33.1 C
Bhubaneswar
Friday, May 17, 2024
Homeଦେଶ ବିଦେଶରାମଲାଲାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାମଲାଲାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ଆଜି ରାମଲାଲାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଅଯୋଧ୍ୟା ଯାଇ ପ୍ରଭୁଙ୍କ ଦର୍ଶନ କରି ସରଜୁ ନଦୀ କୂଳକୁ ଯାଇ ଆଳତୀ କରିଥିଲେ । ସେଠାରେ ଥିବା ଅନ୍ୟ ଦେବାଦେବୀ ମନ୍ଦିରରେ ପୂଜା ଅର୍ଚ୍ଚନା କରିଥିଲେ । ରାଷ୍ଟ୍ରପତି ସରଜୁ ନଦୀକୁ ଏକ ପୁଷ୍ପମାଲ୍ୟ ଅର୍ପଣ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା । ପ୍ରଭୁ ରାମଲାଲାଙ୍କ ଦର୍ଶନ କରି ଆଶିଷ ମଧ୍ୟ ମାଗିଥିଲେ । ରାଷ୍ଟ୍ରପତିଙ୍କ ଅଯୋଧ୍ୟା ଗସ୍ତ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ଦୀର୍ଘ ୫୦୦ ବର୍ଷ ଅପେକ୍ଷାର ଅନ୍ତ ଘଟିଲା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ମନ୍ଦିର ସ୍ଥାପନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking