26.1 C
Bhubaneswar
Tuesday, May 7, 2024
Homeଓଡିଶାଡବଲ ମର୍ଡର : ଦୋଷୀକୁ ଫାଶୀ ଦଣ୍ଡାଦେଶ

ଡବଲ ମର୍ଡର : ଦୋଷୀକୁ ଫାଶୀ ଦଣ୍ଡାଦେଶ

ନୟାଗଡ଼ : ୫ ବର୍ଷ ତଳେ ଅତି ବୀଭତ୍ସ ଭାବେ ଦୁଇ ଜଣଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ। ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ଆଜି ପ୍ରକାଶ ପାଇଛି ରାୟ। ଆଉ ଅଭିଯୁକ୍ତଙ୍କୁ ମିଳିଛି ଫାଶୀ ଦଣ୍ଡାଦେଶ। ନୟାଗଡ଼ ଜିଲ୍ଲା ଓଡଗାଁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଏକ ହତ୍ୟା ମାମଲାର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି। ଫାଶୀ ଦଣ୍ଡାଦେଶ ପାଇଥିବା ଅଭିଯୁକ୍ତଜଣଙ୍କ ହେଲେ ଓଡଗାଁ ଥାନା କୁଶଢିପି ଗାଁର ନିରଞ୍ଜନ ମଲ୍ଲୀକ । କୌଣସି କାରଣକୁ ନେଇ ୨୦୧୯ ମସିହା ଜାନୁୟାରୀ ୧୭ ତାରିଖ ରାତିରେ ନିରଞ୍ଜନ ଓଡଗାଁରେ ୨ଜଣଙ୍କୁ ହତ୍ୟା କରିଥିଲେ କ୍ଷ ଏହି ଘଟଣାରେ ୩ ଜଣ ଗୁରୁତର ଆହତ ମଧ୍ୟ ହୋଇଥିଲେ।ନିରଞ୍ଜନ ଉକ୍ତ ରାତିରେ ଓଡଗାଁ ମାର୍କେଟରେ ଡ୍ୟୁଟି କରୁଥିବା ରାତ୍ର ଜଗୁଆଳି ଲୋଚନ ସେଠିଙ୍କୁ କାଠ ଫାଳିଆରେ ଆକ୍ରମଣ କରି ହତ୍ୟା କରିଥିଲେ। ଏହାପରେ ସେ ଓଡଗାଁ ସିନେମା ହଲ ନିକଟରେ ବଦନି ପ୍ରଧାନ ନାମକ ମହିଳାଙ୍କୁ ଘରେ ପଶି ତାଙ୍କୁ ହତ୍ୟା କରିଥିଲା । ଏହି ଘଟଣାରେ ୨୭ ଜଣ ସାକ୍ଷୀଙ୍କ ବୟାନ ଓ ପୁଲିସ ତଦନ୍ତକୁ ଆଧାର କରି ଓଡଗାଁ କୋର୍ଟ ଏହି ରାୟ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking