33.1 C
Bhubaneswar
Tuesday, April 30, 2024
Homeଖେଳଆର୍‌ସିବିର ପ୍ଲେଅଫ୍ ରାସ୍ତା କଷ୍ଟକର

ଆର୍‌ସିବିର ପ୍ଲେଅଫ୍ ରାସ୍ତା କଷ୍ଟକର

ନୂଆଦିଲ୍ଲୀ: ଶୁକ୍ରବାର ଚଳିତ ଆଇପିଏଲ୍‌ର ୨୬ତମ ମ୍ୟାଚ୍‌ରେ ଶୁକ୍ରବାର ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସର ବିଜୟ ପରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)ର ବହୁ କ୍ଷତି ହୋଇଛି । ଏହି ମ୍ୟାଚ୍ ପରେ ପଏଣ୍ଟ୍ ଟେବଲ୍‌ରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହି ବିଜୟ ପରେ ଟେବଲ୍ ନିମ୍ନରେ ଥିବା ଦିଲ୍ଲୀ ନବମ ସ୍ଥାନକୁ ଉଠିଛି । ଅନ୍ୟପକ୍ଷରେ ଆର୍‌ସିସି ଏବେ ଦଶମ ସ୍ଥାନରେ ରହିଛି । ଦିଲ୍ଲୀ ୬ ମ୍ୟାଚ୍‌ରୁ ୨ଟିରେ ବିଜୟୀ ହୋଇ ୪ ପଏଣ୍ଟ୍ ପାଇଛି ।

ଅନ୍ୟପକ୍ଷରେ ଆର୍‌ସିବି ୬ଟି ମ୍ୟାଚ୍‌ରୁ ମାତ୍ର ଗୋଟିଏ ବିଜୟ ସହ ୨ ପଏଣ୍ଟ୍‌ରେ ରହିଛି । ଏପରି ସ୍ଥିତିରେ ଆର୍‌ସିବି ପ୍ଲେଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିବା ବହୁ କଷ୍ଟକର ହୋଇଛି । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସଠାରୁ ପରାଜିତ ହୋଇ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସକୁ ମଧ୍ୟ କ୍ଷତି ସହିବାକୁ ପଡ଼ିଛି । ଟିମ୍ ବର୍ତ୍ତମାନ ସୁଦ୍ଧା ୫ଟି ମ୍ୟାଚ୍ ଖେଳିଥିବା ବେଳେ ୩ଟିରେ ବିଜୟୀ ହୋଇଥିବା ବେଳେ ଦୁଇଟି ମ୍ୟାଚ୍‌ରେ ହାରିଛି । ଟିମ୍ ଖାତାରେ ଏବେ ୬ ପଏଣ୍ଟ୍ ରହିଛି । ଏହି ମ୍ୟାଚ୍ ପୂର୍ବରୁ ଟିମ୍ ତୃତୀୟ ସ୍ଥାନରେ ଥିଲା । ମାତ୍ର ଏବେ ଚତୁର୍ଥ ସ୍ଥାନକୁ ଖସିଆସିଛି । ଅନ୍ୟପକ୍ଷରେ ବିନା ମ୍ୟାଚ୍ ଜିତି ଚେନ୍ନାଇ ସୁପର୍ କିଙ୍ଗ୍‌ସକୁ ଲାଭ ମିଳିଛି ଏବଂ ଟିମ୍ ଚତୁର୍ଥରୁ ତୃତୀୟ ସ୍ଥାନକୁ ଉଠିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking