36.1 C
Bhubaneswar
Monday, May 6, 2024
Homeଓଡିଶାଘରେ ଶୋଇଥିଲେ ମା’ ଓ ଛୁଆ; ଜମିବାଡି ବିବାଦରୁ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ଘରେ ଶୋଇଥିଲେ ମା’ ଓ ଛୁଆ; ଜମିବାଡି ବିବାଦରୁ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ନିଆଳି: ଶତ୍ରୁତାକୁ କେନ୍ଦ୍ରକରି ଲଙ୍କାକାଣ୍ଡ । ଅମାନୁଷିକ ଓ ନୃଶଂସତାର ଚରମ ସୀମା ପାର୍ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୃର୍ବୁତ୍ତମାନେ ନିଆଁ ଲଗାଇଲେ ଚାଳ ଘରେ ଅଳ୍ପକେ ବର୍ତ୍ତିଲେ ମାଆ ଓ ଦୁଇ ପିଲା । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ଥାନା ମାଧବ ପଞ୍ଚାୟତ ସ୍ଥିତ ରଘୁନାଥପୁର ଗ୍ରାମରେ । ଖବର ପାଇଁ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସୂଚନା ଅନୁଯାୟୀ, ରଘୁନାଥପୁରର ନର୍ମଦା ମାହୁନ୍ତଙ୍କ ପଡୋଶୀଙ୍କ ସହିତ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା । ଗତ ଦୁଇ ଦିନ ତଳେ ନର୍ମଦାଙ୍କୁ ପଡୋଶୀ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହାକୁ ନେଇ ନର୍ମଦା ନିଆଳି ଥାନାର ଦ୍ୱାରସ୍ଥ ହୋଇଥିଲେ । ହେଲେ ଗତକାଲି ବିଳମ୍ବିତ ରାତିରେ ନର୍ମଦା ଓ ଦୁଇ ପିଲାଙ୍କୁ ନେଇ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଦୃର୍ବୁତ୍ତ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ ।

ପ୍ରାଣ ବିକଳରେ ମାଟି କାନ୍ଥ ଭାଙ୍ଗି ପଡୋଶୀଙ୍କ ସହାୟତାରେ ଘରୁ ବାହାରିଥିଲେ ସେ । ଏହାପରେ ଗ୍ରାମବାସୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ନିଆଳି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକୁ ଆୟତ୍ତ କରିଛି । କିନ୍ତୁ ଏହି ଅଗ୍ନିକାଣ୍ଡରେ ଚାରି ବଖରା ଚାଳଘର ସମେତ ଘରର ସମସ୍ତ ଲକ୍ଷାଟଙ୍କାର ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଏହି ଘଟଣାରେ ନର୍ମଦାଙ୍କୁ ନ୍ୟାୟ ପ୍ରଦାନ ସହିତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଖବର ପାଇ ନିଆଳି ପୋଲିସ ଘଟଣାସ୍ଥଳ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ପ୍ରବଳ ଖରା ଯୋଗୁଁ ନର୍ମଦା ଓ ତାଙ୍କ ପିଲା ଛୁଆ ଚଳିଆ ପାଇଁ ବହୁ କଷ୍ଟକର ହୋଇଯାଇଛି । ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ନେଇ କହିଛନ୍ତି ନର୍ମଦା । ନର୍ମଦାଙ୍କ ସ୍ୱାମୀ ଗତ ଦୁଇ ବର୍ଷ ହେଲା ତାଙ୍କୁ ଛାଡ଼ି କେଉଁଆଡେ ଚାଲି ଯାଇଥିବାବେଳେ ସେ ଦୁଇ ପିଲାଙ୍କୁ ନେଇ ଦୁଃଖ କଷ୍ଟରେ ଜୀବନ ଆତିବାହିତ କରୁଛନ୍ତି । ତେବେ କିଏ ଏବଂ କାହିଁକି ନିଆଁ ଲଗାଇଲା, ତାହା ସ୍ପଷ୍ଟ ଭାବେ ଜଣାପଡି ନଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking