40.1 C
Bhubaneswar
Thursday, April 25, 2024
Homeଓଡିଶାଆମ୍ବ ବିକାଳୀଙ୍କୁ କରୋନା ମାଡ଼, କେଜି ପିଛା ୫ ଟଙ୍କା

ଆମ୍ବ ବିକାଳୀଙ୍କୁ କରୋନା ମାଡ଼, କେଜି ପିଛା ୫ ଟଙ୍କା

ସଇଁନ୍ତଳା : କରୋନା ମହାମାରୀକୁ ନେଇ ସାରା ରାଜ୍ୟ ଚିନ୍ତିତ । ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଛି । ଅନ୍ୟପଟେ ଲକ୍‌ଡାଉନ ଯୋଗୁଁ ଗରିବ ଖଟିଖିଆ ଲୋକଙ୍କ ଉପରେ ପ୍ରଭାବିତ ହୋଇଛି । ଲକଡାଉନ ଯୋଗୁଁ ଅନେକ ନୀରିହ ଲୋକେ ଭୋକ ଉପାସରେ ଆଶ୍ରୟ ନେଇଛନ୍ତି । ଯାହାଫଳରେ ଅନେକ ସଙ୍ଗଠନ ପକ୍ଷରୁ ମଧ୍ୟ ସହାୟତା ଯୋଗାଇଦିଆଯାଉଛି । ହେଲେ ବର୍ତ୍ତମାନ ସମୟରେ ଲୋକେ ନିଜ ଗାଁ ଠାରୁ ଅନ୍ୟ ଗ୍ରାମର ଲୋକଙ୍କ ସହ ମିଳାମିଶା କରିବାପାଇଁ ଭୟ କରୁଛନ୍ତି । ଏଭଳି ପରିସ୍ଥିତିରେ ପନିପରିବା, ଆମ୍ବ ବିକାଳୀଙ୍କ ଉପରେ କରୋନା ମାଡ଼ ପଡ଼ିଛି । ଅନେକ ଲୋକେ ନିଜ ବିଲରେ ପନିପରିବା ଚାଷ କରୁଥିବା ବ୍ୟକ୍ତି ଲକ୍‌ଡାଉନ ଯୋଗୁଁ ସମସ୍ତ ଦୋକାନ ବଜାର ବନ୍ଦଥିବା ବେଳେ ବିଲରେ ପନିପରିବା ଗୁଡ଼ିକ ନଷ୍ଟ ହେଉଥିବା ଦେଖିବାକୁ ମଧ୍ୟ ମିଳିଛି । ଯାହାଫଳରେ ଶାଗ ମାଛ ଦରରେ ବିକ୍ରି କରୁଛନ୍ତି ଲୋକେ । ଗତ ଦୁଇଦିନ ତଳେ କାଳବୈଶାଖୀ ଯୋଗୁଁ ଅନେକ ଲୋକଙ୍କ ପନିପରିବା କ୍ଷୟକ୍ଷତି ମଧ୍ୟ ହୋଇଛି । ତେବେ ଗଛରେ ଥିବା ଆମ୍ବଗୁଡ଼ିକ ପବନରେ ଝଡ଼ି ଯାଉଥିଲା । ଯାହାଫଳରେ ଆମ୍ବ ବିକାଳୀ କେଜି ପିଛା ୫ ଟଙ୍କାରେ ବିକ୍ରି କରୁଛନ୍ତି । ଅନେକ ଲୋକେ ଖାଇବାକୁ ମଧ୍ୟ ଭୟ କରୁଛନ୍ତି କାରଣ ଯେଉଁଭଳି ଭାବରେ କରୋନା ବୃଦ୍ଧିପାଉଛି ଅନେକ ଲୋକେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି । ତେବେ ବିଭିନ୍ନ ପନିପରିବା ଗୁଡ଼ିକ ଶାଗ ମାଛ ଦରରେ ବିକ୍ରି ହେଉଥିବା ବେଳେ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking