33.1 C
Bhubaneswar
Saturday, April 27, 2024
Homeଓଡିଶାପିପିଲି ଟୋଲପ୍ଲାଜ଼ାରେ ଆରମ୍ଭ ହେଲା ସମ୍ପୂର୍ଣ୍ଣ ଫାସଟ୍ୟାଗ ସେବା

ପିପିଲି ଟୋଲପ୍ଲାଜ଼ାରେ ଆରମ୍ଭ ହେଲା ସମ୍ପୂର୍ଣ୍ଣ ଫାସଟ୍ୟାଗ ସେବା

 

ପିପିଲି : ଦୀର୍ଘଦିନ ର କୋହଳ ପରେ ଶେଷରେ ଆଜିଠାରୁ ଜାତୀୟ ରାଜପଥ ରେ ଯାତାୟାତ କରୁଥିବା ଗାଡ଼ିଗୁଡିକ ପାଇଁ ବାଧ୍ୟତାମୂଳକ ହୋଇଛି ଫାଷ୍ଟ ଟ୍ୟାଗ ସେବା।ଏବଂ ଯେଉଁ ଗାଡି ମାନଙ୍କର ଫାଷ୍ଟ ଟ୍ୟାଗ ନାହିଁ ସେମାନଙ୍କ ଠାରୁ ଟୋଲପ୍ଲାଜ଼ାରେ ଆଦାୟ କରାଯାଇଛି ଦୁଇଗୁଣା ଶୁଳ୍କ ।ତେବେ ମହଙ୍ଗା ତୈଳ ଦର ସାଙ୍ଗକୁ ଦୁଇ ଗୁଣା ଟୋଲ ଶୁଳ୍କ ଦେବା ଫଳରେ ଏହା ଗାଡି ଚାଳକଙ୍କ ପକେଟକୁ ଲାଗିଛି ଶକ୍ତ ଆଘାତ ତେଣୁ ଆଉ କିଛି ଦିନ ମହଲତ ଦେବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଫାସଟ୍ୟାଗ କରିନଥିବା ଗାଡି ଚାଳକ।ତେବେ ଏହା ଚାରିଚକିଆ ଯାତ୍ରୀବାହୀ ଓ ମାଲ ପରିବହନ ଗାଡି ପାଇଁ ବାଧ୍ୟତାମୂଳକ ହୋଇଛି।ଗତ ରବିବାର ଦିନ ସଡକ ପରିବହନ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ଘୋଷଣା କୁ ଆଜି ମଧ୍ୟରାତ୍ରରୁ ଲାଗୁ କରାଯାଇଛି।ପିପିଲି ଟୋଲ ପ୍ଲାଜ଼ାରେ ଥିବା ସମସ୍ତ ୮ଟି ଲେନକୁ ଫାଷ୍ଟ ଟ୍ୟାଗ ସେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖା ଯାଇଛି।ଫାଷ୍ଟ ଟ୍ୟାଗ ନଥାଇ ଟୋଲଗେଟ ଅତିକ୍ରମ କରି ଯାତାୟାତ କରୁଥିବା ଗାଡି ଗୁଡିକୁ ନିର୍ଦ୍ଦିଷ୍ଟ ଗୋଟିଏ ଲେନରେ ଛଡା ଯିବା ସହ ଚାଳକଙ୍କ ଠାରୁ ଆଦାୟ କରାଯାଇଛି ଦୁଇଗୁଣା ଅର୍ଥ।ଖାସ କରି ଏଥିପାଇଁ ଭୁବନେଶ୍ୱର ରୁ ପୁରୀ ଆଡକୁ ଯାଉଥିବା ଗାଡି ଗୁଡ଼ିକର ନିକଟରେ ଗହଳି ଲାଗିବା ସହ ଦେଖିବାକୁ ମିଳିଥିଲା ଲମ୍ବା ଲାଇନ। ପୂର୍ବରୁ ଏହି ବ୍ୟବସ୍ଥା ଜାନୁଆରୀ ପହିଲାରୁ ବାଧ୍ୟତାମୂଳକ କରିବାର ଯୋଜନା ଥିଲା କିନ୍ତୁ ପରେ ଏହାକୁ ୧୫ଫେବୃଆରୀ ପର୍ଯ୍ୟନ୍ତ କୋହଳ କରି ଦିଆ ଯାଇଥିଲା।ଟୋଲପ୍ଲାଜ଼ା ଗୁଡିକରେ ଫାଷ୍ଟ ଟ୍ୟାଗ ଦ୍ୱାରା ଯଦି ସବୁ ଗାଡ଼ିଗୁଡିକ ଶୁଳ୍କ ପ୍ରଦାନ କରିବେ ତାହାଲେ ଡିଜିଟାଲ ପ୍ରେମେଣ୍ଟରେ ଶୁଳ୍କ ପ୍ରଦାନ ବୃଦ୍ଧି ହେବ।ଏଥି ସହିତ ଟୋଲପ୍ଲାଜ଼ାରେ ଗାଡି ଗୁଡିକୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ।ଫଳରେ ଗାଡି ଗୁଡ଼ିକର ତେଲ ଖର୍ଚ୍ଚ କମିବା ସହ ଯାତାୟାତ ଅତି ସହଜ ହୋଇ ପାରିବ।

ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ଟୋଲ ଆଦାୟ କରିବା ଏବଂ ଟୋଲ ଗେଟରେ ହେଉଥିବା ଭିଡ ହ୍ରାସ କରିବା ନିମନ୍ତେ ୨୦୧୭ ଅକ୍ଟୋବରରେ ଭାରତ ସରକାର ଫାସଟ୍ୟାଗ ପ୍ରଚଳନ କରିଥିଲେ।ଏହା ହେଉଛି ରେଡ଼ିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ ଟେକନୋଲୋଜି(RFID)।ଏହା ଗାଡିର ସାମ୍ନା କାଚରେ ଲାଗିଥାଏ
ଗାଡି ଟୋଲଗେଟ ଦେଇ ପାସ କରିବା ମାତ୍ରେ ଫାସଟ୍ୟାଗରେ ଥିବା ବାଲାନ୍ସରୁ ଟଙ୍କା ଆପେ ଆପେ କଟିଥାଏ।

ଫାସଟ୍ୟାଗ ପାଇଁ ଆଉ ସମୟସୀମା ବଢିବ ନାହିଁ ତେଣୁ ଗାଡି ମାଲିକ ମାନେ ତୁରନ୍ତ ଇ-ପେମେଣ୍ଟ ସୁବିଧା ବ୍ୟବହାର କରିବା ପାଇଁ ପୂର୍ବରୁ ସଡ଼କ ପରିବହ ମନ୍ତ୍ରୀ ନୀତିନ ଗଡକରି ଘୋଷଣା କରିଥିଲେ।୨୦୧୬ ମସିହାରେ ଫାସଟ୍ୟାଗ ବ୍ୟବସ୍ଥା ଆରମ୍ବ କରାଯାଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଏକାଧିକ ଥର ତାରିଖ ଘୁଞ୍ଚାଇ ଦିଆଯାଇଥିଲା।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking