30.1 C
Bhubaneswar
Friday, May 3, 2024
Homeକର୍ପୋରେଟ୍ଉର୍ଜା ନ୍ୟାୟ ପାଇଁ ବୈଶ୍ୱିକ ମଡ଼େଲ ତିଆରି କରୁଛି ଭାରତ : ଧର୍ମେନ୍ଦ୍ର ପ୍ରଧାନ

ଉର୍ଜା ନ୍ୟାୟ ପାଇଁ ବୈଶ୍ୱିକ ମଡ଼େଲ ତିଆରି କରୁଛି ଭାରତ : ଧର୍ମେନ୍ଦ୍ର ପ୍ରଧାନ

 ୨୦୪୦ ପର୍ଯ୍ୟନ୍ତ ଭାରତରେ ବାର୍ଷିକ ୩ ପ୍ରତିଶତ ଉର୍ଜା ଚାହିଦା ବଢିବାର ଆକଳନ
 ବିଗତ ୬ ବର୍ଷରେ ଦେଶରେ ଏଲପିଜି ଦୃଶ୍ୟପଟ୍ଟ ସମ୍ପୂର୍ଣ୍ଣ ଭାବରେ ପରିବର୍ତିତ
 ବହୁତ କମ୍ ସମୟରେ ଏଲପିଜି କଭରେଜ୍ ୫୬ ପ୍ରତିଶତରୁ ୯୯.୫ ପ୍ରତିଶତ ବୃଦ୍ଧି ହୋଇଛି
 ଦେଶରେ ଏଲପିଜି ଉପଭୋକ୍ତାଙ୍କ ସଂଖ୍ୟା ୧୪.୫ କୋଟିରୁ ୨୯ କୋଟିରେ ପହଁଚିଛି
 ବିଏସ-୬ ସ୍ୱଚ୍ଛ ଇନ୍ଧନ ଉତ୍ପାଦନ କରିବା ପାଇଁ ୩୪ ହଜାର କୋଟିର ପୁଞ୍ଜିନିବେଶ
 ଗ୍ୟାସ ଭିତିଭୂମିକୁ ମଜବୁତ୍ କରିବା ପାଇଁ ଖର୍ଚ୍ଚ ହେଉଛି ୬୦ ବିଲିୟନ ଡଲାର

ନୂଆଦିଲ୍ଲୀ/ଭୁବନେଶ୍ୱର : ଉର୍ଜା କ୍ଷେତ୍ରରେ ଉପଲବ୍ଧି ଏବଂ ସୁଲଭ ଦରରେ ସନ୍ତୁଳନ
ଆଣି ଭାରତ ଉର୍ଜା ନ୍ୟାୟର ଏକ ବିଶ୍ୱ ମଡ଼େଲ ତିଆରି କରୁଛି ଏବଂ ସବୁଜ ଉର୍ଜା ରୂପାନ୍ତରଣ ପାଇଁ ନିଜର
ଋଣନୀତି ଓ ପଥ ମଧ୍ୟ ପ୍ରସ୍ତୁତ କରୁଛି ବୋଲି ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ଆୟୋଜିତ
୧୧ତମ ବିଶ୍ୱ ପେଟ୍ରୋକୋଲ କଂଗ୍ରେସ ଓ ବିଶ୍ୱ ଭବିଷ୍ୟତ ଇନ୍ଧନର ସମ୍ମିଳନୀ ୨୦୨୧ରେ ଯୋଗଦେଇ
କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ଉର୍ଜା ଚାହିଦା ଭବିଷ୍ୟତରେ ବୃଦ୍ଧି ପାଇବ ଏବଂ ଏହି ଦୃଷ୍ଟିରୁ ସବୁଜ
ଉର୍ଜା ପଥ ଆପଣାଇବା ତଥା ପ୍ରଦୂଷଣ ହ୍ରାସ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ
ନିଆଯାଉଛି । ଆନ୍ତର୍ଜାତୀୟ ଉର୍ଜା ସଂସ୍ଥା(ଆଇଇଏ), ଓପେକ ଏବଂ ବ୍ରିଟିଶ ପେଟ୍ରୋଲିୟମ ରିପୋର୍ଟ
ଦର୍ଶାଉଛି ଯେ ବିଶ୍ୱର ମୋଟ ପ୍ରାଥମିକ ଉର୍ଜାର ଚାହିଦା ୨୦୪୦ ସୁଦ୍ଧା ବାର୍ଷିକ ୧ ପ୍ରତିଶତରୁ କମ ବୃଦ୍ଧି
ପାଇପାରେ । କିନ୍ତୁ ଅପରପକ୍ଷରେ ଭାରତର ଉର୍ଜା ଚାହିଦା ୨୦୪୦ ପର୍ଯ୍ୟନ୍ତ ବାର୍ଷିକ ୩ ପ୍ରତିଶତ ବୃଦ୍ଧି
ପାଇବାର ଆକଳନ କରାଯାଇଛି ।
ଉର୍ଜା ନ୍ୟାୟକୁ ଶେଷ କରିବା ପାଇଁ ଦେଶର ସବୁ ଘରକୁ ସ୍ୱଚ୍ଛ ଇନ୍ଧନ ପହଁଚାଇବା ମୋଦି ସରକାରଙ୍କ
ଋଣନୀତିର ଏକ ଚାବିକାଠି ହୋଇଛି । ବିଗତ ୬ ବର୍ଷରେ ଦେଶରେ ଏଲପିଜି ଦୃଶ୍ୟପଟ୍ଟ ସମ୍ପୂର୍ଣ୍ଣ ଭାବରେ
ପରିବର୍ତିତ ହୋଇଛି । ୨୦୧୪ରେ ଏଲପିଜି ଉପଭୋକ୍ତା ୧୪.୫ କୋଟି ଥିଲା ବେଳେ ୨୦୨୧ ସୁଦ୍ଧା
ଏହା ବୃଦ୍ଧି ପାଇଁ ୨୯ କୋଟିରେ ପହଁଚିଛି । ବହୁତ କମ୍ ବର୍ଷ ମଧ୍ୟରେ ଏଲପିଜି କଭରେଜ୍ ୫୬
ପ୍ରତିଶତରୁ ବଢି ୯୯.୫ ପ୍ରତିଶତ ହୋଇଛି । ରେକର୍ଡ ସମୟରେ ଉଜ୍ଜଳା ଯୋଜନାରେ ୮ କୋଟି ବିପିଏଲ
ପରିବାରକୁ ଗ୍ୟାସ ଦିଆଯାଇଛି । ଉଜ୍ଜଳା ଯୋଜନା ମହିଳାଙ୍କ ସାମାଜିକ ଓ ଅର୍ଥନୀତିକୁ ପରିବର୍ତନ କରିବା
ସହ ସଶକ୍ତିକରଣ ମଧ୍ୟ କରିଛି । ସେହିପରି ଚଳିତ ସାଧାରଣ ବଜେଟରେ ଉଜ୍ଜଳା ଯୋଜନାରେ ଆଉ ୧
କୋଟି ଅଧିକ ହିତାଧିକାରୀଙ୍କୁ ଯୋଡ଼ିବା ଘୋଷଣା ହେବା ଦ୍ୱାରା ଏହା ସର୍ବଭାରତୀୟ ସ୍ତରରେ କଭରେଜ୍‌
ହାସଲ କରିବାରେ ସହାୟକ ହେବ ।
ସେହିପରି ବିଏସ-୬ ଭଳି ସ୍ୱଚ୍ଛ ଇନ୍ଧନ ଉତ୍ପାଦନ କରିବା ପାଇଁ କାରଖାନା ଗୁଡ଼ିକର ଉନ୍ନତିକରଣ ପାଇଁ
ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକ ୩୪ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିଛନ୍ତି । ଏହାସହ ଭାରତକୁ
ଗ୍ୟାସ ଆଧାରିତ ଅର୍ଥନୀତି କରିବା ତଥା ଗ୍ୟାସ ଭିତିଭୂମିକୁ ମଜବୁତ୍ କରିବା ସ୍ୱରୂପ ୬୦ ବିଲିୟନ
ଆମେରିକୀୟ ଡ଼ଲାର ଖର୍ଚ୍ଚ କରାଯାଉଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking