31.1 C
Bhubaneswar
Tuesday, April 30, 2024
Homeଖେଳକୈଫ୍‌ଙ୍କ ବିଶ୍ୱକପ୍ ଟିମ୍‌ରେ ନାହାନ୍ତି ରିଙ୍କୁ ସିଂହ

କୈଫ୍‌ଙ୍କ ବିଶ୍ୱକପ୍ ଟିମ୍‌ରେ ନାହାନ୍ତି ରିଙ୍କୁ ସିଂହ

ନୂଆଦିଲ୍ଳୀ: ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା ମାଟିରେ ୨୦୨୪ ଆଇସିସି ଟି-୨୦ ବିଶ୍ୱକପ୍ ଆୟୋଜିତ ହେବ । ଏଥିପାଇଁ ଏବେ ସୁଦ୍ଧା ଟିମ୍ ଇଣ୍ଡିଆ ଘୋଷିତ ହୋଇନାହିଁ । ଟିମ୍‌ରେ କେଉଁ ଖେଳାଳିଙ୍କୁ ସାମିଲ କରାଯିବ ବା କାହାକୁ ବାଦ୍ ଦିଆଯିବ, ଏହାକୁ ନେଇ କଳ୍ପନା ଜଳ୍ପନା ଜାରୀ ରହିଛି । ମାତ୍ର ଏହା ମଧ୍ୟରେ ଭାରତର ପୂର୍ବତନ କ୍ରିକେଟର୍ ମହମ୍ମଦ କୈଫ୍ ଭାରତର ସମ୍ଭାବିତ ୧୫ ଜଣିଆ ଟିମ୍ ଚୟନ କରିଛନ୍ତି । ଏହି ଟିମ୍‌ରେ ପୂର୍ବତନ କ୍ରିକେଟର୍ କେତେକ ବଡ଼ ନାମକୁ ସାମିଲ କରିନାହାନ୍ତି ।

କୈଫ୍ ନିଜର ଏହି ଟିମ୍‌ରେ ରିଙ୍କୁ ସିଂହ, ସଞ୍ଜୁ ସାମ୍‌ସନ୍ ଏବଂ ଶୁବମନ ଗିଲ୍‌ଙ୍କ ପରି ଖେଳାଳିଙ୍କୁ ସ୍ଥାନ ଦେଇନାହାନ୍ତି । ଓପ୍ନର୍ ଭାବେ ରୋହିତ ଶର୍ମାଙ୍କ ସହ ସେ ଯୁବ ଖେଳାଳି ଯଶସ୍ୱୀ ଜୟସ୍ୱାଲ୍‌ଙ୍କୁ ଚୟନ କରିଛନ୍ତି । ସେହିପରି ଋଷଭ ପନ୍ତ୍‌ଙ୍କୁ ୱିକେଟ୍‌କିପର୍ ବ୍ୟାଟର୍ ଭାବେ ନିଜ ଟିମ୍‌ରେ ସାମିଲ କରିଛନ୍ତି । ପୁଣି ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବ୍ୟାଟର୍ ଭାବେ ଟିମ୍‌ରେ ସୁଯୋଗ ଦେଇଛନ୍ତି । ଏହା ବ୍ୟତୀତ ନଂ. ୭ରେ ଅକ୍ଷର ପଟେଲ୍ ଏବଂ ନଂ. ୮ରେ ରବୀନ୍ଦ୍ର ଜାଡ଼େଜାଙ୍କ ପରି ଅଲ୍‌ରାଉଣ୍ଡର୍ ଟିମ୍‌ରେ ରହିଛନ୍ତି । ରିଙ୍କୁ ସିଂହଙ୍କ ବଦଳରେ ରିୟାନ୍ ପରାଗଙ୍କୁ କୈଫ୍ ଅଧିକ ପ୍ରାଧାନ୍ୟ ଦେଇଛନ୍ତି ।

କୈଫ୍ ଟିମ୍‌ରେ ସ୍ପିନର୍ ଭାବେ କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍‌ଙ୍କୁ ପସନ୍ଦ କରିଥିବା ବେଳେ ଫାଷ୍ଟ୍ ବୋଲର୍ ଭାବେ ଜସ୍‌ପ୍ରୀତ୍ ବୁମ୍‌ରାଙ୍କ ସହ ଆର୍ଶଦୀପ୍ ସିଂହଙ୍କୁ ଚୟନ କରିଛନ୍ତି । ଏହା ବ୍ୟତୀତ ମହମ୍ମଦ ସିରାଜ୍‌ଙ୍କୁ ମଧ୍ୟ ଟିମ୍‌ର ଫାଷ୍ଟ ବୋଲିଂ ବିଭାଗରେ ସ୍ଥାନ ଦେଇଛନ୍ତି ।

କୈଫ୍‌ଙ୍କ ସମ୍ଭାବ୍ୟ ଟିମ୍‌: ଯଶସ୍ୱୀ ଜୟସ୍ୱାଲ୍‌, ରୋହିତ ଶର୍ମା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ୍‌, ଅକ୍ଷର ପଟେଲ୍‌, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ଜସ୍‌ପ୍ରୀତ୍ ବୁମ୍‌ରା, ଅର୍ଶଦୀପ୍ ସିଂହ, ୟୁଭବେନ୍ଦ୍ର ଚହଲ୍‌, ଶିଭମ୍ ଦୁବେ, ରିୟାନ୍ ପରାଗ ଓ ମହମ୍ମଦ ସିରାଜ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking