35.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗକୋଟିଆ ପ୍ରସଙ୍ଗରେ କଣ କହିଲେ ସୌମ୍ୟରଂଜନ

କୋଟିଆ ପ୍ରସଙ୍ଗରେ କଣ କହିଲେ ସୌମ୍ୟରଂଜନ

ଭୁବନେଶ୍ୱର: କୋରାପୁଟ କୋଟିଆରେ ସୃଷ୍ଟି ହୋଇଥିବା ସ୍ଥିତି ପାଇଁ ପ୍ରଶାସନିକ ଅବହେଳା ଦାୟୀ ବୋଲି ଅସ୍ୱୀକାର କରିହେବ ନାହିଁ । କୋଟିଆ ପ୍ରସଙ୍ଗରେ ଗୋଟିଏ ପଟେ ବିବାଦ ଥମି ନଥିବା ବେଳେ ଆଜି ଏଭଳି ମନ୍ତବ୍ୟ ରଖିଛନ୍ତି ଖଣ୍ଡପଡା ବିଜେଡି ବିଧାୟକ ସୌମରଂଜନ ପଟ୍ଟନାୟକ । ସେ କହିଛନ୍ତି, ‘ତଳସ୍ତରରେ କର୍ମଚାରୀମାନେ ଚାହିଁଥିଲେ, ପୂର୍ବରୁ ଏହି ବିବାଦର ସମାଧାନ ହୋଇପାରିଥାନ୍ତା । ମୁଁ ସେ ଦଳରେ ଅଛି ବୋଲି ସବୁ ଦଳରେ ଯାହା ଘଟୁଛି ସବୁ ଠିକ ଘଟୁଛି । ଏଭଳି କହିବାର ଅଭ୍ୟାସ ମୋର ନାହିଁ ‘ବୋଲି ମଧ୍ୟ ଖୋଲାଖୋଲି ମନ୍ତବ୍ୟ ରଖିଛନ୍ତି । ‘ବିଳମ୍ବରେ ହେଲେ ମଧ୍ୟ ସରକାର ଲଢ଼େଇ ପାଇଁ ବାହାରିଛନ୍ତି । ତେଣୁ ସଭିଏଁ ମିଳିମିଶି ଏହି ପ୍ରସଙ୍ଗରେ ଛିଡ଼ା ହେବା’ । ତେବେ ସୌମ୍ୟଙ୍କ ଏଭଳି ମନ୍ତବ୍ୟ ପରେ ରାଜ୍ୟରାଜନିତୀ ଏବେ ଜୋର୍ ଧରିଛି । ଏହି ମନ୍ତବ୍ୟ ପରେ ସରକାରଙ୍କ ବାହାସ୍ପଟ ପଦାରେ ପଡିଥିବା କଂଗ୍ରେସ କହିଥିବା ବେଳେ ଏହାକୁ ରାଜ୍ୟ ସରକାରଙ୍କ ବିଫଳତା ବୋଲି ବିଜେପି କହିଛି ।

ଅନ୍ୟପଟେ ଓଡ଼ିଶାରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଓଡ଼ିଶା ସରକାର । ଆସନ୍ତା ୧୯ ତାରିଖ ଶୁକ୍ରବାର ଦିନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। କୋଟିଆରେ ଆନ୍ଧ୍ରର ନିର୍ବାଚନ କରିବା ପ୍ରସଙ୍ଗରେ ସମସ୍ତ କାଗଜପତ୍ର ପ୍ରସ୍ତୁତି ରଖିବା ପାଇଁ କୋରାପୁଟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ସଚିବ ସୂଚନା ଦେଇଛନ୍ତି । ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ସମସ୍ତ ଦସ୍ତାବିଜ ପ୍ରସ୍ତୁତି ଲାଗି କହିଛନ୍ତି । ମାମଲା ଶୁଣାଣି ପୂର୍ବରୁ କାଲି ଭିଡିଓ କନଫରେନ୍ସିଂ ଜରିଆରେ ଓଡ଼ିଶା ପକ୍ଷରୁ ସୁପ୍ରିମକୋର୍ଟର ମାମଲା ଲଢ଼ୁଥିବା ଓକିଲଙ୍କୁ ଏ ନେଇ ଅବଗତ କରିବାକୁ କୁହାଯାଇଛି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking