33.1 C
Bhubaneswar
Sunday, May 5, 2024
Homeଓଡିଶାଲକ୍‌ଡାଉନ୍ ବେଳେ ସାଇକେଲିଂ ଓ ମର୍ଣ୍ଣିଂ ୱାର୍କ୍ ସମ୍ପୂର୍ଣ୍ଣ ମନା : ସିପି

ଲକ୍‌ଡାଉନ୍ ବେଳେ ସାଇକେଲିଂ ଓ ମର୍ଣ୍ଣିଂ ୱାର୍କ୍ ସମ୍ପୂର୍ଣ୍ଣ ମନା : ସିପି

ଭୁବନେଶ୍ୱର: ଲକଡାଉନ୍‌ରେ ମର୍ଣ୍ଣିଂ ୱାର୍କ ଓ ସାଇକେଲିଂକୁ ସଂପୂର୍ଣ୍ଣ ମନା । ଲକ୍ ଡାଉନ୍ କଟକଣା ନେଇ ବରିଷ୍ଠ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି । କେବଳ ମର୍ଣ୍ଣିଂ ୱାର୍କ ନୁହେଁ ବରଂ ଇଭିନିଂ ୱାର୍କ, ସାଇକ୍ଲିଂକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ୱାର୍କିଂ, ସାଇକ୍ଲିଂ ନକରିବାକୁ ଲୋକଙ୍କୁ କହିଛନ୍ତି ଟ୍ୱିନ୍ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଏହାସହ କିଛି ଲୋକ ଏସବୁ କରୁଥିବା ଦେଖାଯାଉଛି, ଏହା ଗାଇଡଲାଇନ ଉଲ୍ଲଂଘନ ହେଉଥିବା ସେ କହିଛନ୍ତି । ଲକଡାଉନ୍‌ର ଉଦ୍ଦେଶ୍ୟ ରାସ୍ତା ଉପରକୁ ଆସି ଗହଳି ନକରିବା ବୋଲି ସିପି ସ୍ପଷ୍ଟ କରିଛନ୍ତି । ତେଣୁ ଲକଡାଉନ ବେଳେ ୱାକିଂ, ସାଇକ୍ଲିଂ ନକରିବାକୁ କହିଛନ୍ତି ସିପି । ସେପଟେ କଳାବଜାରୀ, ଅସାଧୁ ବ୍ୟବସାୟୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠୱା । ସେ କହିଛନ୍ତି ଯେ, କରୋନା ଅତ୍ୟାବଶ୍ୟକ ସାମଗ୍ରୀ କଳାବଜାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । କୌଣସି ଘରୋଇ ହସ୍ପିଟାଲ ଅଧିକ ଅର୍ଥ ନେଉଥିଲେ ବି ତାହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ତେବେ କାର୍ଯ୍ୟାନୁଷ୍ଠାନ ନେବାକୁ ୨୨ଟି ଫ୍ଲାଇଂ ସ୍ୱ୍କାର୍ଡ ହୋଇଛି । ବର୍ତ୍ତମାନ ସୁଦ୍ଧା ୭୧ଟି ମାମଲା ରୁଜୁ ହେବା ସହ ୨୬୯ ଗିରଫ, ୮୩୦୦ ଗାଡି ଜବତ ମଧ୍ୟ ହୋଇଛି । କେବଳ ଏତିକି ନୁହେଁ ବରଂ ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ହେଲପଲାଇନ ନମ୍ବର ଜାରି ହୋଇଛି । ହେଲପ୍‌ଲାଇନ୍ ନମ୍ବର- ୮୦୯୩୦୨୮୧୦୦ରେ କଲ କରି ବରିଷ୍ଠ ନାଗରିକ ସହାୟତା ଲୋଡ଼ିପାରିବେ ବୋଲି ଜେଠୱା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking