31.1 C
Bhubaneswar
Tuesday, April 30, 2024
Homeଖେଳଆଇପିଏଲ୍‌ରେ ପନ୍ତ୍‌ଙ୍କ ୩୦୦୦ ରନ୍ ପୂରା

ଆଇପିଏଲ୍‌ରେ ପନ୍ତ୍‌ଙ୍କ ୩୦୦୦ ରନ୍ ପୂରା

ଲକ୍ଷ୍ନୌ: ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ବିପକ୍ଷା ଶୁକ୍ରବାରର ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପ୍‌ଟେନ୍ ଋଷଭ ପନ୍ତ୍ ଏକ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି । ସେ ଆଇପିଏଲ୍ କ୍ୟାରିୟର୍‌ରେ ୩ ହଜାର ରନ୍ ପୂରଣ କରିଛନ୍ତି । ଆଇପିଏଲ୍‌ରେ ଡେବ୍ୟୁ କରିବା ପରଠାରୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ସଦସ୍ୟ ରହିଆସିଛନ୍ତି । ସେ ଗୋଟିଏ ଟିମ୍ ପକ୍ଷରୁ ୩ ହଜାର ରନ୍ ପୂରଣ କରିବାରେ ଏକାଦଶ ଖେଳାଳି ହୋଇଛନ୍ତି । ସେହିପରି ଏହି କାରନାମା କରିବାରେ ସେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମ ଖେଳାଳିର ମାନ୍ୟତା ପାଇଛନ୍ତି । ଏହା ସହିତ ସେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଏକ ରେକର୍ଡ ମଧ୍ୟ ଭଙ୍ଗ କରିଛନ୍ତି । ଆଇପିଏଲ୍ ଇତିହାସରେ ବର୍ତ୍ତମାନ ସୁଦ୍ଧା କମ୍ ଇନିଂସ୍‌ରେ ୩ ହଜାର ରନ୍ ପୂରଣ କରିବା ରେକର୍ଡ କେଏଲ୍ ରାହୁଲଙ୍କ ନାମରେ ରହିଛି । ସେ ୮୦ ଇନିଂସ୍‌ରେ ଏହି ଉପଲବ୍ଧି ହାସଲ କରିଥିବା ବେଳେ ଶୁବମନ ଗିଲ୍ (୯୪ ଇନିଂସ୍‌) ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ପନ୍ତ୍ ଏହି ତାଲିକାରେ ସୁରେଶ ରାଇନାଙ୍କ ସହ ସଂଯୁକ୍ତ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି । ଉଭୟ ୧୦୩ ଇନିଂସ୍‌ରେ ଏହି କୀର୍ତ୍ତିମାନ କରିଛନ୍ତି । ଏହାପରେ ଆଜିଙ୍କ୍ୟ ରାହାଣେ ୧୦୪ ଇନିଂସ୍‌ରେ ଏବଂ ରୋହିତ ଶର୍ମା ଓ ଶିଖର ଧୱନ୍ ୧୦୯ ଇନିଂସ୍‌ରେ ଏହି ଉପଲବ୍ଧି ହାସଲ କରିଛନ୍ତି । ଅନ୍ୟପକ୍ଷରେ ଆଇପିଏଲ୍‌ରେ ୩ ହଜାର ରନ୍ ପୂରଣ କରିବାକୁ ବିରାଟ କୋହଲି ୧୧୦ ଇନିଂସ୍‌ର ସହାୟତା ନେଇଛନ୍ତି । ଏହା ବ୍ୟତୀତ ଋଷଭ ପନ୍ତ୍ ଆଇପିଏଲ୍‌ରେ ସବୁଠୁ କମ୍ ବଲ୍‌ରେ ତିନି ହଜାର ରନ୍ କରିବାରେ ପ୍ରଥମ ଖେଳାଳି ହୋଇଛନ୍ତି । ପନ୍ତ୍ ମାତ୍ର ୨୦୨୮ ବଲ୍‌ରେ ଏହି କୀର୍ତ୍ତିମାନ କରି ୟୁସୁଫ୍ ପଠାନ୍ (୨୦୮୨ ବଲ୍‌)ଙ୍କ ରେକର୍ଡ ଭାଙ୍ଗିଛନ୍ତି । ପନ୍ତ୍ ଆଇପିଏଲ୍‌ରେ ବର୍ତ୍ତମାନ ସୁଦ୍ଧା ୧୦୪ ମ୍ୟାଚ୍ ଖେଳି ୩୦୩୨ ରନ୍ କରିଛନ୍ତି । ଏହା ମଧ୍ୟରେ ଗୋଟିଏ ଶତକ ଏବଂ ୧୭ ଅର୍ଦ୍ଧଶତକ ମଧ୍ୟ ସାମିଲ । ଏହି ଅବସରରେ ତାଙ୍କ ହାରାହାରି ୩୪.୪୫ ଥିବାବେଳେ ଷ୍ଟ୍ରାଇକ୍ ରେଟ୍ ୧୪୮.୫୫ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking