଅଭିଯୋଗରେ ୪ ନାବାଳକଙ୍କୁ ୩ ଦିନ ଧରି ମାଡ ,ବିଦ୍ୟୁତସକ୍ ସକ୍ ଆଘାତ

ଚୋରି ଅଭିଯୋଗରେ ୪ ନାବାଳକଙ୍କୁ ୩ ଦିନ ଧରି ମାଡ ,ବିଦ୍ୟୁତସକ୍ ସକ୍ ଆଘାତ

 ମାଲକାନଗିରି :    ୪ ଜଣ ନାବାଳକକୁ ଚୋରି ଘଟଣାରେ ଗିରଫ କରି ତାଙ୍କୁ ତିନି ଦିନ ଧରି ମାଡ ମାରିବା ସହ ବିଦ୍ୟୁତ୍ ସକ୍ ଦେଇ ଆହତ କରି ଆଜି କୋର୍ଟ ଚାଲାଣ କରିଥିବା ନେଇ ପରିବାର ଲୋକେ ପୁଲିସ ନାମରେ ଅଭିଯୋଗ କରିଛନ୍ତି l ଏହି ସାଂଘାତିକ ଅଭିଯୋଗ ହେଉଛି

ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପୁଲିସ ନାମରେ
ଗତ ୧୨ ତାରିଖରେ ଚିତ୍ରକୋଣ୍ଡାରେ ଏକ ଚୋରି ଘଟଣା ଘଟିଥିଲା। ଏହି ଚୋରି ଘଟଣାର ତଦନ୍ତ କରି ଚିତ୍ରକୋଣ୍ଡା ପୁଲିସ ଚାରି ଜଣ ନାବାଳକକୁ ଘରୁ ଉଠାଇ ଆମି ନିର୍ଦ୍ଧୁମ ଛେଚିଥିଲା।ସେମାନଙ୍କୁ ୨୪ ଘଣ୍ଟା ମଧ୍ୟରେ କୋର୍ଟରେ ହାଜର କରିବାର ନିୟମ ରହିଥିଲେ ମଧ୍ୟ ଚିତ୍ରକୋଣ୍ଡା ପୁଲିସ ସେମାନଙ୍କୁ ତିନି ଦିନ ଧରି ଜେଲରେ ପୁରାଇ ଅତି ନିର୍ମମ ଭାବେ ମାଡ ମାରିବା ସହ ବିଦ୍ୟୁତ ସକ୍ ଦେଇଥିବା ପରିବାର ଲୋକେ ଏବଂ ଚାରି ନାବାଳକ ଅଭିଯୋଗ କରିଛନ୍ତି।

ଏପରିକି ବାହାରର ଲୋକ ଥାନାରେ ପଶି ମଧ୍ୟ ସେମାନଙ୍କୁ ମାଡ ମାରିଥିବା ଚାରି ନାବାଳକ ଆଜି କାନ୍ଦି କାନ୍ଦି ପ୍ରକାଶ କରିଛନ୍ତି। ଏ ନେଇ ପରିବାର ଲୋକେ ଏସପିଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ ମଧ୍ୟ ତାଙ୍କୁ ଏସପି ସାକ୍ଷାତ ନକରିବାରୁ ସେମାନେ ଅସନ୍ତୋଷ ଜାହିର କରିଛନ୍ତି।ତେବେ ଏନେଇ ଚିତ୍ରକୋଣ୍ଡା ଆଇଆଇସି ସୂର୍ଯ୍ୟ ପ୍ରକାଶ ନାୟକ ମିଥ୍ୟା ବୋଲି କହିଛନ୍ତି । ତେବେ ଏନେଇ ଉଚିତ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ପରିବାର ଲୋକେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking