33.1 C
Bhubaneswar
Tuesday, April 30, 2024
Homeଖେଳ୬ ବଲ୍‌ରେ ୬ ଛକା; ନେପାଳୀ କ୍ରିକେଟର୍‌ଙ୍କ କୀର୍ତ୍ତିମାନ

୬ ବଲ୍‌ରେ ୬ ଛକା; ନେପାଳୀ କ୍ରିକେଟର୍‌ଙ୍କ କୀର୍ତ୍ତିମାନ

ନୂଆଦିଲ୍ଲୀ: ନେପାଳ କ୍ରିକେଟ୍ ଟିମ୍‌ର ବ୍ୟାଟର୍ ଦୀପେନ୍ଦ୍ର ସିଂହ ଏରୀ କତାର୍ ବିପକ୍ଷରେ ୬ ବଲ୍‌ରେ ୬ ଛକା ମାରି ଭାରତର ଯୁବରାଜ ସିଂହଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ଯୁବରାଜ ପୂର୍ବରୁ ୨୦୦୭ ଟି-୨୦ ବିଶ୍ୱକପ୍‌ରେ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଗୋଟିଏ ଓଭର୍‌ରେ ଲଗାତାର ୬ ଛକା ମାରିଥିଲେ । ଏବେ ନେପାଳୀ କ୍ରିକେଟର୍ ଦୀପେନ୍ଦ୍ର ସିଂହ ଏରୀ ଏହି କୀର୍ତ୍ତିମାନ କରି ଯୁବରାଜଙ୍କ ରେକର୍ଡ ଭଙ୍ଗ କରିଛନ୍ତି ।

ଅଲ୍ ଆମିରେଟ୍‌ରେ ଖେଳାଯାଉଥିବା ଆଇସିସି ପୁରୁଷ ଟି-୨୦ ପ୍ରିମିୟର୍ କପ୍‌ର ଏକ ମ୍ୟାଚ୍‌ରେ କତାର୍ ବିପକ୍ଷରେ ଦୀପେନ୍ଦ୍ର ୨୧ ବଲ୍‌ରେ ଅପରାଜିତ ୬୪ ରନ୍ କରିଛନ୍ତି । ତାଙ୍କର ଏହି ବିସ୍ଫୋରକ ଇନିଂସ୍‌ରେ ୭ ଛକା ଓ ୩ ଚୌକା ସାମିଲ । ସେହିପରି ସେ ଏହି ମ୍ୟାଚ୍‌ରେ ଗୋଟିଏ ୱିକେଟ୍ ନେଇ ଆଉ ଏକ ରେକର୍ଡର ମଧ୍ୟ ଅଧିକାରୀ ହୋଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୬ ବଲ୍‌ରେ ଲଗାତାର ୬ ଛକା ସହିତ ଗୋଟିଏ ୱିକେଟ୍ ହାସଲ କରିବାରେ ସେ ବିଶ୍ୱର ପ୍ରଥମ କ୍ରିକେଟର୍ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking